Advertisment

Arvind Open challenge : ବିଜେଡିରୁ ନିଲମ୍ବନ ପରେ ସିଧା ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର

ଷଡ଼ଯନ୍ତ୍ର କଥା ପଦାକୁ ଆସିବ, ଯାହା ଅଭିଯୋଗ ଲଗାଇଛନ୍ତି ତାହା ପ୍ରମାଣିତ କରନ୍ତୁ। ନିଲମ୍ବନ ପରେ ଏମିତି କିଛି କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ଅରବିନ୍ଦ ମହାପାତ୍ର

author-image
Satyajeet Sahoo
biswash

ବିଜେଡିରୁ ଗତକାଲି ନିଲମ୍ବିତ ହୋଇଥିବା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ। ଯାହାବି ଅଭିଯୋଗ ଲଗାଯାଇଛି ପ୍ରମାଣ ଦିଅନ୍ତୁ। ଦେଢ଼ ବର୍ଷରୁ ବିଧାୟକ ରହିଆସିଛି, ୩ଟି ବ୍ଲକରେ ଦୁର୍ନୀତି ହୋଇନି । ଅଖଣ୍ଡ କ୍ଷମତା ପାଇନି ଯେ ଦୁର୍ନୀତି କରିବି। ଯାହା ଅଭିଯୋଗ ଲଗାଇଛନ୍ତି ତାହା ପ୍ରମାଣିତ କରନ୍ତୁ। ନିଲମ୍ବନ ପରେ ଏମିତି କିଛି କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ଅରବିନ୍ଦ ମହାପାତ୍ର। 

Advertisment

ସେ ମାତ୍ର ଦେଢ଼ ବର୍ଷର ବିଧାୟକ, ଏଇ ଦେଢ଼ ବର୍ଷରେ ତାଙ୍କ ଉପରେ ଦୁର୍ନୀତିର ଛିଟା ଲାଗିନି। ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି। ଯଦି, ସାହସ ଅଛି ତାହେଲେ ଏଇ ଦୁଇଟି ଅଭିଯୋଗକୁ ପ୍ରମାଣିତ କରି ଦେଖାନ୍ତୁ। ଏମିତି ନିଷ୍ପତ୍ତି କାହିଁକି ନେଲା ଦଳ କହିବା ଜରୁରୀ। ବାପା ବିଜୟ ମହାପାତ୍ର ଯେଉଁ ଷଡ଼ଯନ୍ତ୍ର କଥା କହିଲେ ସେ ସବୁ କଥା ପଦାକୁ ଆସିବ ବୋଲି ମଧ୍ୟ କହିଛନ୍ତି ଅରବିନ୍ଦ। 

ସେ ଆହୁରି ମଧ୍ୟ କହିଛନ୍ତି ଅଭିଯୋଗ ଯାହା ହୋଇଛି ତାହା ମିଛ। କାହା ସହ ଯଦି ବିଶ୍ବାସଘାତ କରିଛି ପ୍ରମାଣ କରନ୍ତୁ। ଦେଢ଼ ବର୍ଷରେ କାହା ସହ ଖରାପ ସଂପର୍କ ନାହିଁ, କାହାକୁ ଗାଳିଗୁଲଜ କରିନି। ଯଦି ଦଳବିରୋଧୀ କାମ କରୁଛି ବୋଲି ଅନୁଭବ କରୁଥିଲେ, ଆଗରୁ କହିଲେନି। କୌଣସି ସୋ କଜ୍ ନୋଟିସ୍ ନ ଦେଇ ନିଲମ୍ବନ କରାଗଲା। ଏମିତି ନିଷ୍ପତ୍ତି କାହିଁକି ନେଲା ଦଳ କହିବା ଜରୁରୀ। ଏବେ ସବୁ କଥା ପଦାକୁ ଆସିବା ଉଚିତ। 

Advertisment

Political News Today Odisha Politics BJD Naveen Pattnaik
Advertisment
Related Articles
Advertisment