/odishatv-khabar/media/media_files/2025/09/26/bjd-action-2025-09-26-11-13-29.jpg)
BJD Action Photograph: (OTV)
ଦୁର୍ବଳ ଉପରେ ବିଜେଡିର ପ୍ରହାର । ସୁପର ସିନିୟରଙ୍କୁ ନବୀନଙ୍କ ସବୁ ମାଫ୍ ! ତୁଣ୍ଡ ଖୋଲିଲେ ଗଡ଼ିବନି ମୁଣ୍ଡ ! କି ନବୀନ କରିବେନି ତାଗିଦ୍ ! ପୂର୍ବରୁ ବିଜେଡି (BJD)ର ଅନେକ ବରିଷ୍ଠ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏମିତିକି ପାଣ୍ଡିଆନଙ୍କ ନାଁ ବି ନେଇଛନ୍ତି । ହେଲେ ବିଜେଡି ନେଇନି ଆକ୍ସନ କି କରିନି ସେମିତି କିଛି ତାଗିଦ୍ । ପୂର୍ବରୁ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର, ରାଜା ସ୍ବାଇଁ ଏବଂ ଅରୁଣ ସାହୁ ବି ଅନେକ ସମୟରେ ଦଳ ବିରୋଧୀ ବୟାନ ଦେଇଛନ୍ତି । ହେଲେ ସେମାନଙ୍କୁ ଦଳ କେବେ ତାଗିଦ୍ କରିନି । କି ନବୀନ ଡାକି କୌଣସି ସମ୍ପର୍କରେ ପଚରାଉଚରା କରିନାହାନ୍ତି ।
କାହା ଉପରେ କାର୍ଯ୍ୟାନୁଷ୍ଠାନ ?
ଖାଲି ବଦ୍ରୀ ନୁହଁନ୍ତି, ଅରୁଣ ମଧ୍ୟ ଏଇ ଏବେ ଏବେ ବିଜେଡିକୁ ନେଇ କିଛି ପ୍ରତିକ୍ରିୟା ରଖିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା ।ଅରୁଣଙ୍କ ହଠାତ୍ ଏଭଳି ବୟାନ ସମସ୍ତଙ୍କୁ ଚକିତ କରିଥିଲା । ଆଉ ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ଶ୍ରୀମୟୀଙ୍କ ସପକ୍ଷରେ ବାହାରି ଦଳରେ ଶ୍ରୀମୟୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଥିଲେ ।
ଖାଲି ଏମାନେ ନୁହଁନ୍ତି, ବିଜେଡିର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଳୀପ ନାୟକ EOW ଦ୍ବାରା ଗିରଫ୍ ହୋଇଥିଲେ ବି ତାଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ଦୁର୍ବଳ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ଯେଉଁ ବାର୍ତ୍ତା ଦେବାକୁ ଚାହୁଁଛି ତାହା ବୁମେରାଂ ହେବ। ଏବେ ଦେଖିବାର କଥା ଶ୍ରୀମୟୀଙ୍କ ପରେ ବିଜେଡି ଆଉ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ।
ତେବେ ଦଳ ବିରୋଧୀ କାର୍ଯ୍ୟକୁ ନେଇ ବିଜେଡିରୁ ବିଦା ହୋଇଛନ୍ତି ଶ୍ରୀମୟୀ ମିଶ୍ର । ତେବେ ଆଗକୁ ଏହି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଆଉ କେଉଁ ନେତାଙ୍କୁ ଦଳର ସୁପ୍ରିମୋ ଦଳରୁ ତଳୁଛନ୍ତି ତା’ ଦେଖିବାକୁ ବାକି ।
Fatal Snake Bite: ନାଗ ସହ ଖେଳୁଥିଲେ ନାମ ନେଲେ, ଚାଲିଗଲା ଜୀବନ

Bids Farewell to MiG-21: ୬୨ ବର୍ଷ ହେଲା ସେବା ଦେଉଥିଲା, ଆଜି ନେବ ବିଦାୟ

India vs Pakistan to Clash: ପୁଣି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ, ଦେଖିବାକୁ ମିଳିବ ରୋମାଞ୍ଚକର ମ୍ୟାଚ

Real Estate Disputes: ଆଉ ବର୍ଷ ବର୍ଷ ଧରି ପଡ଼ିରହିବନି ରିୟଲ ଇଷ୍ଟେଟ୍ ମାମଲା, କ୍ରେତା ବିକ୍ରେତାଙ୍କ ମଧ୍ୟରେ ହେବ ଆପୋଷ ବୁଝାମଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)