/odishatv-khabar/media/media_files/2025/11/15/nuapada-victory-2025-11-15-19-44-34.jpg)
NUAPADA-VICTORY Photograph: (OTV)
ଦୀର୍ଘ ୧୧ ବର୍ଷ ପରେ ଭାଙ୍ଗିଲା ନୂଆପଡ଼ା ବିଜେଡି ଗଡ଼। ବେଇମାନ ପଲିଟିକ୍ସକୁ ପ୍ରତ୍ୟାଖ୍ୟାନ କଲେ ନୂଆପଡ଼ା ଜନତା। ଆଉ ଯୁବ ନେତା ରାଜୁ ଢୋଲକିଆଙ୍କୁ ଆପଣାଇ ବିପୁଳ ସଂଖ୍ୟାରେ ଅଜାଡ଼ି ଦେଲେ ଭୋଟ୍। ଯାହାକୁ ନେଇ ଏବେ ପଦ୍ମ ଶିବିର ଉତ୍ସବମୁଖର। ବଢ଼ିଛି ମୋହନ-ମନମୋହନ ଯୋଡ଼ିଙ୍କ କ୍ରେଜ୍। ପ୍ରଥମ ଥର ଏକାକୀ କ୍ଷମତାକୁ ଆସିଥିବା ବିଜେପିକୁ ନୂଆପଡ଼ା ରେଜଲ୍ଟ କେବଳ ଯେ ବଡ଼ ବଳ ଦେଇଛି ତା’ନୁହେଁ, ଆଗକୁ ଆହୁରି ସଶକ୍ତ ହେବାର ଆଶା ଉଜ୍ଜଳ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।...
ନିଜ ଶାସନ କାଳର ପ୍ରଥମ ଏସିଡ୍ ଟେଷ୍ଟରେ ସିଏମ୍ ମୋହନ ଫାଷ୍ଟକ୍ଲାସରେ ପାସ୍। ମୋହନ-ମନମୋହନ ଯୋଡ଼ି ଦେଖାଇଲେ ଜଲୱା। ନୂଆପଡ଼ା ଉପ ନିର୍ବାଚନରେ ହେଲା ଦମଦାର୍ ରେଜଲ୍ଟ। ବିଜେପିକୁ ବମ୍ପର୍ ବିଜୟ ଭେଟିଦେଲେ ଜୟ ଢୋଲକିଆ। ଆଉ ଏହି ଐତିହାସିକ ବିଜୟର ଦିନକ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନବ ନିର୍ବାଚିତ ବିଧାୟକ ପ୍ରାର୍ଥୀ ଜୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ମା’ ଓ ନିଜ ଛୋଟ ଝିଅଙ୍କ ଉପସ୍ଥିତିରେ ଜୟଙ୍କୁ ଏଭଳି ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ ନୂଆପଡ଼ା ବିଜୟର ପ୍ରମୁଖ ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଡ଼ି। ଏହି ଅବସରରେ ସ୍ବର୍ଗତ ବାପା ରାଜୁ ଢୋଲକିଆଙ୍କୁ ମନେ ପକାଇ ଜୟ ବେଶ ଭାବବିହ୍ବଳ ହେବା ସହ କହିଛନ୍ତି, ନୂଆପଡ଼ାବାସୀ ବିଜେଡିକୁ ଉଚିତ୍ ଜବାବ ଦେଇଛନ୍ତି। ରାଜ୍ୟ ବିଜେପି ପାର୍ଟି ଅଫିସରୁ ସପରିବାର ସିଧା ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ ବି କରିଛନ୍ତି ଜୟ।
ନିର୍ଣ୍ଣାୟକ ହୋଇଛି ମହିଳା ଭୋଟ୍
୧୬ ମାସରେ ମୋହନ ସରକାର ତଥା ଡବଲ ଇଂଜିନ ସରକାରର ଯୋଜନା ଓ କାର୍ଯ୍ୟକ୍ରମ ନୂଆପଡା ଉପ ନିର୍ବାଚନରେ ନେଇଛି ବଡ଼ ଭୂମିକା। ବିଶେଷ କରି ନିର୍ଣ୍ଣାୟକ ହୋଇଥିଲା ମହିଳା ଭୋଟ୍। ବିଜେଡିର SHG ଭୋଟ୍ ବ୍ୟାଙ୍କ ଭାଙ୍ଗିବାରେ ସଫଳ ହୋଇଛି ମୋହନ ସରକାରଙ୍କ ସୁଭଦ୍ରା ଯୋଜନା। ସେହିପରି ମୁଖ୍ୟମନ୍ତ୍ରୀ ଯେଉଁ ୧୧ ଶହ କୋଟିର ଉନ୍ନୟନ ମୂଳକ ପ୍ରକଳ୍ପ ଭେଟିଦେଇଥିଲେ, ତାହାର ବି ବଡ଼ ପ୍ରଭାବ ପଡ଼ିଛି। ସବୁଠୁ ବଡ଼ କଥା ହେଲେ ନୂଆପଡା ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଚେହେରା ସିଏମ୍ ମୋହନ ସାଜିଥିଲେ ସବୁଠୁ ବଡ଼ ଫ୍ୟାକ୍ଟର।
ତେବେ ରାଜ୍ୟ ରାଜନୀତିରେ କି ପ୍ରଭାବ ପକାଇବ ନୂଆପଡ଼ା ଉପ ନିର୍ବାଚନ ରେଜଲ୍ଟ ? ତାକୁ ନେଇ ବଢ଼ିଛି ଚର୍ଚ୍ଚା। କୁହାଯାଉଛି, ପ୍ରଥମ ଥର ଏକାକୀ କ୍ଷମତାକୁ ଆସିଥିବା ବିଜେପିକୁ ନୂଆପଡ଼ା ଫଳାଫଳ ଦେଇଛି ବଡ଼ ଶକ୍ତି। ସେହିପରି ରାଜ୍ୟ ରାଜନୀତିରେ ବିରୋଧୀଙ୍କୁ ଦେଇଛି ବଡ଼ ଝଟକା। ଉଭୟ ସରକାର ଓ ସଂଗଠନରେ ଦଳ ମଜଭୁତ ହେବା ସହ ସରକାରୀ ଏବଂ ପ୍ରଶାସନିକ କଳରେ ବଢିବ ମୋହନଙ୍କ ଦବଦବା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଗକୁ ପଞ୍ଚାୟତ ନିର୍ବାଚନ। ତେଣୁ ଶାସକ ଦଳ ପାଇଁ ବଡ଼ ଚାଲେଞ୍ଜ। ତଥାପି ନୂଆପଡା ବିଜୟର ପ୍ରଭାବ ସହାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ବିଧାନସଭାର ସିଟ୍ ଗଣିତ ବି ବଦଳିଛି। ମୋଟ୍ ୧୪୭ ଆସନ ମଧ୍ୟରୁ ନୂଆପଡ଼ା ଦଖଲ ପରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ରେ ପହଞ୍ଚିଥିବାବେଳେ ଗୋଟିଏ ଆସନ ଫେଡ଼ି ହେବାରୁ ବିଜେଡି MLAଙ୍କ ସଂଖ୍ୟା ୫୦ରେ ରହିଛି। ପୂର୍ବପରି କଂଗ୍ରେସର ୧୪, ସିପିଏମର ଜଣେ ଓ ସ୍ବାଧୀନ ବିଧାୟକଙ୍କ ସଂଖ୍ୟା ୩ ରହିଛି।
Tiger Nitish Kumar Still Roars: 'ଟାଇଗର୍ ଅଭି ଜିନ୍ଦା ହୈ'... ଏବେ ବି ଯୁବକ ପରି ଫିଟ୍ ବିହାରର 'ସୁଶାସନ ବାବୁ'

Significance of Monday: ଆମ ଜୀବନରେ ସୋମବାର କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ୩ ରାଶି ପାଇଁ ସୋମବାର ଶୁଭ ଓ ଏହି ୨ ରାଶି ପାଇଁ ଅଶୁଭ

Big Setback for Naveen: ନବୀନଙ୍କୁ ଜୋରଦାର ଝଟକା: ହାତରୁ ଖସିଲା ଆଉ ଏକ ଆସନ, ଏବେ...

Terrifying Explosion Levels Police Station: ଭୟଙ୍କର ବିସ୍ଫୋରଣରେ ଉଡିଲା ଥାନା, ସିସିଟିଭିରେ ବିସ୍ଫୋରଣର ଲୋମଟାଙ୍କୁରା ଦୃଶ୍ୟ !

Brutal Murder: ଭଉଣୀ ଜ୍ୱାଇଁ ସହ ମିଶି ସାନ ଭଉଣୀର ପ୍ରେମିକଙ୍କୁ ପିଟି ପିଟି ହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)