Advertisment

Naveen’s Popularity Fades: ଆଉ କାମ ଦେଉନି ନବୀନଙ୍କ ଭାବମୂର୍ତ୍ତି, ନବୀନଙ୍କ ଚେହେରା କି ନାଁରେ ମିଳୁନି ଭୋଟ୍

ଆଉ କାମ ଦେଉନି ନବୀନଙ୍କ ଭାବମୂର୍ତ୍ତି। ବିଜେଡିର ଟ୍ରମ୍ପ କାର୍ଡ ନବୀନଙ୍କ ଚେହେରା କି ନାଁ ଆଉ ଅମଳ କରିପାରୁନି ଭୋଟ୍। 24 ବିପର୍ଯ୍ୟୟ ପରେ ନୂଆପଡ଼ା ଝଟ୍କାରେ ଦଳରେ ହଡ଼କମ୍ପ।

author-image
Tapan Swain
NAVEEN-BRAND

NAVEEN-BRAND Photograph: (OTV)

ଆଉ କାମ ଦେଉନି ନବୀନଙ୍କ ଭାବମୂର୍ତ୍ତି। ବିଜେଡିର ଟ୍ରମ୍ପ କାର୍ଡ ନବୀନଙ୍କ ଚେହେରା କି ନାଁ ଆଉ ଅମଳ କରିପାରୁନି ଭୋଟ୍। 24 ବିପର୍ଯ୍ୟୟ ପରେ ନୂଆପଡ଼ା ଝଟ୍କାରେ ଦଳରେ ହଡ଼କମ୍ପ। ସଂକଟ ବଢୁଥିବା ଦେଖି ଦଳ ଭିତରୁ ବି ସିଧା ସୁପ୍ରିମୋଙ୍କ ନିର୍ବାଚନୀ ପରିଚାଳନା ପ୍ରତି ବଡ଼ ପ୍ରଶ୍ନ ଚିହ୍ନ ଆଙ୍କିଲେଣି ନେତା। କିଏ ଖୋଦ୍ ନବୀନଙ୍କୁ ଆତ୍ମ ସମୀକ୍ଷା ପାଇଁ ଆହ୍ବାନ ଦେଇଥିଲା ବେଳେ ଆଉ କିଏ ନୂଆପଡ଼ା ଏକ ବଡ଼ ଶିକ୍ଷା ବୋଲି କହିଲେଣି।...

Advertisment

ନୂଆପଡ଼ା ବିପର୍ଯ୍ୟୟ ପରେ ବିଜେଡିରେ କମ୍ପନ। ପ୍ରାର୍ଥୀ ଚୟନକୁ ନେଇ ଉଠିଲା ପ୍ରଶ୍ନ। ନବୀନଙ୍କ ଲୋକପ୍ରିୟତା ଥାଉ ଥାଉ କାହିଁକି ଉପ-ନିର୍ବାଚନରେ ପ୍ରଥମରୁ ତିନି ନମ୍ବରକୁ ଖସିଲା ଦଳ ? ଗତକାଲି ନବୀନ ବିଜେଡିର ଉତ୍ଥାନ ପତନ ବିଷୟରେ ଉଲ୍ଲେଖ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କର୍ମୀଙ୍କୁ ଏକାଠି ରହିବାକୁ ପରାମର୍ଶ ଦେବା ସହ କହିଛନ୍ତି କେବଳ ଉତଥାନ ପତନ କହିଲେ ହେବନାହିଁ ପରାଜୟର ପ୍ରକୃତ କାରଣ ଖୋଜିବାର ବି ଆବଶ୍ୟକତା ଅଛି।

ଅନ୍ୟପଟେ ନୂଆପଡାରେ ୧୫ ଦିନ କାଳ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା କଟକ ମେୟର ତଥା ବରିଷ୍ଠ ବିଜେଡି ନେତା ସୁବାସ ସିଂ କହିଛନ୍ତି, ନୂଆପଡା ଆମ ପାଇଁ ଏକ ଶିକ୍ଷା। କେଉଁଠି ରହିଲା ତ୍ରୁଟି ତାର ଆତ୍ମ ସମୀକ୍ଷା କରାଯିବ। ଅନ୍ୟପଟେ ଉପନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ବରିଷ୍ଠ କିନ୍ତୁ ନୂଆପଡା ଝଟ୍କା ପରେ ପୂରା ସାଇଲେଣ୍ଟ ମୋଡରେ।...

Advertisment

କାମ ଦେଲାନି ନବୀନଙ୍କ ହାତହଲା

ନୂଆପଡା ଉପନିର୍ବାଚନ ନବୀନଙ୍କ ବ୍ରାଣ୍ଡ୍ ଭାଲ୍ୟୁ ବାଜିରେ ଲାଗିଥିଲା। ନେତା ବି ବେଶ୍ କନଫିଡେଣ୍ଟ ଥିଲେ। ଦୁଇ ଦୁଇ ଥର ନବୀନ ନୂଆପଡା ଯାଇ ପ୍ରଚାର କରିଥିଲେ। ଏପରିକି ଦାୟିତ୍ବ ଦେଇଥିବା ନେତାଙ୍କୁ ଭିଡିଓ କଲ୍ କରି ନିର୍ବାଚନୀ ପ୍ରଚାର ତନଖି ବି ଖୋଦ ନିଜେ କରୁଥିଲେ। ମାତ୍ର ଏଥର କିନ୍ତୁ କାମ ଦେଲାନି ନବୀନଙ୍କ ହାତ ହଲା ଭୋଟ୍ ରାଜନୀତି। 

ନୂଆପଡାବାସୀ ଏମିତି ମୁହଁ ଫେରେଇଲେ ଯେ ସିଧା ତିନି ନମ୍ବର। ଯାହାକୁ ନେଇ ଏବେ ବିଜେଡିରେ ପ୍ରବଳ ଅସନ୍ତୋଷ। ପ୍ରଥମ କଥା ହେଉଛି ବାହାର ଜିଲ୍ଲା ପ୍ରାର୍ଥୀ, ଦ୍ବିତୀୟ କାରଣ ହେଲା ନେତାଙ୍କ ଭିତରେ ଗ୍ରାଉଣ୍ଡରେ ତାଳ ମେଳ ନରହିବା ଏବଂ ସବୁଠୁ ବଡ଼ କାରଣ ହେଲା ଅସ୍ପଷ୍ଟ ଆଭିମୁଖ୍ୟ।... 

୨୪ ବିପର୍ଯ୍ୟୟ ପରେ ପରାଜୟର କାରଣ ଖୋଜିବାକୁ ନବୀନଙ୍କୁ ଭେଟି ଦାବି କରିଥିଲେ ବିଜେଡିର ବରିଷ୍ଠ। ମାତ୍ର ତାହା ଏଯାଏଁ ହୋଇ ପାରିଲାନି। ଆଉ ଏବେ ନୂଆପଡା ବିପର୍ଯ୍ୟୟ କାରଣ ଖୋଜିବା ଦାବିକୁ ନବୀନ ସତରେ ଗ୍ରହଣ କରୁଛନ୍ତି ନା ନାହିଁ ତାକୁ ଅପେକ୍ଷା। କାରଣ ଆଗକୁ ବିଜେଡିରେ ବଡ ବିସ୍ଫୋରଣର ଆଭାସ ମିଳିଲାଣି।... 

Naveen Patnaik BJD
Advertisment
Related Articles
Advertisment