/odishatv-khabar/media/media_files/2025/12/10/mokim-targets-bhakta-2025-12-10-21-10-14.jpg)
MOKIM-TARGETS-BHAKTA Photograph: (OTV)
ପୁଣି ପଦାରେ ପଡିଲା କଂଗ୍ରେସ କନ୍ଦଳ। ବିଷ ଓଗାଳିଲେ ମହମ୍ମଦ ମୋକିମ୍। ଟାର୍ଗେଟରେ ପିସିସି ସଭାପତି ଭକ୍ତ ଦାସ। ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ମୋକିମ୍। ସେ ଲେଖିଛନ୍ତି, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି। ଜେପି ଆନ୍ଦୋଳନ ସମୟରେ ଗାନ୍ଧି ପରିବାରକୁ ସମାଲୋଚନା କରିଥିବା ଭକ୍ତଙ୍କ ବିଚାରଧାରା କଂଗ୍ରେସଠାରୁ ଭିନ୍ନ। ସେ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି। କେବଳ ଏତିକି ନୂହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି। ଯଦି ଖୋଦ୍ ନେତା ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଭରସା ଜିତି ପାରିବେନି ତାହେଲେ କର୍ମୀମାନେ ସ୍ବତଃପ୍ରବୃତ ଭାବରେ ତାଙ୍କ ନେତୃତ୍ବ ଉପରେ ଆସ୍ଥା ହରାଇବେ। ଆଉ ରାଜ୍ୟରେ ଦଳକୁ ଦିଗଦର୍ଶନ ଦେବାରେ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବେ। ଏହି ସ୍ଥିତି ଯୋଗୁଁ ରାଜ୍ୟରେ ତୃଣମୂଳ ସ୍ତରର କର୍ମୀ ଏବେ ଦିଶାହୀନ ହୋଇପଡିଛନ୍ତି।
ସେହିପରି ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କେବଳ ଏହା ନୁହଁ ମୋକିମ ଦଳୀୟ ନେତୃବୃନ୍ଦ ଓ ତୃଣମୂଳସ୍ତରୀୟ କର୍ମୀଙ୍କ ମଧ୍ୟରେ ବୃଦ୍ଧିପାଉଥିବା ଦୂରତା କଥାକୁ ଉଲ୍ଲେଖ କରିଛନ୍ତି। ବିଧାୟକ ଥିବା ବେଳେ ସେ କିଭଳି ୩ ବର୍ଷ ଯାଏ ରାହୁଲ ଗାନ୍ଧିଙ୍କୁ ଭେଟି ପାରି ନ ଥିଲେ ତାହା ଲେଖିଛନ୍ତି। ଏଥିସହିତ ବର୍ତ୍ତମାନର ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟସ କଥା ଉଠାଇ କଂଗ୍ରେସରେ ଯୁବ ନେତୃତ୍ୱର ଆବଶ୍ୟକତା ଥିବା କହିଛନ୍ତି ମୋକିମ୍।...
ମୋକିମଙ୍କ ଚିଠି ଉପରେ ଭକ୍ତ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କିନ୍ତୁ ଦଳରେ ବ୍ୟାପକ ସଂସ୍କାର ଆଣିବାକୁ ଚେଷ୍ଟା କରୁଥିବା ଭକ୍ତଙ୍କୁ ଏବେ ଗୋଟିଏ ଗୋଷ୍ଠୀ ବିରୋଧ ଜୋର୍ ସୋର୍ ରେ ଆରମ୍ଭ କରିଛନ୍ତି। ମୋକିମ୍ ଙ୍କ ଏହି ଚିଠି କୁ ଅନେକ ବରିଷ୍ଠ କଂଗ୍ରେସ ନେତା ଭିତିରି ସମର୍ଥନ ବି ଦେଇଛନ୍ତି। ନୂଆପଡ଼ା ଉପ ନିର୍ବାଚନ ସମୟରେ ମୋକିମ୍ କି ତାଙ୍କ ବିଧାୟକ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରଚାରକ ତାଲିକାରେ ଭକ୍ତ ନ ରଖିବା, ଉଭୟଙ୍କ ସମ୍ପର୍କରେ ତିକ୍ତତା ଆଣିଥିଲା। ତେବେ ରାଜ୍ୟ କଂଗ୍ରେସ ର କନ୍ଦଳ ହାଇକମାଣ୍ଡ ପାଖରେ ପହଁଞ୍ଚିବା ପରେ ବିବାଦ ବଢିଛି।...
ଭକ୍ତଙ୍କୁ ଦାୟିତ୍ୱ ମିଳିବା ପରେ ଚର୍ଚ୍ଚା ହେଉଥିଲା କଂଗ୍ରେସ ଏବେ ଟ୍ରାକ କୁ ଫେରିବ। ହେଲେ ଦଳ ରେ ଗୋଷ୍ଠୀ ବିବାଦ ବଢିବା ଆରମ୍ଭ ହେଲାଣି। କିଛି ଦିନ ତଳେ ଅଣଦେଖା କରାଯାଉଥିବା ନେଇ ନରସିଂହ ମିଶ୍ରଙ୍କ ବୟାନ କଂଗ୍ରେସ ରେ କମ୍ପନ ସୃଷ୍ଟି କରିଥିଲା। ସେପଟେ ବିଧାୟକ ରମେଶ ଜେନା ଓ ପିସିସି ସଭାପତିଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଏହା ଭିତରେ ଥାନାକୁ ଯାଇଛି। ଫୋନରେ ଧମକ ଦେବା ନେଇ ରମେଶ ଜେନାଙ୍କ ବିରୋଧ ରେ ଥାନାରେ ଏ ତଲା ଦେଇଛନ୍ତି ପିସିସି କୋଷାଧକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ। ଏହାରି ଭିତରେ କଂଗ୍ରେସ ହାଇକମାଣ୍ଡ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର।
Big Blow to IndiGo: ଇଣ୍ଡିଗୋର ଡେଣା କାଟିଲେ ସରକାର, ବିମାନ ଉଡାଣ ଉପରେ ରୋକ୍

Smart Helmet: ବିନା ହେଲମେଟରେ ଷ୍ଟାର୍ଟ ହେବନି ଗାଡି, ମଦ୍ୟ ପାନ କରିଥିଲେ ବି ଗଡିବନି

Head Recovered: ନଈକୂଳରେ ପଡିଥିଲା ମୁଣ୍ଡ...ଶାନ୍ତ ପଡିଲା ମାଲକାନଗିରି

Probe Finds IPS Links: ଗୋଆ ନାଇଟ କ୍ଲବ ଟ୍ରାଜେଡି ପଛରେ ବହୁ ବଡ଼ ମୁଣ୍ଡ , ଧିରେ ଧିରେ ଖୋଲୁଛି ଗୁମର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)