Advertisment

BJD’s Bhupinder Singh Admits: ନୂଆପଡ଼ା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ

ନୂଆପଡ଼ା ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ। ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ବିଜେପିକୁ ଗଲା । କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ହେଲେ ଆମର ଡେରି ହେଲା।

author-image
Manas Ranjan Mohanty
bjd

bjd Photograph: (OTV)

ନୂଆପଡ଼ା ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ। ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ବିଜେପିକୁ ଗଲା । କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ହେଲେ ଆମର ଡେରି ହେଲା। ସେଥିପାଇଁ ବିଜେଡି ଉପରେ ଢୋଲକିଆ ପରିବାରକୁ ବିଶ୍ବାସ ଆସିଲାନି। ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ ବୋଲି କହିଛନ୍ତି ଭୂପିନ୍ଦର ସିଂ।

Advertisment

ଯେଉଁ ୮୦ ନେତାଙ୍କୁ ଦାୟିତ୍ବ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନଥିଲା ବୋଲି କହିଛନ୍ତି ଭୂପିନ୍ଦର । ନୂଆପଡ଼ାରେ ପ୍ରଚାର ହୋଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ, କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ ବୋଲି ଭୂପିନ୍ଦର କହିଛନ୍ତି। ଏଥିସହ ନବୀନ ବାବୁଙ୍କୁ ଏ ଅବସ୍ଥାରେ କାହିଁକି ନୂଆପଡ଼ା ନିଆଗଲା, ଏହା ତାଙ୍କ ପ୍ରତି ଅପମାନ, ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ନୂଆପଡ଼ା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ
‘ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ’
‘କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ଆମର ଡେରି ହେଲା’
‘ସେଥିପାଇଁ ବିଜେଡି ଉପରେ ତାଙ୍କ ପରିବାରକୁ ବିଶ୍ବାସ ଆସିଲାନି’
ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ-ଭୂପିନ୍ଦର ସିଂ
‘ଯେଉଁ ୮୦ ନେତାଙ୍କୁ ଦାୟିତ୍ଵ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନଥିଲା’
‘ନୂଆପଡ଼ାରେ ପ୍ରଚାର ହୋଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ’
କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ- ଭୂପିନ୍ଦର
‘ନବୀନ ବାବୁଙ୍କୁ ଏ ଅବସ୍ଥାରେ କାହିଁକି ନୂଆପଡ଼ା ନିଆଗଲା’
‘ଏହା ତାଙ୍କ ପ୍ରତି ଅପମାନ, ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା’

Advertisment
Advertisment
Related Articles
Advertisment