Advertisment

Jajpur Politics Heats Up: ବବିଙ୍କ ବିରୋଧରେ ଅରିନ୍ଦମଙ୍କ ଡାଇଲଗ୍ ବାଣ, କଟାକ୍ଷ କରି ଛଦ୍ମବେଶୀ ରାବଣଙ୍କୁ ଚେତାବନୀ ଦେଲେ ଆକାଶ

ପୁଣି ଚର୍ଚ୍ଚାରେ ଯାଜପୁର କରଦା ହରିହାଟ ମହୋତ୍ସବ ମଞ୍ଚ। ଉଦଯାପନୀ ଉତ୍ସବରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ବବିଙ୍କୁ ଟାର୍ଗେଟ କରିଛନ୍ତି ଅରିନ୍ଦମ ଓ ଆକାଶ।

author-image
Chinmayee Sahoo
Jajpur Politics Heats Up

Jajpur Politics Heats Up Photograph: (OTV)

ପୁଣି ଚର୍ଚ୍ଚାରେ ଯାଜପୁର କରଦା ହରିହାଟ ମହୋତ୍ସବ ମଞ୍ଚ। ଉଦଯାପନୀ ଉତ୍ସବରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଟାର୍ଗେଟ କଲେ ତାଙ୍କ ଭିଣୋଇ ତଥା ସିନେ ତାରକା ଓ ବିଜେପି ନେତା ଅରିନ୍ଦମ ରାୟ ଓ କୋରାଇ ବିଧାୟକ ଆକାଶ ଦାସ ନାୟକ। 

Advertisment

ଅରିନ୍ଦମ କହିଛନ୍ତି ଯାଜପୁର ସାଙ୍ଗରେ ମୋର ସମାର୍କ ଅଛି ,ଆପଣ ମାନେ ଜାଣିଥିବେ। ମୁଁ ୨୦୨୪ ପର ଠାରୁ ଯାଜପୁର ଆସିନଥିଲି, ଆକାଶ ଭାଇ ଆଜି ମୋତେ ଯାଜପୁର ଆସିବାର ସୁଯୋଗ ଦେଇଛନ୍ତି। ଆକାଶ ଭାଇ ବହୁତ୍ ନରମ୍ ଥିଲେ ଏବେ ଗରମ ହେଲେଣି। ଆକାଶଙ୍କୁ ଗରମ କରିବା ପାଇଁ ଅରିନ୍ଦମ ଅଭିନୟ କରିଥିବା ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହୋଇଗଲା ଭାବ’ର ଏକ ଡାଇଲଗ କହିଥିଲେ। ସେ ଡାଇଲଗ ହେଲା - ମୁଁ ମନା କରୁଛି, ମୁଁ  ମନା କରୁଛି,ମୋ ସାଙ୍ଗ ରେ ନାଗ ନା , ନାଗ ନା, ନାମ ନେ, ସେ ନାମ ଦେଇଛନ୍ତି। ଏ ଡାଇଲଗ ଆକାଶ ଭାଇ କହିବା କଥା ମୁଁ ତାଙ୍କ ପାଇଁ କହୁଛି। ଆକାଶ ଭାଇ ବଡତେ ଚଲୋ ହମ୍ ତୁଃମାରେ ସାଥ ହେ। 

ବିଧାୟକ ଆକାଶ ମଧ୍ୟ ମଞ୍ଚ ଉପରୁ ବବିଙ୍କୁ ନିସାନା କରି କହିଛନ୍ତି କୋରେଇ ଲୋକ ଖଟ ମୁଣ୍ଡେଇ ନାହାନ୍ତି, ମୁଣ୍ଡ ଖଟେଇଛନ୍ତି। କୋରେଇ ଲୋକଙ୍କୁ ବୋକା ଭାବିବନି, କୋରେଇ ଲୋକ ବହୁତ୍ ଚାଲାକ୍। ରାମାୟଣରେ ରାବଣ ଛଦ୍ମ ବେଶରେ ଆସିଥିଲେ, ସେହି ଛଦ୍ମ ବେଶୀ ରାବଣ ମାନେ ଯେଉଁ ସାଧୁ ବେଶରେ ଆସି ଏବେ କୋରେଇରେ ଘରେ ଘରେ ବୁଲୁଛନ୍ତି ସେମାନଙ୍କୁ ଆମକୁ ଚିହ୍ନିବାକୁ ପଡ଼ିବ। ଆମେ ଆଉ ଠକି ହେବାନି, କୋରେଇର ଭାଗ୍ୟ କୋରେଇର ପୁଅ କୋରେଇ ବାସୀ ଲେଖିବେ।

Advertisment

ଏହିଭଳି ଭାବେ ୨ ବିଜେପି ନେତା ବବିଙ୍କୁ ଟାର୍ଗେଟ କରିଥିଲେ। ମଞ୍ଚରେ ଉପସ୍ଥିତ ଥିଲେ ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷଙ୍କ ସମେତ କରଦା ହରିହାଟ ମହୋତ୍ସବ କମିଟିର ସଦସ୍ୟ। ଗତ ବର୍ଷ ଠିକ୍ ସାମନ୍ ଢଙ୍ଗରେ ବବିଙ୍କୁ ଏହି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଯାହା ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।

Jajpur Pranab Prakash Das Arindam Roy Politics Heats Up Akash Das Nayak
Advertisment
Related Articles
Advertisment