Advertisment

India's Naval Strength: ପାକିସ୍ତାନକୁ ଛିଗୁଲାଇଲେ ମୋଦି , କହିଲେ ବ୍ରହ୍ମୋସ୍ ନାଁରେ କିଛି ଲୋକ ଭୟରେ ଥରୁଛନ୍ତି

ନୌବୀରଙ୍କ ସହ ମୋଦିଙ୍କ ଦୀପାବଳି। INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହ ପାଳିଛନ୍ତି ଦୀପାବଳି। ଏୟାର ଶୋ’ ଦେଖିଛନ୍ତି, ପରାକ୍ରମ ପରଖିଛନ୍ତି ଆଉ ତାସହ ସମୁଦ୍ର ଭିତରୁ ରହି ଶତ୍ରୁକୁ ଖୋଲା ଚେତାବନୀ ଦେଇଛନ୍ତି।

author-image
Manas Ranjan Mohanty
MODI

MODI Photograph: (OTV)

ନୌବୀରଙ୍କ ସହ ମୋଦିଙ୍କ ଦୀପାବଳି। INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହ ପାଳିଛନ୍ତି ଦୀପାବଳି। ଏୟାର ଶୋ’ ଦେଖିଛନ୍ତି, ପରାକ୍ରମ ପରଖିଛନ୍ତି ଆଉ ତାସହ ସମୁଦ୍ର ଭିତରୁ ରହି ଶତ୍ରୁକୁ ଖୋଲା ଚେତାବନୀ ଦେଇଛନ୍ତି।

Advertisment

ଗୋଆରୁ କାରୱାର୍ ସମୁଦ୍ର ଭିତରେ INS ବିକ୍ରାନ୍ତରେ ଦୀପାବଳି ସେଲିବ୍ରେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଦେଶ ଖୁବ୍ ଶୀଘ୍ର ନକ୍ସଲ ମୁକ୍ତ ହେବ ବୋଲି କହିଛନ୍ତି। ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ, ୫୦ ବର୍ଷର ‘ନକ୍ସଲ ରୋଗ’ ଏବେ ନିପାତ ହେଉଛି।

୨୦୧୪ ପରେ ନକ୍ସଲ ବିରୋଧୀ ଅପରେସନ୍ ଜୋରସୋରରେ ହେଉଛି। ମାଓବାଦୀ କବଳରେ ଥିବା ୧୨୫ ଜିଲ୍ଲା ଏବେ କ୍ରମଶ ୩ ଜିଲ୍ଲାରେ ସୀମିତ। ଏପରିକି ନକ୍ସଲ ଶୂନ୍ୟ ଆଡ଼କୁ ଆଗଉଛି ଫୋର୍ସ। ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ଼ ଭାଗିଦାରୀ ରହିଛି।

Advertisment

INS ବିକ୍ରାନ୍ତର ବିରାଟ ବିଶେଷ-ପ୍ରତିଭା ଓ ପ୍ରତିବଦ୍ଧତାର ପ୍ରମାଣ ବୋଲି କହି ନୌସେନାକୁ ପ୍ରଶଂସା କରିଛନ୍ତି। ଖାଲି ସେତିକି ନୁହେଁ ଅପରେସନ୍ ସିନ୍ଦୂର ପାକିସ୍ତାନର ଅଣ୍ଟା ଭାଙ୍ଗିଛି
। ପାକିସ୍ତାନକୁ ‘ବ୍ରହ୍ମୋସ’ ନାଁରେ ଛିଗୁଲାଇଛନ୍ତି ମୋଦି। ବ୍ରହ୍ମୋସ୍ ନାଁ କହିଲେ କିଛି ଲୋକ ଭୟରେ ଥରୁଛନ୍ତି ବୋଲି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ। 

‘ନକ୍ସଲ ରୋଗ’ ମୁକ୍ତ ହେବ ଭାରତ: ମୋଦି 
ସମୁଦ୍ରରୁ ନକ୍ସଲଙ୍କ ବିରୋଧରେ ମୋଦିଙ୍କ ବଡ଼ ମନ୍ତବ୍ୟ 
ମାଓବାଦୀଙ୍କ ଆତଙ୍କରୁ ମୁକ୍ତି ପାଇଛି ଭାରତ
୫୦ ବର୍ଷର ‘ନକ୍ସଲ ରୋଗ’ ଏବେ ନିପାତ ହେବ
୧୨୫ ଜିଲ୍ଲାରୁ ୩ ଜିଲ୍ଲାରେ ସୀମିତ ନକ୍ସଲ
ଏବେ ଶୂନ୍ୟ ଆଡ଼କୁ ଆଗଉଛି ଫୋର୍ସ 
ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ
ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ଼ ଭାଗିଦାରୀ
ଯବାନଙ୍କ ସହ ଦୀପାବଳି ପାଳନ ମୋ ପାଇଁ ସ୍ବତନ୍ତ୍ର
INS ବିକ୍ରାନ୍ତ: ବିରାଟ-ବିଶେଷ-ପ୍ରତିଭା ଓ ପ୍ରତିବଦ୍ଧତାର ପ୍ରମାଣ 
ଅପରେସନ୍ ସିନ୍ଦୂର ପାକିସ୍ତାନର ଅଣ୍ଟା ଭାଙ୍ଗିଛି 
ସେନା ଏବେ ଆତ୍ମନିର୍ଭର: ମୋଦି 
ବ୍ରହ୍ମୋସ୍ ନାଁ କହିଲେ କିଛି ଲୋକ ଭୟରେ ଥରୁଛନ୍ତି 
ପାକିସ୍ତାନକୁ ‘ବ୍ରହ୍ମୋସ’ ନାଁରେ ଛିଗୁଲାଇଲେ ମୋଦି 

Advertisment
Related Articles
Advertisment