/odishatv-khabar/media/media_files/2026/01/11/latika-pradhan-2026-01-11-15-51-55.jpg)
Latika Pradhan Photograph: (OTV)
୨୦୨୪ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୧୦ଟି ସିଟରେ ଜାଣିଶୁଣି ବିଜେଡିକୁ ହରାଇ ଦିଆଗଲା। ଏଇଥି ପାଇଁ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ଅଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ଲତିକା ପ୍ରଧାନ ଏଭଳି ବୟାନ ଦେଇ ଆଉ ଏକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛନ୍ତି।
ମାନସ ମଙ୍ଗରାଜଙ୍କୁ ଟାର୍ଗେଟ୍
୧୦ଟି କନଫର୍ମ ୱିନିଂ ସିଟରେ ବିଜେଡିକୁ ହରାଇ ଦିଆଗଲା। ଅନେକ ଥର କୁହାଯାଇଛି କିନ୍ତୁ କେହି ଶୁଣିନାହାନ୍ତି। ଯେଉଁମାନଙ୍କୁ ଗଞ୍ଜାମର ଦାୟିତ୍ବ ଦିଆଗଲା ସେହିମାନେ ହିଁ ହରାଇଦେଲେ। ଏଥିସହ ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାର ପ୍ରଭାରୀ ଥିବା ମାନସ ମଙ୍ଗରାଜ କଣ କରୁଥିଲେ କହି ଟାର୍ଗେଟ କରିଛନ୍ତି। ନିର୍ବାଚନ ସମୟରେ ସେ ଆମକୁ ସହଯୋଗ କରୁଥିଲେ ନା ପିକନିକ୍ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ଲତିକା ।
ସ୍ୱର ଦବା ନଯାଉ
ଏଥିସହ ଦଳର ଯେଉଁ ନେତା ସ୍ବର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ବରକୁ ଦବାଇ ଦିଆ ନଯାଉ। ସେମାନଙ୍କୁ କଥା ଶୁଣି ସମାଧାନ କରାଯାଉ, ଅଣଦେଖା କରାନଯାଉ ବୋଲି ଦାବି କରିଛନ୍ତି। ସ୍ବତନ୍ତ୍ର ବୈଠକ ଡାକି ସଂଗଠନକୁ ସଜାଡନ୍ତୁ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିବେଦନ କରିଛନ୍ତି।
ନିର୍ବାଚନରେ ହାରି ମଧ୍ୟ ଗଞ୍ଜାମରେ ସ୍ଥିତି ଭଲ ଥିଲା। ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦେବାରେ ଧିରେ ଧିରେ ରିକଭରୀ ହୋଇଥିଲା। କିନ୍ତୁ ଏବେ ଗଞ୍ଜାମ ନେତାଙ୍କୁ ଗଞ୍ଜାମ ଦାୟିତ୍ବ ନଦିଆଯିବା ଫଳରେ ସଂଗଠନ ଅତି ଦୁର୍ବଳ ହୋଇଯାଇଛି। ନବୀନ ପଟ୍ଟନାୟକ ମଧ୍ୟ ସମୟ ଦେଇପାରିନାହାନ୍ତି ବୋଲି କହିଛନ୍ତି ଲତିକା ପ୍ରଧାନ । ତେବେ ଏ ସଂପର୍କରେ ବିଜେଡିର କିମ୍ୱା ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ...
ଗଞ୍ଜାମ ପାଇଁ ନବୀନ CMରୁ ବଞ୍ଚିତ: ଲତିକା
ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ
‘ଗଞ୍ଜାମ ଜିଲ୍ଲାର ୧୦ଟି କନଫର୍ମ ସିଟ୍ କୁ ଜାଣି ଶୁଣି ହରାଇ ଦିଆଗଲା’
‘ସେଥିପାଇଁ ନବୀନ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହୋଇଛନ୍ତି’
‘ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି’
‘ବିକ୍ରମ ପଣ୍ଡା ଦାୟିତ୍ଵ ନେବା ପରେ ଧୀରେ ଧୀରେ ରିକଭରି କରୁଥିଲୁ’
‘ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେଲେ ବି ସେ ସମୟ ଦେଇପାରି ନାହାଁନ୍ତି’
‘ଗଞ୍ଜାମ ପ୍ରତି ନିରନ୍ତର ଭାବେ ପାତର ଅନ୍ତର ନୀତି ଆପଣା ଯାଉଛି’
ନବୀନ ବାବୁଙ୍କ ନଜରକୁ ଆସିବା ଦରକାର ଗଞ୍ଜାମ- ଲତିକା ପ୍ରଧାନ
ମାନସ ମଙ୍ଗରାଜକୁ ଟାର୍ଗେଟ କଲେ ଲତିକା ପ୍ରଧାନ
Bada Danda Controversy: ଆମିଷମୁକ୍ତ ବଡଦାଣ୍ଡ ଘୋଷଣା କେବଳ ଧୂଆଁବାଣ, ଆଜି ବି ଚାଲିଛି ବିକ୍ରି

Terror Confession: ଆତଙ୍କୀ କସୁରୀ ଖୋଲିଲା ପାକିସ୍ତାନର ପୋଲ୍, ପାକ୍ ସେନା ସହ ଲସ୍କର-ଏ-ତୋଇବାର ରହିଛି ଘନିଷ୍ଠ ସମ୍ପର୍କ

Bootlegging Continues Unabated: ପ୍ରତିମାସରେ ହେଉଛି ଚଢ଼ାଉ, କିନ୍ତୁ ଚାଲିଛି ମଦଭାଟି

Plane Mishap: ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ, ଦୁଇଜଣ ହୋଇଛନ୍ତି ଏୟାରଲିଫ୍ଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)