Advertisment

BJD Politics Heats Up: ପାଟକୁରାରେ ତେଜୁଛି ବିଜେଡି ରାଜନୀତି, ମୁହାଁମୁହିଁ ଅରବିନ୍ଦଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀ

ପାଟକୁରାରେ ତେଜୁଛି ବିଜେଡି ରାଜନୀତି। ମୁହାଁମୁହିଁ ଅରବିନ୍ଦଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀ। ସମର୍ଥକଙ୍କ ଶୋଭାଯାତ୍ରା, ବିରୋଧୀଙ୍କ ସମାବେଶ। କଳାବୁଦାରେ ଅରବିନ୍ଦଙ୍କ ମହିଳା ସମର୍ଥକଙ୍କ ସମାବେଶ।

author-image
Chinmayee Sahoo
BJD

BJD Photograph: (OTV)

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ତେଜୁଛି ରାଜନୀତି। ଗୋଳିଆ ହେବାରେ ଲାଗିଛି ପାଟକୁରା ବିଜେଡି ରାଜନୀତି। ମୁହାମୁହିଁ ହୋଇଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀ। ଦିନେ ଅରବିନ୍ଦଙ୍କ ବିରୋଧୀ ସଭା ସମାବେଶ କରୁଛନ୍ତି ତ ଆଉଦିନେ ସମର୍ଥକ କରୁଛନ୍ତି ଶୋଭାଯାତ୍ରା। 

Advertisment

ସୋମବାର ପାଟକୁରା ନିର୍ବାଚନମଣ୍ଡଳୀ କଳାବୁଦା ଶନି ମନ୍ଦିରଠାରେ ଅରବିନ୍ଦଙ୍କ ମହିଳା ସମର୍ଥକ ମାନେ ସମାବେଶ କରିଥିଲେ। ଅରବିନ୍ଦଙ୍କ ସମର୍ଥନରେ ଏକ ବିଶାଳ ଶୋଭାଯାତ୍ରା କରି ଶନି ମନ୍ଦିରରେ ପୂଜାର୍ଚନା କରିଥିଲେ। ତେବେ ଅରବିନ୍ଦଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିବା ସହିତ ଏହା ସମ୍ପର୍କରେ ପୁନଃବିଚାର କରିବା ପାଇଁ ଦାବି କରିଥିଲେ ଅରବିନ୍ଦଙ୍କ ସମର୍ଥକ। 

ଏହା ପୂର୍ବରୁ ଅରବିନ୍ଦଙ୍କ ସମର୍ଥକ ଗୋଷ୍ଠୀ ବିଭିନ୍ନ ପର୍ଯ୍ୟାୟରେ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁ ମିଳନ କରି ନିଜ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପଟେ ବିଧାୟକ ଅରବିନ୍ଦଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ପାଟକୁରା ରେ ବେଶ୍ ସକ୍ରିୟ ଅଛନ୍ତି। ଫେବ୍ରୁଆରି ୧୪ ତାରିଖରେ ଡେରାବିଶ ବ୍ଳକ ପଲେଇ ପଞ୍ଚାୟତ ପଡିଆଠାରେ ଏକ କର୍ମୀ ସମାବେଶ ଆୟୋଜନ କରିଥିଲେ ଅରବିନ୍ଦଙ୍କ ବିରୋଧୀ।

Advertisment

Politics BJD
Advertisment
Related Articles
Advertisment