/odishatv-khabar/media/media_files/2025/10/15/nuapada-election-2025-10-15-20-21-30.jpg)
NUAPADA-ELECTION Photograph: (OTV)
ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କଲା ବିଜେପି, ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ। ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି। ବିଶାଳ ରାଲି କରି ନାମାଙ୍କନ ଭରିବେ ଜୟ ।
ଆଉ ତା ପୂର୍ବରୁ ପ୍ରାର୍ଥୀ ଘୋଷଣା ହେଉ ହେଉ କୋମନାରେ ବିଜେଡିକୁ ବଡ଼ ଝଟକା ଦେଇଛି ବିଜେପି। ରାଜ୍ୟ ସଭାପତି କରିଛନ୍ତି ବଡ଼ ମିଶ୍ରଣ ପର୍ବ, ଯେଉଁଥିରେ ବ୍ଲକର ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ୧୮ ଜଣ ସରପଞ୍ଚ, ୯ ଜଣ ସମିତି ସଭ୍ୟଙ୍କ ସହ ଅନେକ ପୂର୍ବତନ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳର ସାମିଲ ହୋଇଛନ୍ତି l
ଆଉ ଆସନ୍ତାକାଲି ବି ନୂଆପଡା ଗସ୍ତରେ ଯାଇ ଗୋତମା ପଡିଆରେ ବଡ଼ ସମାବେଶ କରିବେ ମୁଖ୍ୟମନ୍ତ୍ରୀ। ଏହା ସହ ନୂଆପଡା ବ୍ଲକର ଏକାଧିକ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ସହ ୩ ହଜାର କର୍ମୀ ବିଜେଡି ଏବଂ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ।
ଟିକେଟ ପାଇବା ପରେ ଜୟ ଢୋଲକିଆ କହିଛନ୍ତି, ସମସ୍ତ ବରିଷ୍ଠ ନେତାଙ୍କୁ ନେଇ ସାଙ୍ଗରେ ଲଢିବେ ଏବଂ ନୂଆପଡାର ବିକାଶକୁ ଆଗକୁ ନେବେ। ଆଉ ଟିକେଟ ପାଇବା ପୂର୍ବରୁ ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଜୟ।
ତେବେ ଆଗରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ୧୮ ତାରିଖରେ ଭରିବ ନାମାଙ୍କନ ପତ୍ର। ଆଉ ତାପରେ ଘମାଘୋଟ ହେବ ପ୍ରଚାର ମୈଦାନ
Fakes Maoist Threat: ୩୫ ଲକ୍ଷ ଦିଅ, ନଚେତ ତୁମ ପରିବାରକୁ ମାରିଦେବୁ...ବାପାକୁ ପୁଅର ଧମକ ଚିଠି

Double Rice Quota: ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ, ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

Shocking in Bhubaneswar: ସାଇକେଲରେ ଡାକ୍ତରଖାନା ଗଲେ ରୋଗୀ, ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଦୃଶ୍ୟ

Odia Medical Student Case: ଶୁକ୍ରବାର ରାତିରେ ଘଟିଥିଲା କ'ଣ ? ବୟଫ୍ରେଣ୍ଡ ନୁହେଁ, ଥିଲା ଖଳନାୟକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)