Advertisment

Police Investigation in Rahul Murder: ରାହୁଲ ହତ୍ୟାକାଣ୍ଡର ୪ ଦିନ ପରେ ବି ହଟୁନି ରହସ୍ୟ, ପୋଲିସ ସତ କହୁଛି ନା ପ୍ରତ୍ୟକ୍ଷଦର୍ଶୀ…

ରାହୁଲ ହତ୍ୟାକାଣ୍ଡର ୪ ଦିନ ପରେ ବି ହଟୁନି ରହସ୍ୟ। ପୋଲିସ ସତ କହୁଛି ନା ପ୍ରତ୍ୟକ୍ଷଦର୍ଶୀ ? ଚର୍ଚ୍ଚାରେ ରାହୁଲଙ୍କ ସାଙ୍ଗ ଶିବାଙ୍କ ଆବିର୍ଭାବ। ତତ୍କାଳ ଉତ୍ତେଜନାରୁ ହତ୍ୟା ଥିଓରିକୁ ମାନୁନାହାନ୍ତି ପତ୍ନୀ। ପୁରୁଣା ବିବାଦ ଫାଇଲ୍ କାହିଁକି ଖୋଲୁନି ପୋଲିସ ?

author-image
Pramod Behera
Police Investigation in Rahul Murder

ରାହୁଲ ହତ୍ୟାକାଣ୍ଡର ୪ ଦିନ ପରେ ବି ହଟୁନି ରହସ୍ୟ Photograph: (OTV)

ୟୁଟ୍ୟୁବର ରାହୁଲ ମହାରଣା ହତ୍ୟାକାଣ୍ଡକୁ ୪ ଦିନ ବିତିଛି। ହେଲେ ଘଟଣା ଉପରୁ ରହସ୍ୟ ହଟୁନି। ଯଦିଓ ହତ୍ୟାକାରୀ ଧରାପଡ଼ିଛନ୍ତି, ତେବେ ହତ୍ୟା ପଛର ଉଦ୍ଦେଶ୍ୟ କଣ, ଆଉ ଏହାପଛରେ କାହାର ହାତ ତାକୁ ସାମ୍ନାକୁ ଆଣିପାରୁନି ପୋଲିସ। 

Advertisment

ସେପଟେ ପୋଲିସର ତଦନ୍ତକୁ ନେଇ ରାହୁଲଙ୍କ ପତ୍ନୀ ଓ ପରିବାର ମାଳମାଳ ପ୍ରଶ୍ନ ଉଠାଇଥିବା ବେଳେ ଏହାରି ଭିତରେ ଘଟଣା ପରଠୁ ଉଭାନ ଥିବା ଶିବା ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଆଉ ତାଙ୍କ ବୟାନ ଛିଡ଼ା କରିଛି ଅନେକ ପ୍ରଶ୍ନ।.

ରାହୁଲ ହତ୍ୟାକାଣ୍ଡକୁ ୪ ଦିନ ପରେ ବି ହଟୁନି ରହସ୍ୟ। ହତ୍ୟା ଘଟଣାର ସତ କଣ ? ପୋଲିସ ସତ କହୁଛି ନା ପ୍ରତ୍ୟକ୍ଷଦର୍ଶୀ ସତ କହୁଛନ୍ତି ? ଘଟଣାର ତିନି ଦିନରେ ଶିବା ପାଖରେ ପହଞ୍ଚିଲା ପୋଲିସ। ହଠାତ ଉଭାନ ହୋଇଯାଇଥିବା ଶିବା ଏବେ ସାମନାକୁ ଆସିଲେ।

Advertisment

ପ୍ରଥମେ ପୋଲିସ ଆଉ ଏବେ ସାମ୍ନାକୁ ଆସିଥିବା ରାହୁଲର ସାଙ୍ଗ ଶିବାର ବୟାନକୁ ବି ନେଇ ବଢିଲା ସସପେନ୍ସ। କଥାରେ ରହୁନି ତାଳମେଳ। ୪ ଦିନ ପରେ ବି ରହସ୍ୟ ଘେରରେ ପୂରା ଘଟଣା। ଯଦିଓ ହତ୍ୟାକାରୀଙ୍କୁ ପୋଲିସ ଧରିଛି ତେବେ ମର୍ଡର ପଛର ମୋଟିଭ କଣ ? ତାହା ସାମନାକୁ ଆସିପାରୁ ନାହିଁ। ଏହାରି ଭିତରେ ମାମଲାର ସସ୍ପେନ୍ସ କ୍ୟାରେକ୍ଟର ଥିବା ଶିବା ଏବେ ସମ୍ନାକୁ ଆସିବା ପରେ ଘଟଣା ଆହୁରି ଜଟିଳ ହୋଇଛି । 

ଶିବା ସହ ତାର ଦୁଇ ସାଙ୍ଗ ସଚିନ ଓ ବବୁଲ ସେଦିନର କାଳ ରାତିର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଏମାନେ କ୍ୟାମେରା ଆଗରେ ଘଟଣା ସଂପର୍କରେ କହିବା ପରେ କାଠଗଡାରେ କମିଶନରେଟ ପୋଲିସ । ପୋଲିସ ଘଟଣା ପଛରେ ମଦ୍ୟପାନ ଓ ହଠାତ ଛୁରାମାଡ କଥା କହିଥିଲା। ଏଥିସହ ଯବାନ ନୁହେଁ, ତାଙ୍କ ପୁତୁରା ଛୁରି ମାରିଛି ବୋଲି କହିଥିଲା। ସେପଟେ ପ୍ରତ୍ୟକ୍ଷଦର୍ଶୀ କିନ୍ତୁ କହିଛନ୍ତି, ପୁତୁରା ନୁହେଁ ଯବାନ ହିଁ କରିଛନ୍ତି ଛୁରାମାଡ଼। ସିଧା କହିବାକୁ ଗଲେ କାହା କଥାରେ ରହୁନି ତାଳମେଳ। 

ସେପଟେ ପୋଲିସର ମର୍ଡର ଥିଓରିକୁ ଗ୍ରହଣ କରିପାରୁ ନାହାନ୍ତି ରାହୁଲଙ୍କ ପତ୍ନୀ ତ୍ରିଷ୍ଣା ଓ ତାଙ୍କ ପରିବାର। ରାହୁଲ ସହ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ କିଛି ଭିନ୍ନ ଉତ୍ତର ରଖିବା ପରେ ଏବେ ପୂରା ଘଟଣା ଗୋଳମାଳିଆ ସ୍ଥିତିରେ ରହିଛି। ତ୍ରିଷ୍ଣା ପୁରୁଣା ଘଟଣାକୁ ହତ୍ୟାକାଣ୍ଡ ସହ ଯୋଡୁଥିବା ବେଳେ ପୋଲିସ କାହିଁକି ସେଥିରୁ ନିଜକୁ ଦୂରେଇ ରଖୁଛି ? ରାହୁଲଙ୍କ ସହ ଘଟିଥିବା ପାର୍କିଂ ବିବାଦ, ଗାଡିରେ ଗଞ୍ଜେଇ ଚାଲାଣ ଧରାପକାଇବା ରାଗରେ ତାଙ୍କୁ ହତ୍ୟା କରାଯାଇ ନାହିଁ ତ ? ଏ ଦିଗକୁ କାହିଁକି ଯାଉନି ପୋଲିସ ? 

ସେପଟେ ରାହୁଲଙ୍କ ପରିବାର ଦେଇଥିବା ଲିଖିତ ଅଭିଯୋଗରେ ଯେଉଁମାନଙ୍କ ନାଁ ରହିଛି ସେମାନଙ୍କ ନିକଟରେ ପହଞ୍ଚିବାରେ ପୋଲିସ ଟାଳଟୁଳ ନୀତି ଆପଣାଉ ନାହିଁ ତ ? ଏପରିକି ପତ୍ନୀ ତ୍ରିଷ୍ଣା ମିଡିଆରେ ମୁହଁ ଖୋଲିବା ପରେ ପୋଲିସ ଯାଇ ରାତିରେ ଶିବାଙ୍କ ବୟାନ ରେକର୍ଡ କରିଛି। ଗତକାଲି ପର୍ଯ୍ୟନ୍ତ ଶିବାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଆଜି ହଠାତ ସେ ରାହୁଲଙ୍କ ଘରେ ପହଞ୍ଚି ଯାଇଥିଲେ।

ପୂରା ମାମଲାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ ଏନେଇ କିନ୍ତୁ କମିଶନରେଟ୍ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Odisha News Crime Odisha Odisha Crime
Advertisment
Advertisment