Advertisment

Smooth Sailing Ahead: ମନମୋହନ ଓ ସୁଜିତଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି, ଜିତିବାରେ କୌଣସି ସମସ୍ୟା ନାହିଁ

ମନମୋହନ ସାମଲ ପୂର୍ବରୁ ୨୦୦୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୪ ଯାଏଁ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ବ ତୁଲାଇଥିଲେ । ଏଣୁ ଦୀର୍ଘ ୨୨ ବର୍ଷ ପରେ ପୁଣିଥରେ ସେ ରାଜ୍ୟସଭା ଯିବେ ।

author-image
Tapan Swain
Rajya Sabha Polls

Rajya Sabha Polls Photograph: (OTV)

ସୁଜିତ କୁମାର ରିପିଟ୍, ୨୨ ବର୍ଷ ପରେ ରାଜ୍ୟସଭା ଯିବେ ମନମୋହନ ସାମଲ । ଓଡ଼ିଶାର ଦୁଇ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ଦୁଇ ଆସନ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ହୋଇଛନ୍ତି ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ନାଁ ଘୋଷଣା କରାଯାଇଛି । ଏହି ଦୁଇଟି ଆସନରେ ବିଜେପି ଜିତିବାରେ କୌଣସି ସମସ୍ୟା ନାହିଁ। ଏଥର ସୁଜିତ କୁମାରଙ୍କର କାର୍ଯ୍ୟକାଳ ସରୁଥିବାବେଳେ ଦଳ ତାଙ୍କୁ ରିପିଟ୍ କରିଛି ।

Advertisment

ମନମୋହନ ସାମଲ ପୂର୍ବରୁ ୨୦୦୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୪ ଯାଏଁ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ବ ତୁଲାଇଥିଲେ । ଏଣୁ ଦୀର୍ଘ ୨୨ ବର୍ଷ ପରେ ପୁଣିଥରେ ସେ ରାଜ୍ୟସଭା ଯିବେ । ଏବେ ରାଜ୍ୟ ସଭାପତି ଭାବେ ମଧ୍ୟ ମନମୋହନ ଦାୟିତ୍ବ ତୁଲାଉଛନ୍ତି । ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ନାଁ ଘୋଷଣା ପରେ ମନମୋହନ କହିଛନ୍ତି, କେନ୍ଦ୍ରୀୟ ନେତୃତ୍ବ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଆଜି ଓଡ଼ିଶାରେ ସଫଳ ବିଜେପି ସରକାର ହୋଇପାରିଛି । ଲୋକଙ୍କ ବିଶ୍ବାସ ଅନୁସାରେ ଆଗକୁ ମଧ୍ୟ କାର୍ଯ୍ୟ ତୁଲାଇବି । ପଞ୍ଚାୟତ ସ୍ତରରୁ ସେ କାମ କରିଥିବା କହିଛନ୍ତି । ଏପଟେ ସୁଜିତ କହିଛନ୍ତି, ଏହା ମୋ ପାଇଁ ସରପ୍ରାଇଜ୍ । ‘ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ବିଜେପି କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସୁଜିତ ଆହୁରି କହିଛନ୍ତି, ବିଗତ ୬ ବର୍ଷରେ କେବିକେ ଜିଲ୍ଲା ପାଇଁ ବହୁ କାମ କରିଛି । ଆଗକୁ ମଧ୍ୟ କେବିକେ ଜିଲ୍ଲାର ଭିତ୍ତିଭୂମି ପାଇଁ ଉଦ୍ୟମ ରହିବ । 

Advertisment


ମନମୋହନ-ସୁଜିତ ରାଜ୍ୟସଭା ପ୍ରାର୍ଥୀ

ରିପିଟ୍ ହେଲେ ସୁଜିତ କୁମାର
୨୨ ବର୍ଷ ପରେ ରାଜ୍ୟସଭା ଯିବେ ମନମୋହନ ସାମଲ
ଦୁଇଟି ଆସନରେ ବିଜେପି ଜିତିବାରେ କୌଣସି ସମସ୍ୟା ନାହିଁ
ଏଥର ସୁଜିତ କୁମାରଙ୍କର କାର୍ଯ୍ୟକାଳ ସରୁଥିଲା
ମନମୋହନ ୨୦୦୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ
ଏବେ ରାଜ୍ୟ ସଭାପତି ଭାବେ ମଧ୍ୟ ମନମୋହନ ଦାୟିତ୍ବ ତୁଲାଉଛନ୍ତି
ଲୋକଙ୍କ ବିଶ୍ବାସ ଅନୁସାରେ କାମ କରିବି: ମନମୋହନ
ଏହା ମୋ ପାଇଁ ସରପ୍ରାଇଜ୍: ସୁଜିତ କୁମାର

Manmohan Samal Rajya Sabha Polls
Advertisment
Related Articles
Advertisment