Advertisment

Kharge Meets Odisha RS Candidate: ଦିଲ୍ଲୀରେ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼କେଙ୍କୁ ଭେଟିଲେ ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡ଼ାକ୍ତର ଦତ୍ତେଶ୍ୱର ହୋତା। ବିଜୁ ଜନତା ଦଳ ସଭାପତି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଥିଲେ।

author-image
Madhupriya Mistry
Datteswar Meet Kharge

Datteswar Meet Kharge Photograph: (OTV)

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼କେଙ୍କୁ ଭେଟିଲେ ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡ଼ାକ୍ତର ଦତ୍ତେଶ୍ୱର ହୋତା। ବିଜୁ ଜନତା ଦଳ ସଭାପତି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଥିଲେ।

Advertisment

ବିଜେଡି ସଭାପତି ନବୀନଙ୍କ ଘୋଷଣା ପରେ ସମର୍ଥନ ଦେବାକୁ ଘୋଷଣା କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ ପରେ ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି। ଆଲୋଚନା ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଉପସ୍ଥିତ ଥିଲେ।

ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ସମର୍ଥନ ଲୋଡ଼ିବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ଡାକ୍ତର ଦତ୍ତେଶ୍ୱର ହୋତା। SCB ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଥିଲେ ଡାକ୍ତର ଦତ୍ତେଶ୍ୱର ହୋତା। ରାଜ୍ୟରେ ଖାଲିଥିବା ୪ ରାଜ୍ୟସଭା ଆସନ ଲାଗି ନିର୍ବାଚନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି।

Advertisment
Dr. Datteshwar Hota Mallikarjun Kharge Congress BJD Rajya Sabha Candidates Rajyasabha
Advertisment
Related Articles
Advertisment