/odishatv-khabar/media/media_files/2025/10/18/nuapada-2025-10-18-20-26-44.jpg)
NUAPADA Photograph: (OTV)
ବିଶାଳ ପଟୁଆର ଧରି ଆସିଲେ, ନାମାଙ୍କନ ଭରିଲେ। ବିଜେପିରୁ ଜୟ ଢୋଲକିଆ, କଂଗ୍ରେସରୁ ଘାସିରାମ ମାଝୀ। ଖରିଆର ରୋଡ ସ୍ଥିତ ବାସଭବନରୁ ଦହି ମିଠା ଖାଇ, ମାଙ୍କ ଆଶୀର୍ବାଦ ନେଇ ବାହାରି ଥିଲେ ଜୟ। ସମର୍ଥକଙ୍କୁ ଧରି ନୂଆପଡା ଉପଜିଲ୍ଲାପାଳଙ୍କ ଅଭିମୁଖେ ଜୟଙ୍କ ବିଶାଳ ଶୋଭାଯାତ୍ରାରେ ସାମିଲ ଥିଲେ ରାଜ୍ୟସଭାପତି ମନମୋହନ ସାମଲ, ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ଏବଂ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା। ଆଉ ଜୟଙ୍କ ଗାଡି ଆଗରେ ବସିଥିଲେ ମା କଳ୍ପନା ଢୋଲକିଆ। ନେତା ଓ କର୍ମୀଙ୍କ ଗହଣରେ ଆସି 2 ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ ଜୟ। ଅନ୍ୟ ପଟେ ନୂଆପଡା ବାସଭବନରୁ ପଦଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସାଙ୍ଗରେ ଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ସମର୍ଥକ।...
ଏପଟେ ନାମାଙ୍କନ ଭିତରେ ନୂଆପଡା ମୈଦାନରେ ବ଼ଡ ଚର୍ଚ୍ଚା ହେଉଛି, କାହା ପାଖକୁ ଯିବ ରାଜୁ ଢୋଲକିଆଙ୍କ ଲିଗାସୀ ଭୋଟ୍। ଯଦିଓ ରାଜେନ୍ଦ୍ର ଢୋଲକିଆ ବିଜେଡିରୁ ବିଧାୟକ ଥିଲେ କିନ୍ତୁ ପୁଅ ଜୟ ଢୋଲକିଆ ବିଜେପିରୁ ପ୍ରାର୍ଥୀ ହେବା ପରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଉଭୟ ବିଜେପି ଓ ବିଜେଡି ପୋଷ୍ଟର ଆଉ ଶୋଭାଯାତ୍ରାରେ ଦେଖିବାକୁ ମିଳୁଛି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ।...ଏମିତି ଢଙ୍ଗରେ ଉଭୟ ଦଳ ରାଜେନ୍ଦ୍ର ଢୋଲକିଆଙ୍କ କାମକୁ ଆଗକୁ ନେବାକୁ କହି ଭୋଟ ମାଗୁଛନ୍ତି। ତେଣୁ ପ୍ରଶ୍ନ କାହା ପାଖକୁ ଯିବ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥକଙ୍କ ଭୋଟ। ଯଦିଓ ପଦ୍ମ ଧରିବା ପରଠୁ ଜୟ ନୂଆପଡ଼ା ଏବଂ କୋମନାରୁ ବାପାଙ୍କ ସମର୍ଥକ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେପିରେ ସାମିଲ କରି ସାରିଲେଣି। ହେଲେ ବିଜେଡିର ଯୁକ୍ତି ରାଜେନ୍ଦ୍ରଙ୍କ ସମର୍ଥକ ଶଙ୍ଖ ସହିତ ରହିବେ। ଅପରପକ୍ଷେ ଏହି ପ୍ରସଙ୍ଗକୁ ନେଇ ଉଭୟ ଦଳକୁ କଟାକ୍ଷ କରିଛି କଂଗ୍ରେସ।...
ନିକଟରେ ଜୟଙ୍କ ଦେହରେ ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନଥିବା କହିଥିଲେ ବିଜେଡି ନେତା। ଯାହାକୁ ନୂଆପଡା ଗସ୍ତରେ ଯାଇ କଡ଼ା କାଉଣ୍ଟର କରିଥିଲେ ମୁଖ୍ୟମନ୍ତ୍ରୀ। ଏଭଳି ମନ୍ତବ୍ୟକୁ ନବୀନ କାହିଁକି ନିନ୍ଦା କଲେ ନାହିଁ ବୋଲି ପ୍ରଶ୍ନ କରି କହିଥିଲେ ଏହାର ଜବାବ ନୂଆପଡାବାସୀ ଭୋଟରେ ଦେବେ।
Sex Racket Busted: ନାବାଳିକା ଦୁଷ୍କର୍ମ ମାମଲା ପଛରେ ସେକ୍ସ ରାକେଟ୍ ! ପୀଡ଼ିତା ନାବାଳିକାଙ୍କ ଘର ଝାଡ଼ଖଣ୍ଡ

Brahmaputra Apartment: ବଡ଼ ଅଘଟଣ, ସାଂସଦ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ....ପୋଡ଼ି ଛାରଖାର ହୋଇଗଲା

Crime Branch Raid: ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ୍ ରେଡ୍ , ଖୋଲିବ ସବୁ ଗୁମର !

Land Demarcation: ଜମି ଡିମାର୍କେସନ ପାଇଁ ଟେନସନ ଗଲା, ଏଣିକି ଅନଲାଇନ ଆବେଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)