/odishatv-khabar/media/media_files/2025/10/17/cuttack-bjd-politics-2025-10-17-13-03-02.jpg)
Cuttack-BJD-Politics Photograph: (OTV)
ଅସମ୍ଭାଳ ବିଜେଡି କନ୍ଦଳ । କଟକରେ ବିଜେଡି କେଇ ଫାଳ ? ଚୁଲିକୁ ଗଲା ସୁପ୍ରିମୋଙ୍କ ଆଦର୍ଶ । ନବୀନଙ୍କ ଜନ୍ମଦିନରେ ନେତା ଗୋହି ଖୋଳାଖୋଳି । ଅଲଗା ହେଲେ ମେୟର, ଅଲଗା ହେଲେ ସାଂସଦ । ଗୋଟିଏ ପଟେ ଜିଲ୍ଲା ବିଜେଡି ପକ୍ଷରୁ ମେୟର ସୁବାସ ସିଂ ଓ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ସହ କର୍ପୋରେଟର, ଦଳୀୟ କର୍ମୀଙ୍କ ଏବଂ ନେତା ଉପସ୍ଥିତ ଥିଲେ । ସିଡିଏ ଠାରେ ଏକ ଅନାଥ ଆଶ୍ରମରେ ଫଳ ବଣ୍ଟନ ସହ କେକ ମଧ୍ୟ କଟା ଯାଇଥିଲା । ହେଲେ ଅନ୍ୟପଟେ ସାଂସଦ ଦେବାଶିଷ ସାମନ୍ତରାୟ ଓ ତାଙ୍କ ସମର୍ଥକ ମାନେ ଭିନ୍ନ ତରିକାରେ ପାଳିଥିଲେ ନବୀନଙ୍କ ଜନ୍ମ ଦିନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବାଣ୍ଟିବା ସହ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଥିଲେ । ଆଉ ସେଇଠୁ ଶୁଣାଇଥିଲେ ଚରମ ବାଣୀ ।
ଦେବାଶିଷଙ୍କ କହିବା କଥା, କଟକରେ ଗୋଟିଏ ବିଜେଡି, ଦ୍ବିତୀୟ ବିଜେଡି ନାହିଁ । ମୁଁ ଏଠାରେ ବିଧାୟକ ଥିଲି । ତାଙ୍କର ମାନବିକତା ନାହିଁ ମୋ ଭଳି ନେତାଙ୍କୁ ଡାକିବାକୁ, ସେମାନେ ନିମ୍ନ ସ୍ତରର ନେତା । ଦେବାଶିଷଙ୍କ ଏହି କଡା ଟିପ୍ପଣୀ ପରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ, ମେୟର ଏବଂ ଜିଲ୍ଲା ସଭାପତି ଯଦି ନିମ୍ନ ସ୍ତରର ତାହା ସେ କ’ଣ ? ଆଜି ନବୀନ ବାବୁଙ୍କ ଜନ୍ମଦିନ କାର୍ଯ୍ୟକ୍ରମ ଜିଲ୍ଲା ବିଜେଡି ପକ୍ଷରୁ କରାଯାଇଥିଲା । ସେଥିରେ ସମସ୍ତେ ଉପସ୍ଥିତ ଥିଲେ ହେଲେ ଦେବାଶିଷ ନଥିଲେ । ସେ କେତେବେଳେ କଣ ବକ୍ତବ୍ୟ ରଖନ୍ତି ସେ ଜାଣନ୍ତିନି ତାଙ୍କ ବକ୍ତବ୍ୟ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସୁବାସ କହିଛନ୍ତି ।
କଟକରେ ଏ କନ୍ଦଳ ଆଜିର ନୁହେଁ । ପୂର୍ବରୁ ମଧ୍ୟ ଏମିତି ତୁତୁ ମେଁ ମେଁ ଲାଗି ରହିଛି । ଗତ କାଲି ଥିଲା ନବୀନଙ୍କ ଜନ୍ମଦିନ । ଗତ କାଲି ବି ଦେଖିବାକୁ ମିଳିଲାନି ବିଜେଡିରେ ଶାନ୍ତି । ଫାଳଫାଳ ଦଳ, କଟକ ନେତାଙ୍କ କନ୍ଦଳ ଅସମ୍ଭାଳ । ଦଳରେ ନବୀନଙ୍କ ନୀତି ଆଦର୍ଶ ଯେମିତି ଆଉ କିଛି ନାହିଁ । ସରକାରରୁ ଯିବା ପରେ ସବୁ କିଛି ଯେମିତି ଶେଷ ହୋଇସାରିଥିବା ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)