Advertisment

Big Blow to IndiGo: ଇଣ୍ଡିଗୋର ଡେଣା କାଟିଲେ ସରକାର, ବିମାନ ଉଡାଣ ଉପରେ ରୋକ୍‌

ପାନେ ପାଇଲା ଇଣ୍ଡିଗୋ। ଯାତ୍ରୀଙ୍କୁ କନ୍ଦେଇବା ପଡିଲା ମହଙ୍ଗା। ଇଣ୍ଡିଗୋ ବିମାନ ଉଡାଣ ଉପରେ ରୋକ୍‌। ଆଉ ଉଡିପାରିବନି ଇଣ୍ଡିଗୋର ୫% ବିମାନ ।

author-image
Chinmayee Sahoo
IndiGo To Reduce Flights

IndiGo To Reduce Flights Photograph: (OTV)

ସପ୍ତାହେ ହେଲାଣି ଯାତ୍ରୀଙ୍କୁ ନାକେଦମ୍ କରିଥିବା ଇଣ୍ଡିଗୋ ବିରୋଧରେ ବଡ ଆକ୍ସନ । ଆଉ ଉଡିପାରିବନି ଇଣ୍ଡିଗୋର ୫% ବିମାନ । ଦୈନିକ ୧୧୫ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଛି DGCA । ଶୀତ ଋତୁରେ ଇଣ୍ଡିଗୋର ବିମାନ ଉଡ଼ାଣ ୫ ପ୍ରତିଶତ ହ୍ରାସ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏହି ଉଡ଼ାଣ ସ୍ଲଟ ଅନ୍ୟ ବିମାନ କଂପାନିକୁ ଦିଆଯାଇଛି । ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । 

Advertisment

ବର୍ତ୍ତମାନ ଇଣ୍ଡିଗୋର ୨ ହଜାର ୨ ଶହ ବିମାନ ଉଡ଼ାଣ ଭରୁଛି । ଏହାକୁ କମାଇ ଦିଆଯିବ । ବେସାମାରିକ ବିମାନ ଚଳାଚଳର ସୁରକ୍ଷା ସହ କେବେହେଲେ ବୁଝାମଣା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।  

ସାରା ଦେଶର ଏୟାରପୋର୍ଟରେ ତ୍ରାହି ତ୍ରାହି । ୮ ଦିନ ବିତିଲାଣି, ଦୂର ହୋଇପାରନି ଇଣ୍ଡିଗୋ ଅଚଳାବସ୍ଥା । ଆଜି ବି କ୍ୟାନ୍ସଲ ହୋଇଛି ୫୦୦ ବିମାନ । ସପ୍ତାହ ଭିତରେ ଏହି ସଂଖ୍ୟା ୪୫୦୦ରୁ ଅଧିକ ହେବ । ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି ଦେଶର ହଜାର ହଜାର ବିମାନ ଯାତ୍ରୀ। ଘଣ୍ଟା ଘଣ୍ଟା କାଳ ବିମାନ ବନ୍ଦରରେ ଅପେକ୍ଷା ପରେ ବି ବିମାନ ରିସିଡ୍ୟୁଲ ନହେଲେ କ୍ୟାନ୍ସଲ । କୋଉଠି ୫ ଦିନ ହେଲାଣି ଯାତ୍ରୀ ପହଞ୍ଚିଲେଣି, ହେଲେ ଏ ଯାଏ ପହଞ୍ଚିପାରିନି ତାଙ୍କର ଲଗେଜ୍ । ଅସହାୟ ହୋଇ ଏୟାରପୋର୍ଟରେ ଚିଲ୍ଲାଉଛନ୍ତି, କାନ୍ଦୁଛନ୍ତି ଯାତ୍ରୀ ।

Advertisment

ଇଣ୍ଡିଗୋ କମ୍ପାନୀ ଏ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୮୬ ହଜାର ୭୦୫ ପିଏନ୍‌ଆର ବାତିଲ କରିଥିବା ବେଳେ ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ରିଫଣ୍ଡ କରିସାରିଲାଣି । ହେଲେ ଏବେ ବି ସେଇ ପ୍ରଶ୍ନ, କେବେ ତୁଟିବ ଇଣ୍ଡିଗୋ ସଂକଟ ? କେବେ ସ୍ବାଭାବିକ ହେବ ବିମାନ ଚଳାଚଳ ?

DGCA IndiGo Airlines Indigo
Advertisment
Related Articles
Advertisment