Advertisment

Weekly Horoscope From 15th December 2025 To 21st December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ବୁଦ୍ଧିମତ୍ତାରେ କାମ କରନ୍ତୁ, ସଫଳତା ଓ ଲାଭ ପାଇବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଚାକିରିଜୀବୀଙ୍କ ଲାଗି ସମୟ ବହୁତ ଭଲ। ଅଫିସ୍‌ରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଠିକ୍ କରିପାରିବେ। ଫେସନ୍ ଡିଜାଇନିଙ୍ଗ୍ ବ୍ୟକ୍ତିମାନଙ୍କ ଲାଗି ନୂଆ ଚାକିରିର ସୁଯୋଗ ଆସିବ।

author-image
Deepak Acharya
weekly horoscope

weekly horoscope Photograph: (OTV)

ସାପ୍ତାହିକ (ସୋମ ୧୫ ରୁ ରବି ୨୧)

ମେଷ-
ବୁଦ୍ଧିମତ୍ତାରେ କାମ କରନ୍ତୁ, ସଫଳତା ଓ ଲାଭ ପାଇବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଚାକିରିଜୀବୀଙ୍କ ଲାଗି ସମୟ ବହୁତ ଭଲ। ଅଫିସ୍‌ରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଠିକ୍ କରିପାରିବେ। ଫେସନ୍ ଡିଜାଇନିଙ୍ଗ୍ ବ୍ୟକ୍ତିମାନଙ୍କ ଲାଗି ନୂଆ ଚାକିରିର ସୁଯୋଗ ଆସିବ। ରାଜନୈତିକ ନେତା ବିଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ପାରିବାରିକ ଜୀବନ ସୁଖକର ହେବ। ଗୃହିଣୀଙ୍କୁ ଘର କାମରେ ପତିଙ୍କର ସହଯୋଗ ମିଳିବ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର - ହନୁମାନଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

Advertisment

ବୃଷ-
ଲକ୍ଷ୍ୟ ପ୍ରତି ଗମ୍ଭୀରତା ସହିତ ପ୍ରୟାସ କରନ୍ତୁ ସଫଳ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯାଇପାରନ୍ତି। ଚାକିରିରେ କିଛି ପରିବର୍ତ୍ତନ ବା ଦୂରସ୍ଥାନକୁ ବଦଳି ହେବେ। ରାଜନୀତିକ ନେତାଙ୍କର ଲାଗି ରହିଥିବା ଚିନ୍ତା କମ୍ ହେବ। କେହି ବିରୋଧୀ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। ପରିବାରରେ ଉତ୍ସବ ଭଳି ମାହୋଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ପ୍ରେମ ଆଳାପ ଲାଗି ଚମତ୍କାର ସୁଯୋଗ ପାଇପାରିବେ। ଛାତ୍ରଛାତ୍ରୀ ସମୟର ଠିକ୍ ଉପଯୋଗ କରନ୍ତୁ। ପରୁଣା ରୋଗରୁ ଆରାମ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

ମିଥୁନ-
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ। ବୁଧବାର ଠାରୁ ମନ ଅଶାନ୍ତି ମୁକ୍ତ ରହିବ। ଆପଣଙ୍କ କଂପାନିକୁ ବଡ଼ ସୁଯୋଗ ମିଳିବ। ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ଅଫିସ୍‌ରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। ରାଜନୀତିକ ନେତା ଗୁରୁତ୍ବପୂର୍ଣ୍ଣ କଥା ଉପରେ ଦଳର ବରିଷ୍ଠ ନେତାଙ୍କ ସହିତ ବିଚାର ବିମର୍ଶ କରି ଆଗକୁ ବଢ଼ିବେ। ପରିବାରରେ ସୁଖସୁବିଧା ବୃଦ୍ଧି ହେବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଅନକୂଳ। ଜଣେ ଅନ୍ୟଜଣଙ୍କୁ ଭଲ ଭାବେ ବୁଝିପାରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ

Advertisment

କର୍କଟ-
ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ନୂଆ କାରବାରରେ ଧନ ନିବେଶ ଲାଭଦାୟକ ରହିବ। ମହିଳା ବ୍ୟବସାୟୀ ଆଶାଠୁ ଅଧିକ ଲାଭ ପାଇବେ। ଧାର୍ ନେବା ଓ ଦେବାରେ ନିବୃତ୍ତ ରହନ୍ତୁ। ଅଫିସ୍‌ରେ ସାବଧାନ ରହିବା ଆବଶ୍ୟକ। ସହକର୍ମୀଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରା ରହିବ। ଯେଉଁମାନଙ୍କର ବିବାହ ପାଇଁ କଥାବାର୍ତ୍ତା ଲାଗି ରହିଛି ସେମାନଙ୍କର ତାରିଖ ଧାର‌୍ୟ୍ୟ ହୋଇପାରେ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ବଡ଼ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସିଂହ-
ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତିମାନେ ଶୁଭ ସଂକେତ ପାଇବେ। ଚାକିରିଜୀବୀ ନିଷ୍ଠାର ସହିତ କାମ କରନ୍ତୁ, ଭଲ ପରିଣାମ ପାଇବେ। ଟ୍ରାଭେଲ୍ ଏଜେନ୍ସି ଲୋକଙ୍କ ଲାଗି ସପ୍ତାହଟି ଲାଭପ୍ରଦ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ହେବ। ସନ୍ତାନ ପକ୍ଷର ସଫଳତା ହେତୁ ଗୌରବାନ୍ବିତ ଅନୁଭବ କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ଯୋଡ଼ିବା ଲାଗି ସମୟ ଭଲ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କନ୍ୟା-
ଆପଣଙ୍କର ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ପାଇବେ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳା ବ୍ୟବସାୟୀ ନିଜର ଯୋଜନା କାର‌୍ୟ୍ୟରୂପ ଦେବାରେ ସଫଳ ହେବେ। ଅଫିସ୍‌ରେ ବରିଷ୍ଠଙ୍କ ସହଯୋଗରେ ବଳକା କାମ ସଂପୂର୍ଣ୍ଣ କରିବେ। ରାଜନୀତିକ ନେତା ବଡ଼ ଫଇସଲାକୁ ଅନ୍ତିମ ରୂପ ଦିଅନ୍ତୁ। ବିନା ଭାବିଚିନ୍ତି ଖର୍ଚ୍ଚ କଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଜମି ସମସ୍ୟା ସମାପ୍ତ ହୋଇଯିବ। ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ସପ୍ତାହଟି ଭଲ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଚାକିରିର ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-
ନିଜକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଚାକିରି ବଦଳାଇବା ପାଇଁ ଚାହୁଁଥିବା ଲୋକମାନଙ୍କ ଲାଗି ସପ୍ତାହଟି ଭଲ। ରାଜନୀତିକ ନେତାଙ୍କର ସମାଜରେ ଲୋକ ପ୍ରିୟତା ବଢ଼ିବ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ନୂଆ କାର୍ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ନବଦମ୍ପତ୍ତି ଭବିଷ୍ୟତକୁ ନେଇ ଯୋଜନା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମଉଜମସ୍ତି ପାଇଁ ବଢ଼ିଆ ଅବସର ପାଇବେ। ଛାତ୍ରଛାତ୍ରୀ ଏକାଗ୍ରତାରେ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଚିନ୍ତା କମ୍ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର  ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 

ବିଛା-
ଶକ୍ତି ଓ ଆତ୍ମବିଶ୍ବାସରେ ଭରା ରହିବେ। କାର‌୍ୟ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ। ପ୍ରଚୁର ମାତ୍ରାରେ ଧନାଗମ ହେବ। ସେୟାର ବା ଜମି କିଣିବା ଲାଗି ଚିନ୍ତା କରିପାରନ୍ତି। ଚାକିରିଜୀବୀ ଖୁସି ଖବର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିବା ଯୋଗୁଁ ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। କଳାକାରଙ୍କ ଲାଗି ଫିଲ୍ମରେ ସୁଯୋଗ ଆସିବ। ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀର ଭାବନା ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାନୁରୂପ ଫଳ ପାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ 
ପ୍ରତିକାର - ବଗଳା ମୁଖିଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଧନୁ-
 ଶକ୍ତିର ସ୍ତର ଉଚ୍ଚା ରହିବ। କୌଣସି କାର‌୍ୟ୍ୟ ନୂଆ କରି ମୂଳରୁ ଆରମ୍ଭ କରିବେ। ଭାଗୀଦାରି କାରବାରରେ ଯଥେଷ୍ଟ ଲାଭ ପାଇବେ। ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବାର ସୁଯୋଗ ରହିଛି। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ରାଜନୀତିକ ନେତା ବୁଦ୍ଧିମତ୍ତାର ସହିତ କାମ କରି ଯଥେଷ୍ଟ ସଫଳତା ପାଇବେ। ପରିବାରରେ ଅଶାନ୍ତି କମ୍ ହେବ। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବାହାରକୁ ବୁଲି ଯାଇପାରନ୍ତି। ଛାତ୍ରଛାତ୍ରୀ ପୂର୍ବ ପରିଶ୍ରମର ଭଲ ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ମକର-
ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। କାର‌୍ୟ୍ୟ କ୍ଷେତ୍ରରେ କିଛି ନୂଆ ଆରମ୍ଭ କରନ୍ତୁ, ଧୀରେ ଧୀରେ ଆଗକୁ ବଢ଼ିବେ। ପେସାଦାର ବ୍ୟବସାୟୀ ବଡ଼ ସଉଦା ପାଇଁ ସ୍ବାକ୍ଷର କରିବେ। ରାଜନୀତିକ ନେତା ଯୋଜନା ପ୍ରସ୍ତୁତ କରିବେ ଏବଂ କ୍ରିୟାନ୍ବିତ କରିବା ଲାଗି ପ୍ରୟାସ କରିବେ। ଅଧିକ ବୟସ୍କର ବ୍ୟକ୍ତିମାନେ ରାଜନୀତି ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ସନ୍ତାନର କ୍ୟାରିୟର ଲାଗି କାହାରିଠାରୁ ଧାର ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମିକ ପ୍ରେମିକା ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ-
ବଡ଼ ଭାଇଙ୍କ ସହ ପରାମର୍ଶ କରି ନୂଆ କାରବାରରେ ପୁଞ୍ଜି ଲଗାନ୍ତୁ ଲାଭ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ଅଫିସ୍‌ରେ ଆପଣଙ୍କର ପରାମର୍ଶକୁ ସମସ୍ତେ ସମ୍ମାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର କିଛି ଆଶା ପୂରଣ ହେବ। ବିରୋଧୀଙ୍କୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଶ୍ବଶୁର ଘରୁ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହଯୋଗରେ ଘରର ବାତାବରଣ ଭଲ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ ଶୁଭଫଳ ମିଳିବ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରାତଃଭ୍ରମଣ ବା ଯୋଗାସନ କରନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମୀନ-
ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ୍ ଦେବ। କ୍ୟାରିୟର ସଂପର୍କିତ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବୈ‌େଦଶିକ ବେପାର ବଣିଜରେ ବଡ଼ ଡିଲ୍ କରିବେ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନେ ଅନ୍ୟମାନଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ସଂପୂର୍ଣ୍ଣ କରିପାରିବେ। ଜମି କିଣିବା ପୂର୍ବରୁ ଦଲିଲ ଭଲ ଭାବେ ଯାଞ୍ଚ୍ କରିନିଅନ୍ତୁ ଭଲ ହେବ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସଂପର୍କ ଆହୁରି ମଧୁର ହେବ। ବିଦେଶରେ ଶିକ୍ଷା ପ୍ରାପ୍ତ କରିବା ଲାଗି ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Weekly Horoscope Astrology
Advertisment
Related Articles
Advertisment