/odishatv-khabar/media/media_files/2025/10/19/pariniti-2025-10-19-17-38-29.jpg)
PARINITI Photograph: (OTV)
ଅଭିନେତ୍ରୀ ପରିଣୀତି ଚୋପ୍ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ମା’ ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନ ଧରି ରାଜଧାନୀ ଦିଲ୍ଲୀରେ ତାଙ୍କ ସ୍ୱାମୀ ରାଘବ ଚଢ଼ାଙ୍କ ବାସଭବନରେ ରହୁଥିଲେ। ବିବାହର ଦୁଇ ବର୍ଷ ପରେ ଏହି ଦମ୍ପତିଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି ।
ପ୍ରଶଂସକମାନେ ବେଶ ଖୁସି ହୋଇଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସାଂସଦ ରାଘବ ଚଢ଼ା ସୋସିଆଲ ମିଡିଆରେ ଏହି ଖୁସିର ଖବର ଲୋକଙ୍କ ସହ ଶେୟାର କରିଛନ୍ତି ଏବଂ ଏବେ ଶୁଭେଚ୍ଛାର ସୁଅ ଚାଲିଛି।
ପରିଣୀତି ଚୋପ୍ରାଙ୍କୁ ୩୬ ବର୍ଷ ବୟସ। ସେ ଦୀର୍ଘ ସମୟ ଡେଟିଂ ପରେ ନିଜ ଠାରୁ ୨୧ ଦିନ ଛୋଟ ରାଘବ ଚଢ଼ାଙ୍କୁ ୨୦୨୩ ସେପ୍ଟେମ୍ବରରେ ବିବାହ କରିଥିଲେ ଏବଂ ଏବେ ମା’ ହୋଇଛନ୍ତି। କିଛି ଦିନ ତଳେ ସେ ଜଣାଇଥିଲେ ଯେ ସେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ତାଙ୍କ ଘରେ ଏକ ଛୋଟ ଅତିଥି ଆସିବାକୁ ଯାଉଛି।
ରାଘବ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, 'ସେ ଶେଷରେ ଆସିଗଲା! ଆମର ଛୋଟ ପୁଅ । ଆମେ ଏବେ ପୂର୍ବର ଜୀବନକୁ ମନେ ପକାଉ ନାହୁଁ! କୋଳ ଭର୍ତ୍ତି ହେଲା, ହୃଦୟ ଆହୁରି ଭର୍ତ୍ତି ହେଲା। ପୂର୍ବେ ଆମେ ଏକା ଥିଲୁ, ଏବେ ଆମ ପାଖରେ ସବୁ କିଛି ଅଛି... କୃତଜ୍ଞତା ସହ, ପରିଣୀତି ଓ ରାଘବ।'
ଏହି ଦମ୍ପତି ୨୫ ଅଗଷ୍ଟ ୨୦୨୫ରେ ଆନୁଷ୍ଠାନିକ ଭାବେ ଜଣାଇଥିଲେ ଯେ ସେ ପିତାମାତା ହେବାକୁ ଯାଉଛନ୍ତି ଏବଂ ଦୁଇ ମାସ ପରେ ତାଙ୍କ ଘର ଖୁସିରେ ଭରି ଉଠିଛି।
ଅନେକ ପିଲା ଚାହାଁନ୍ତି ପରିଣୀତି ଚୋପ୍ରା
ପରିଣୀତି ଚୋପ୍ରା 'ଫିଲ୍ମଫେୟାର'କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଜଣେ ପିଲାକୁ ଆଡପ୍ଟ କରିବାକୁ ଚାହାନ୍ତି । କାରଣ ସେ ଅନେକ ପିଲା ଚାହାଁନ୍ତି ଏବଂ ସେ ସମସ୍ତଙ୍କୁ ଜନ୍ମ ଦେଇ ପାରିବେ ନାହିଁ
Khazana Opened After 54 Years: ୫୪ ବର୍ଷ ପରେ ଖୋଲିଲା କବାଟ, ବାହାରିଲା....

Supernatural Mystery: ରହସ୍ୟ ଏବଂ ରୋମାଞ୍ଚକର କାହାଣୀ, ଯୋଉଠୁ ଆରମ୍ଭ ସେଇଠି ଶେଷ

Sex Racket in Bhubaneswar: ବାହାରେ ଲୁଗା ଗୋଦାମ, ଭିତରେ ସେକ୍ସ ରାକେଟ୍ ...ରଙ୍ଗ ମହଲର ରାଣୀ ମହୁମାଛି ମଞ୍ଜୁ ସେଠୀ

AI Controlled City: ତିଆରି ହେଉଛି ଭାରତର ପ୍ରଥମ ଏଆଇ ସହର, ମିଳିବ ଏହି ସବୁ ସୁବିଧା...ଜାଣିଲେ ହୋସ୍ ଉଡ଼ିଯିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)