Advertisment

Nuapada Turns Into Political Battleground: ପ୍ରଚାରରେ କମ୍ପିଲାଣି ନୂଆପଡା ମୈଦାନ, ଦାଦନ ଖଟି ଯାଇଥିବା ମତଦାତାଙ୍କ ଉପରେ ସବୁ ଦଳର ଆଖି

ନୂଆପଡା ନକ୍ସାରେ ଦାଦନ ଏକ ବଡ ସମସ୍ୟା। ଉପନିର୍ବାଚନ ପାଖଉଥିଲେ ବି ଏଯାଏ ଦାଦନ ଖଟିବାକୁ ଯାଇଥିବା ଭୋଟର ଫେରିନାହାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଭୋଟରଙ୍କୁ ଫେରାଇବାକୁ ନିଆଯାଇନାହିଁ ପଦକ୍ଷେପ। ଦେଢ ବର୍ଷରେ ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନ ଦେଖୁଛି।

author-image
Tapan Swain
nuapada

nuapada Photograph: (OTV)

ଏବେ ନୂଆପଡା ପୁଣି ବାଛିବ ନୂଆନେତା । ମଇଦାନରେ ପ୍ରଚାର ବି ଆରମ୍ଭ ହୋଇଗଲାଣି। କିନ୍ତୁ ବିଡମ୍ବନା, ନିର୍ବାଚନଣ୍ଡଳୀର ପାଖାପାଖି ଅଧା ଭୋଟର ଗାୟବ । କାରଣ ଦାନା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି, ଅଧିକାଂଶ ଲୋକ । ନିୟମ କହୁଛି, ଭୋଟରଙ୍କୁ ଫେରାଇ ଆଣିବା ପ୍ରଶାସନର ଦାୟିତ୍ବ । କିନ୍ତୁ ଆଜିଯାଏ ଆରମ୍ଭ ହୋଇନି ପ୍ରୟାସ । ତେଣେ ସବୁ ପ୍ରମୁଖ ପ୍ରାର୍ଥୀଙ୍କ ନଜର ଦାଦନ ଭୋଟରଙ୍କ ଉପରେ । ଫେରିଆସି ଭୋଟ୍ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ....

Advertisment

ଦାନା ପାଇଁ ଦାଦନ, ଚିନ୍ତାରେ ପ୍ରଶାସନ। ନୂଆପଡା ନକ୍ସାରେ ଦାଦନ ଏକ ବଡ ସମସ୍ୟା। ଉପନିର୍ବାଚନ ପାଖଉଥିଲେ ବି ଏଯାଏ ଦାଦନ ଖଟିବାକୁ ଯାଇଥିବା ଭୋଟର ଫେରିନାହାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଭୋଟରଙ୍କୁ ଫେରାଇବାକୁ ନିଆଯାଇନାହିଁ ପଦକ୍ଷେପ। ଦେଢ ବର୍ଷରେ ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନ ଦେଖୁଛି।

ନୂଆପଡାର ମୋଟ ଭୋଟର ସଂଖ୍ୟା ହେଲା ୨ ଲକ୍ଷ ୫୩ ହଜାର ୬୨୪। କିନ୍ତୁ ସଂଖ୍ୟାଧିକ ଭୋଟର ଏବେ ଦାଦନ ଖଟିବାକୁ ଯାଇଛନ୍ତି। ଯାହାଙ୍କ ଭିତରୁ ୭୦ ପ୍ରତିଶତ ହେଉଛନ୍ତି ନୂଆପଡା ଭୋଟର। ଖାଁ ଖାଁ ଗାଁ। ଘରର ଭେଣ୍ଡିଆ ପୁଅ ଦାଦନ ଯାଇଥିବାବେଳେ ଭିଟା ମାଟି ଜଗିଛନ୍ତି ବୟସର ଅପରାହ୍ନରେ ପହଞ୍ଚିଥିବା ବାପା ମା। 

Advertisment

ଦାଦନ ପାଇଁ ସୀମାନ୍ତ ନୂଆପଡାରେ ବନ୍ଧା ପଡେ ଭୋଟ। ଗଣତନ୍ତ୍ରର ମହାପର୍ବରୁ ବର୍ଷ ବର୍ଷ ଧରି ବାଦ ପଡନ୍ତି ପେଟ ପୋଷିବାକୁ ପ୍ରବାସରେ ଥିବା ନୂଆପଡା ଭୋଟର। ଏବର୍ଷ ବି କାମଧନ୍ଦା ଅଭାବରୁ ଲକ୍ଷାଧିକ ଦାଦନ ଯାଇଛନ୍ତି। ଜିଲ୍ଲାର ୫ ବ୍ଲକ୍ ଭିତରୁ ପାଞ୍ଚଟି ଯାକ ଦାଦନ ପ୍ରବଣ। ଯେଉଁଥିପାଇଁ ପ୍ରଶ୍ନ ଉଠୁଛି ଭୋଟ ହାର କେମିତି ଅଧିକ ହୋଇ ପାରିବ।... 

ଦାଦନର ଦୟନୀୟ ଚିତ୍ର ଭିତରେ ଜମିଲାଣି ପ୍ରଚାର। ଯୋଦ୍ଧା ପ୍ରସ୍ତୁତ, ଯୁଦ୍ଧ କ୍ଷେତ୍ର ବି ପ୍ରସ୍ତୁତ। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ତୟାର କରିଛନ୍ତି ନୂଆପଡା ଦଖଲ ପାଇଁ। ବିଜେଡି ନିଜ ସିଟ୍ କୁ ବଞ୍ଚାଇ ରଖିବା ପାଇଁ ମାଳ ମାଳ ନେତାଙ୍କୁ ନୂଆପଡାରେ ନିୟୋଜିତ କରିଛି ।

ଶାସକ ବିଜେପି ବି ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାଙ୍କୁ ନୂଆପଡା ଦଖଲ ପାଇଁ ଟାସ୍କ ଦେଇଛି। କଂଗ୍ରେସ ସଭାପତି ଏକଲା ଚଲୋ ନୀତିରେ ପ୍ରାର୍ଥୀ ଘାସିରାମଙ୍କୁ ନେଇ ପ୍ରଚାର ଜୋରଦାର କରିଛନ୍ତି। କିନ୍ତୁ ତିନି ଦଳର ନଜର ଦାଦନ ଭୋଟ୍ ଉପରେ।...
ଗୋଟିଏ ପଟେ ଭୋକ, ଆଉ ଅନ୍ୟପଟେ ଭୋଟ୍। ଭୋକ ଆଉ ଭୋଟ୍ ଭିତରେ କେତେ ପ୍ରତିଶତ ମତଦାନ ପଡୁଛି ନୂଆପଡାରେ ତାଉପରେ ନଜର।..

nuapada bypoll
Advertisment
Related Articles
Advertisment