/odishatv-khabar/media/media_files/2025/12/10/malkangir-violence-head-found-2025-12-10-16-00-35.jpg)
MALKANGIR-VIOLENCE-HEAD-FOUND Photograph: (OTV)
ମିଳିଲା ମୁଣ୍ଡ, ଶାନ୍ତ ପଡିଲା ମାଲକାନଗିରି । ୬ ଦିନ ପରେ କଟା ମୁଣ୍ଡର ସନ୍ଧାନ ପାଇଲା ପୋଲିସ । ନଈକୂଳରେ ପଡିଥିଲା ମୁଣ୍ଡ...
ମୁଣ୍ଡ ପାଇଁ ମହାଭାରତ । ୧୦ ଦିନ ହେଲାଣି ମାଲକାନଗିରି ପୋଲିସ, ପ୍ରଶାସନର ନିଦ ହଜାଇଥିଲା କଟା ମୁଣ୍ଡ । ଖାଲି ଜିଲ୍ଲା ନୁହେଁ ସାରା ରାଜ୍ୟରେ ଖେଳାଇଥିଲା ହଇଚଇ । ମାଲକାନଗିରିରୁ ନେଇ ବିଧାନସଭାରେ ପହଞ୍ଚିଥିଲା ମୁଣ୍ଡ ତାତି । ଶେଷରେ ଆଜି କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ଲାକେ ପଡିଆମିଙ୍କ ମୁଣ୍ଡ ଜବତ କରିଛି ପୋଲିସ । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂର ଏହି ସ୍ଥାନରୁ ମିଳିଛି କଟା ମୁଣ୍ଡ । ସକାଳେ କିଛି ଲୋକେ ନଈକୁ ଗାଧୋଇବାକୁ ଯାଇଥିବାବେଳେ କଟା ମୁଣ୍ଡ ଦେଖି ପୋଲିସକୁ ଖବର ଦେଇଥିଲେ । ହେଲେ ଏବେ ବି ପ୍ରଶ୍ନ, ଲାକେ ପଡିଆମୀଙ୍କୁ ମାରିଲା କିଏ ? ନଈକୂଳରେ କିଏ ଲୁଚାଇଥିଲା ମୁଣ୍ଡ ? କିଏ ସେ ଜଘନ୍ୟ ହତ୍ୟାକାରୀ ? ତାହା ଏ ଯାଏଁ ବି ଅସ୍ପଷ୍ଟ । ଘଟଣାର ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି କରିଆସୁଛନ୍ତି ରାଖେଲଗୁଡାବାସୀ ।
ଗତ ୪ ତାରିଖ ଦିନ ଡୁଡାମେଟା ନଦୀକୂଳରୁ ରାଖେଲଗୁଡା ଗାଁର ଲାକେ ପଡିଆମୀଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ହେଲେ ମିଳିନଥିଲା କଟା ମୁଣ୍ଡ । ପୋଲିସ ସହ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଲାଗିପଡିଥିଲେ ମୁଣ୍ଡ ଖୋଜାରେ । ଏହି ହତ୍ୟାକାଣ୍ଡକୁ ନେଇ ରାଖେଲଗୁଡା ଓ ଏମଭି-୨୬ ଗାଁରେ ମଧ୍ୟରେ ଘଟିଥିଲା ବିବାଦ । ଏମଭି-୨୬ ଗାଁରେ ଭୟଙ୍କର ଲଙ୍କାକାଣ୍ଡ ଘଟାଇଥିଲେ ରାଖେଲଗୁଡା ଗ୍ରାମବାସୀ । ହାତ ହତିୟାର, ଅସ୍ତ୍ରଶସ୍ତ୍ର ଧରି ମାଡି ଆସିଥିଲେ ଶହ ଶହ ଲୋକେ । ନିଆଁ ଲଗାଇ ୫୦ରୁ ଅଧିକ ଘରଦ୍ୱାର ଓ ଦୋକାନ ଜାଳି ଦେଇଥିଲେ । ଛାରଖାର୍ କରିଦେଇଥିଲେ ପୂରା ଗାଁକୁ ।
ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ଓ ବିଏସଏଫ ଯବାନ ଗାଁରେ ପହଞ୍ଚିଥିଲେ । ହେଲେ ପରିସ୍ଥିତି ଶାନ୍ତ ପଡିନଥିଲା । ଏମିତିକି ଏମଭି-୨୬ ଗାଁର ଅନେକ ଲୋକ ଭୟରେ ଗାଁ ଛାଡିଥିଲେ ।
ଶେଷରେ ଦୁଇ ଗାଁ ମଧ୍ୟରେ ଶାନ୍ତି ବୈଠକ ପରେ ବର୍ତ୍ତମାନ ସ୍ବାଭାବିକ ହେଉଛି ସ୍ଥିତି । ଗତ ୨୪ ଘଣ୍ଟାରେ ଆଉ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିନାହିଁ । ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ସହମତି ହୋଇଛନ୍ତି । ହେଲେ ଏବେ ବି ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।
Baba Vanga Prediction for 2026: ମାଡି ଆସିବ ପ୍ରଳୟ! ଛାରଖାର୍ କରିବ ଭୂମିକମ୍ପ ଆଉ ବନ୍ୟା-ବାତ୍ୟା, ମହାଯୁଦ୍ଧ ଦେଖିବ ବିଶ୍ୱ

Guru Prusty’s Death Takes a Suspicious Turn: ଯାତ୍ରା କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ; ପ୍ରେମ ସମ୍ପର୍କରୁ ହତ୍ୟା! ଆସିଲା ସଙ୍ଗୀନ ଅଭିଯୋଗ

Missing Head Recovered: ମୁଣ୍ଡବୀହିନ ମୃତଦେହ ମିଳିବା ଘଟଣା: ନଦୀକୂଳରୁ ମିଳିଲା କଟାମୁଣ୍ଡ

Govt Bans Social Media: ସୋସିଆଲ ମିଡ଼ିଆ ଉପରେ ଲାଗିଲା ବ୍ୟାନ୍, ବଡ଼ ନିଷ୍ପତ୍ତି ନେଲେ ସରକାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)