/odishatv-khabar/media/media_files/2025/10/18/muna-mohanty-ghare-crime-branch-2025-10-18-17-11-36.jpg)
MUNA-MOHANTY-GHARE-CRIME-BRANCH Photograph: (OTV)
ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା ଘୋଟାଲାରେ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ୍ ରେଡ୍। ବାଙ୍କୀ ବୈଦେଶ୍ବର ଥାନା କଳାପଥର ସ୍ଥିତ ପୈତୃକ ଘରେ ରେଡ୍ ସହ ମୁନାର ଲିଙ୍କ୍ କୁ ନେଇ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ମୁନାକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୋଲିସ୍ SI ପରୀକ୍ଷାରେ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ମୁନା ପରୀକ୍ଷାର୍ଥୀଙ୍କଠାରୁ ସାର୍ଟିଫିକେଟ ନେଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି। ଏମିତିକି ଅଭିଯୁକ୍ତ ମୁନା ମହାନ୍ତିର ୪ ଗାଡ଼ି ଜବତ କରିସାରିଛି କ୍ରାଇମବ୍ରାଞ୍ଚ । ଦଶପଲ୍ଲାରୁ ଗୋଟିଏ ଥର୍, ଗୋଟିଏ ସ୍କର୍ପିଓ ଓ ୨ଟି ହାଇଓ୍ୱା ଜବତ କରାଯାଇଛି।
ଗତ ୩ ସପ୍ତାହରୁ ଅଧିକ ଦିନ ଧରି ଯେଉଁ ମାଷ୍ଟରମାଇଣ୍ଡ ଆଣ୍ଡ କୋ’କୁ ଖୋଜାଯାଇଥିଲା, ସେମାନଙ୍କ ଉପରେ ପଂଝା ମାରିଛି କ୍ରାଇମବ୍ରାଞ୍ଚ। ଯାହା ନାଁ ମୁନା ମହାନ୍ତି, ସହଯୋଗୀ ସୁକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ଲେଡି ସ୍କାମର୍ ସୌମ୍ୟା ପ୍ରିୟଦର୍ଶିନୀ। ପୋଲିସ SI ଚାକିରି ପାଇଁ ଜାଲ ବିଛାଇ ଚଞ୍ଚକତା କରୁଥିବା ଏହି ୪ ଚେହେରା ସଂପର୍କରେ ମହାଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।
କିଙ୍ଗପିନ୍ ଶଙ୍କର ପୃଷ୍ଟି ହେଉଛି ଏମାନଙ୍କ ଆକ୍କା। ଯିଏ ଦିଲ୍ଲୀରେ ବସି ଚଳାଉଥିଲା ନିଯୁକ୍ତି ଦୁର୍ନୀତିର ସାମ୍ରାଜ୍ୟ। ଶଙ୍କର ନିର୍ଦ୍ଦେଶରେ ପୂର୍ବରୁ ଗିରଫ ଅରବିନ୍ଦ ଦାସ ସହାୟତାରେ ମୁନା ମହାନ୍ତି ଦୀଘା ଏବଂ ବିଜୟନଗରମ୍ ମଡ୍ୟୁଲ୍ ପ୍ରସ୍ତୁତ କରି ଯୋଗାଡ଼ କରୁଥିଲା ପ୍ରାର୍ଥୀ। ଅର୍ଥାତ କେଉଁ ପ୍ରାର୍ଥୀ ଦୀଘା ଏବଂ ଆଉ କେଉଁ ପ୍ରାର୍ଥୀ ବିଜୟନଗରମ୍ ଯିବେ, ଡାଟାବେସ୍ ତିଆରି କରୁଥିଲା। ତା’ମଧ୍ୟରୁ ୧୧୪ ପ୍ରାର୍ଥୀଙ୍କ ପାଇଁ ବସ୍ ଯୋଗାଡ଼ କରି ସ୍ପେଶାଲ୍ କୋଚିଂ ନାଁରେ ପ୍ରଶ୍ନପତ୍ର ହସ୍ତାନ୍ତର ପାଇଁ ନେଉଥିଲେ ବିଜୟନଗରମ।
ଯାହାର ଦାୟିତ୍ବ ନେଇଥିଲା ମୁନା। ଏସବୁ ଗାଡ଼ି ନାମୀଦାମୀ ଗାଡ଼ି ଚଢ଼ୁଥିଲା ସେ, ପ୍ରାର୍ଥୀଙ୍କୁ ସ୍ଥାନାନ୍ତର ପାଇଁ ବି କରୁଥିଲା ବ୍ୟବହାର। ଲେଡି ସ୍କାମର୍ ସୌମ୍ୟା ପ୍ରିୟଦର୍ଶିନୀ। ଇଏ ବି କିଛି କମ୍ ନୁହଁ। ପିଲା ଯୋଗାଡ଼ ସହ ସେମାନଙ୍କ ସାର୍ଟିଫିକେଟ୍ ରଖୁଥିଲା ଇଏ। ଅରବିନ୍ଦ ଠାରୁ ସବୁ ସୂଚନା ପରେ ଏହି ୪ ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁଯାୟୀ, ଏହି ୪ ଜଣ ଆତ୍ମଗୋପନ କରିଥିଲେ ଦଶପଲ୍ଲା କୁଜାମେଣ୍ଢି ପଞ୍ଚାୟତ ବନ୍ଧଖମଣ ଗାଁଠାରୁ ୧ କିଲୋମିଟର ଦୂର ଜଙ୍ଗଲରେ ଥିବା ଏହି ଫାର୍ମ ହାଉସରେ। ଯାହାର ମାଲିକ ହେଉଛି ଅଭିମନ୍ୟୁ ଦୋରା। ଅଭିମନ୍ୟୁ ହିଁ ଏହି ଫାର୍ମ ହାଉସରେ ଗତ ପ୍ରାୟ ୨ ସପ୍ତାହ ଧରି ଲୁଚାଇ ରଖିଥିଲା ସମସ୍ତଙ୍କୁ। କେବଳ ଲୁଚାଇ ରଖିନଥିଲା ଫାର୍ମ ହାଉସରେ ହିଁ ତିଆରି ହେଉଥିଲା ପୋଲିସ SI ନିଯୁକ୍ତି କେଳେଙ୍କାରୀ ପ୍ଲଟ୍। ଫାର୍ମହାଉସ୍ କର୍ମଚାରୀଙ୍କ କହିବା କଥା, ଏଠାରେ ବି ଚାକିରି ଆଶାୟୀଙ୍କ ଭିଡ଼ ଲାଗୁଥିଲା।
ତେବେ କିଙ୍ଗପିନ୍ ଶଙ୍କର ପୃଷ୍ଟି ଏବେ କେଉଁଠି ? କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା କଥା, ଦିଲ୍ଲୀରେ ବସି ଓଡ଼ିଶାର ଏକାଧିକ ନିଯୁକ୍ତି କେଳେଙ୍କାରୀ ନେଟୱାର୍କକୁ ଅପରେଟ୍ କରୁଥିଲା ସେ। ଆଉ ପୋଲିସ SI ସ୍କାମ୍ ଧରାପଡ଼ିବା ପରେ ଦିଲ୍ଲୀରୁ ସେ ଖସିଗଲା। ଦିଲ୍ଲୀରୁ ସେ କୁଆଡ଼େ ଗଲା ? ଦେଶ ଭିତରେ ଅଛି ନା ଦୁବାଇ ଚାଲିଗଲା ? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଶଙ୍କର ପୃଷ୍ଟି ନାଁରେ ପୂର୍ବରୁ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିବା ସହ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ତଦନ୍ତକାରୀ ସଂସ୍ଥା। କ୍ରାଇମବ୍ରାଞ୍ଜ ଡିଆଇଜି କହିଛନ୍ତି, ଶଙ୍କରର ଗତିବିଧି ସଂପର୍କରେ ସୂଚନା ମିଳିଛି। ତାକୁ ଧରିବାକୁ ଟିମ୍ ଜାଲ ବିଛାଇ ସାରିଛି।
ସେପ୍ଟେମ୍ବର ୨୯। ‘ପୋଲିସ୍ SI’ କେଳେଙ୍କାରୀର ପ୍ରଥମେ ମହାଖୁଲାସା କରିଥିଲା ଓଟିଭି। ଏହି ମାମଲାରେ ଏଯାଏଁ ୧୨୩ ଜଣ ବନ୍ଧା ହେଲେଣି। ଏବେ ଅପେକ୍ଷା, ଶଙ୍କର ପୃଷ୍ଟିର ପାଳିକୁ। ଯିଏ ଧରାପଡ଼ିଲେ ହୁଏତ ଖୋଲିବ ପୋଲିସ SI ନିଯୁକ୍ତି ଦାୟିତ୍ବରେ ଥିବା OPRBର ଅସଲମୁଖା।...
Baba Vanga’s 2044 Prophecy: ୨୦୪୪ରେ ଆସିବ ପ୍ରଳୟ ! ଧ୍ବଂସ ହୋଇଯିବ ପୁରା ୟୁରୋପ !

Taliban Parade: ଛକରେ ଝୁଲିଲା ପାକିସ୍ତାନର ଇଜ୍ଜତ୍ , ଦଶା ଏମିତି...ମୁଣ୍ଡ ପିଟୁଛନ୍ତି ମୁନୀର !

Premanand Maharaj: ଭ୍ୟୁଜ୍ ଟଙ୍କା ଦେଇପାରେ, କିନ୍ତୁ ଅପରାଧରୁ ମୁକ୍ତ କରିପାରିବ ନାହିଁ ...ପ୍ରେମାନନ୍ଦ ମହାରାଜଙ୍କ କଡା ଚେତାବନୀ

Indian Railway: ରେଳବାଇର ବଡ଼ ନିଷ୍ପତ୍ତି, ଆପଣଙ୍କ ବଡ଼ ସମସ୍ୟାର ହେବ ସମାଧାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)