/odishatv-khabar/media/media_files/2025/10/12/nuapada-bjd-politics-2025-10-12-13-42-50.jpg)
Nuapada-BJD-Politics Photograph: (OTV)
ବିଜେପି ଛଡ଼ାଇ ନେଲା ବିଜେଡି ପ୍ରାର୍ଥୀ । ପହ୍ମ ଧରିଲେ ଜୟ ଢୋଲକିଆ । ଜୟଙ୍କୁ ଯୋଦ୍ଧା କରି ନୂଆପଡ଼ା ମୈଦାନକୁ ଓହ୍ଲାଇପାରେ ବିଜେପି । ହେଲେ କିଏ ଜିତବ ନବୀନଙ୍କ ଭରସା ? ବିଜେଡି ପାଇଁ କିଏ ହେବ ନୂଆପଡ଼ା ପ୍ରାର୍ଥୀ ? କଂଗ୍ରେସ ପକ୍ଷରୁ ଘାସିରାମଙ୍କ ନାଁ ଘୋଷଣା ସରିଛି । ଦିବଂଗଦ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କ ଉପରେ ଭରସାକରି ବିଜେଡି ପ୍ରାର୍ଥୀ ଘୋଷଣା କରିବାକୁ ସ୍ଥିର କରିଥିଲା । ହେଲେ ଯେମିତି ଭୋକିଲା ମୁହଁରୁ ଖାଦ୍ୟ ଛଡ଼ାଇ ନେବା ପରି ବିଜେପି ଜୟଙ୍କୁ ଦଳରେ ସାମିଲ କରିଛି । ଫଳରେ ଏବେ ନୂଆପଡ଼ା ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତା’ ସସପେନ୍ସ ହୋଇଛି । ଆଉ ଏପରି ସମୟରେ ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ କହିଛନ୍ତି, ବିଜୁ ଜନତା ଦଳ ପାଇଁ ନୂଆପଡ଼ା ନିର୍ବାଚନ ବଡ଼ ଚ୍ୟାଲେଞ୍ଜ ହେବ ।
ବିଜେପି ବି ବିଜେଡିର ନୂଆପଡ଼ା ପ୍ରାର୍ଥୀ ସମ୍ପର୍କରେ ବୟାନ ଦେଇଛି । ବିଜେପି ଯାଜପୁର ସାଂସଦ ରବି ନାରାୟଣ ବେହେରା କହିଛନ୍ତି, ନୂଆପଡ଼ାରେ ନବୀନ ପଟ୍ଟନାୟକ ଛିଡା ହେଲେ ବି ବିଜେପି ନୂଆପଡ଼ାରେ ଜିତିବ । କିଏ କହୁଛି ନବୀନ ବାବୁଙ୍କ ନାଁରେ ଭୋଟ ଅଛି । ନୂଆପଡ଼ା ପାଖରେ ତ ନବୀନ ବାବୁ ହରିଛନ୍ତି । ସେପଟେ ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସର ରଣନୀତି ସମ୍ପର୍କରେ ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ । ଅତୀତରେ ଯାହା ବିଜେଡି କରିଥିଲା ଏବେ ବିଜେପି କରୁଛି । ବିଜେପୁରର ବିଜେଡି ଚାଲ୍ ଏବେ ନୂଆପଡ଼ାରେ ବିଜେପି ଖେଲିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି ।
ସେପଟେ ଜୟ ଢୋଲକିଆ ବିଜେପିରେ ଯୋଗଦେବା ଚର୍ଚ୍ଚା ଭିତରେ ବିଜେପି ଆଶାୟୀ ପ୍ରସନ୍ନ ପାଢୀଙ୍କ ପୋଷ୍ଟ ନୂଆପଡ଼ା ରାଜନୀତିକୁ ଆହୁରି ଗରମ କରିଛି । ନିଜ ପୋଷ୍ଟରର ରଙ୍ଗ ପରିବର୍ତ୍ତନ କରିବା ସହ ନୂଆପଡ଼ା ଏବେ ପରିବର୍ତ୍ତନ ଚାହେଁ ବୋଲି ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)