Advertisment

Woman Allegedly Sold by Husband: କେଇଟା ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ; ବିକଳ ହେଉଛନ୍ତି ଝିଅ

୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା। ବନ୍ଧା ହୋଇଥିବା ମହିଳାଙ୍କୁ ନିଜ ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧା ମାଆ ଓ ବାପା।

author-image
Pramod Behera
Woman Allegedly Sold by Husband

କେଇଟା ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ Photograph: (OTV)

୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା। ବନ୍ଧା ହୋଇଥିବା ମହିଳାଙ୍କୁ ନିଜ ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧା ମାଆ ଓ ବାପା।

Advertisment

ଏ ସଂପର୍କିତ ଏକ ଭିଡ଼ିଓ ଜାରି କରି ସରକାରକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରୁଥିବା ମହିଳା ଜଣକ ହେଲେ ହସ୍ତା ବିଶି। ସୂଚବା ମୁତାବକ, ହସ୍ତା କିଛି ବର୍ଷ ତଳେ ଟିଟିଲାଗଡ ଥାନା ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ପ୍ରେମ ବିବାହ କରିଥିଲେ। ଘରୁ ପଳାଇ ମୁମ୍ବାଇରେ ରହି ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିଲେ। କିଛି ବର୍ଷ ପରେ ତାଙ୍କ ତିନି ଝିଅ ଜନ୍ମ ହେବା ପରେ ଗାଁକୁ ଆସି ହସ୍ତାର ବୃଦ୍ଧ ବାପାମାଆଙ୍କ ପାଖରେ ତିନି ଝିଅକୁ ଛାଡ଼ି ଦମ୍ପତି ପୁଣି ଫେରିଥିଲେ ମୁମ୍ବାଇ। 

ହେଲେ ହସ୍ତାଙ୍କୁ ମୁମ୍ବାଇରେ ଜଣେ ପରିବାର ହାତକୁ ଟେକି ଦେଇଥିଲା ସ୍ୱାମୀ ପ୍ରେମା। ପରେ ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ନେଇଯାଇଥିଲେ ସେହି ପରିବାର। ଘରୁ ମୁମ୍ବାଇ ଯିବାର ୧୦ ବର୍ଷ ହୋଇଯାଇଥିଲେ ବି ଥରୁଟିଏ ଫେରି ନାହାନ୍ତି ସେ। ବୃଦ୍ଧ ବାପାମାଆ କେତେବେଳେ ଝିଅ ହସ୍ତାକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ତ ଆଉ କେତେବେଳେ କାନ୍ଦି କାନ୍ଦି ନିଜ ମା’କୁ ଦେଖିବାକୁ ବିକଳ ହେଉଛନ୍ତି ତିନି ଝିଅ।  

Advertisment

ଏହି ଘଟଣାକୁ ନେଇ ବୃଦ୍ଧା ବାପାଙ୍କ ଅଭିଯୋଗ, କେଇଟା ଟଙ୍କା ଲୋଭରେ ଝିଅକୁ ବିକ୍ରି କରିଦେଇଛନ୍ତି ନିଜ ଜ୍ୱାଇଁ। ତା ସହ ପ୍ରଶାସନକୁ ଝିଅକୁ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି ତିନି ଝିଅ ଓ ମାଆ-ବାପା। ସେପଟେ ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରି ଯୁବତୀକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପ୍ରୟାସ କରୁଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ।

Odisha News Anti-Human Trafficking Police Stations Human Trafficking
Advertisment
Advertisment