/odishatv-khabar/media/media_files/2026/02/17/odisha-legislative-assembly-2026-02-17-09-28-25.jpg)
Odisha Legislative Assembly Photograph: (OTV)
ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ। ଏହି ଅଧିବେଶନରେ ରହିଛି ମୋଟ୍ ୨୮ଟି କାର୍ଯ୍ୟ ଦିବସ। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୨୪ ଯାଏଁ ଚାଲିବ।
ଫେବ୍ରୁଆରି ୧୮ ଓ ୧୯ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ।
ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବଜେଟ୍ ପାରିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବାର ସମ୍ଭାବନା ଥିବାରୁ ଏନେଇ ବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ। ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ଏଥର ଗୃହକୁ ଦୋହଲାଇବାକୁ ଯୋଜନା କରିଛି ବିଜେଡି। ସେହିଭଳି କଂଗ୍ରେସ ବିଧାୟକ ଦଳ ବୈଠକରେ କୋଟିଆ, ଆଇନ ଶୃଙ୍ଖଳା ଓ ଚାଷୀଙ୍କ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ।
ଏପଟେ ବିଜେପି ବିଧାୟକ ଦଳ ବୈଠକରେ ବିରୋଧୀଙ୍କୁ କିଭଳି କାଉଣ୍ଟର କରାଯିବ, ତାର ରଣନୀତି ପ୍ରସ୍ତୁତ ପାଇଁ ଯୋଜନା କରୁଛି ସରକାରୀ ଦଳ। ତା ପୂର୍ବରୁ ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।
Budget Before Panchayat Polls: ମୋହନଙ୍କ ବଜେଟ୍ରେ ଦେଖିବାକୁ ମିଳିପାରେ ପଞ୍ଚାୟତ ନିର୍ବାଚନର ପୂର୍ବାଭାଷ?

Daily Horoscope 17th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 17th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Yoga Practice to Cure Back Pain: ଚେୟାରରେ ବସି ବସି ପିନ୍ଧୁଛି କି ଅଣ୍ଟା-ପିଠି… ୧୫ ମିନିଟର ଯୋଗ ଅଭ୍ୟାସ; ଯନ୍ତ୍ରଣା ଗାୟବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)