Advertisment

Nuapada Fight: ଜମୁଛି ନୂଆପଡ଼ା ନିର୍ବାଚନୀ ମୈଦାନ୍ , ନାମାଙ୍କନ ପୂର୍ବରୁ ଶୋଭାଯାତ୍ରା କରି ବିଜେଡିର ଶକ୍ତି ପ୍ରଦର୍ଶନ

ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଜୟ, ଘାସିରାମ । ଆସନ୍ତାକାଲି ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ । ହେଲେ ତା ପୂର୍ବରୁ ଆଜି ନୂଆପଡାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦୀପାବଳିକୁ ଦୃଷ୍ଟିରେ ରଖି ଆଜି ଦଳ ପକ୍ଷରୁ ହୋଇଥିଲା ନାମାଙ୍କନ ରାଲି।

author-image
Manas Ranjan Mohanty
NUAPADA

NUAPADA Photograph: (OTV)

ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଜୟ, ଘାସିରାମ । ଆସନ୍ତାକାଲି ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ । ହେଲେ ତା ପୂର୍ବରୁ ଆଜି ନୂଆପଡାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦୀପାବଳିକୁ ଦୃଷ୍ଟିରେ ରଖି ଆଜି ଦଳ ପକ୍ଷରୁ ହୋଇଥିଲା ନାମାଙ୍କନ ରାଲି। ରାଜ୍ୟସ୍ତରୀୟ ନେତା ଓ ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ସ୍ନେହାଙ୍ଗିନୀ ଛୁରିଆ ନୂଆପଡା ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ତେବେ ସ୍ନେହାଙ୍ଗିନୀ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ।  ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନାମାଙ୍କନ ଓ ପ୍ରଚାର ଯାଏ ପଛରେ ପଡିଛି ବିଜେଡି। ଆଜି କିନ୍ତୁ ଏହାକୁ ଭରଣା କରିବାକୁ ଦଳ ଜୋରଦାର ଉଦ୍ୟମ କରିଛି। ସେପଟେ ବିଜେପି ଓ କଂଗ୍ରେସ ବି ପ୍ରଚାରକୁ ବେଗ ଦେଇଛନ୍ତି । ବିଜେପି ରଣନୀତି ଅନୁଯାୟୀ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନେ ମଣ୍ଡଳକୁ ଜଗିବେ। ଘର ଘର ବୁଲି ଭୋଟ ମାଗିବେ। କଂଗ୍ରେସ କହିଛି ବିଜେଡି ଓ ବିଜେପି ମିଶି ଆମକୁ ହରାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେଥିରେ ସଫଳ ହେବେନି ।...

Advertisment

ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ସୀମାକୁ ଲାଗିଥିବାରୁ ଉପ ନିର୍ବାଚନରେ ଏହି ପଡୋଶୀ ରାଜ୍ୟର ବଡ ପ୍ରଭାବ ରହିବ। କାରଣ ଛତିଶଗଡ଼ ସହ ନୂଆପଡା ଜିଲ୍ଲାର ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଅନେକ ସାମଞ୍ଜସ୍ୟ ରହିଛି । ଏଥିସହ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଜିଲ୍ଲାବାସୀ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିଥାନ୍ତି । ଏପରିକି ନୂଆପଡା ଓ କୋମନା ବ୍ଲକରେ ୬୦ ପ୍ରତିଶତରୁ ଅଧିକ ଲୋକ ଛତିଶଗଡି ଭାଷା ବ୍ୟବହାର କରିଥାନ୍ତି । ଆଉ ଏହାକୁ ଅମୋଘ ଅସ୍ତ୍ର କରିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମିଶାଇ ୯ ଜଣ ନେତା।

ପୁଣି ଛତିଶଗଡ଼ରେ ବିଜେପି କ୍ଷମତାରେ ଥିବାରୁ ସେଠାକାର ନେତାଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ଲକ୍ଷ୍ୟରେ ଶାସକ ଦଳ।  ସେହିପରି କଂଗ୍ରେସ ମଧ୍ୟ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଆଶ୍ରା କରି ପ୍ରଚାର ପାଗ ଭିଡିଛି।   ଅପରପକ୍ଷେ ବିଜେଡି କହିଛି ଛତିଶଗଡ ପାଇଁ ଓଡିଶା ଆଜି ଶୋଷରେ। ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ଜଳ ବିବାଦର ସମାଧାନ କରିପାରିନାହିଁ। ଯାହାକୁ ମୁଖ୍ୟ ମୁଦ୍ଦା କରିବ ଏବଂ ବିଜେଡିକୁ ବିପୁଳ ମାତ୍ରାରେ ଜିତାଇବେ ନୂଆପଡା ବାସୀ।...

 ଆସନ୍ତାକାଲି ନାମାଙ୍କନର ଶେଷ ତାରିଖ। ଏହାପରେ ପ୍ରଚାର ଜୋର ଧରିବ। ତେବେ ଉପ ନିର୍ବାଚନରେ ନୂଆପଡା ବାସୀ କେଉଁ ଦଳର ମୁଦ୍ଦାକୁ ଗ୍ରହଣ କରି ଆସ୍ଥା ରଖୁଛନ୍ତି ତାକୁ ଅପେକ୍ଷା।...

Advertisment
Advertisment
Related Articles
Advertisment