Advertisment

Monkey Terror In Keonjhar: ଘରେ ପଶୁଛି କଲବଲ କରୁଛି , ଆତଙ୍କରେ ଦିନ କାଟୁଛନ୍ତି

ଗାଁରେ ମାତିଛି କାମୁଡ଼ା ମାଙ୍କଡ଼ । ଘରେ ପଶୁଛି କଲବଲ କରୁଛି । ଆତଙ୍କରେ ଦିନ କାଟୁଛନ୍ତି ଲୋକ । ରବିବାର ୫ ଜଣଙ୍କୁ ମାଙ୍କଡ଼ କାମୁଡ଼ି କ୍ଷତାକ୍ତ କରିଥିବାବେଳେ ଆଜି ସୋମବାରରେ ପୁଣି ଦୁଇ ଜଣଙ୍କୁ କାମୁଡ଼ି ଆହତ କଲାଣି ।

author-image
Manas Ranjan Mohanty
Champua-MONKEY-ATTACK

Champua-MONKEY-ATTACK Photograph: (OTV)

ଗାଁରେ ମାତିଛି କାମୁଡ଼ା ମାଙ୍କଡ଼ । ଘରେ ପଶୁଛି କଲବଲ କରୁଛି । ଆତଙ୍କରେ ଦିନ କାଟୁଛନ୍ତି ଲୋକ । ରବିବାର ୫ ଜଣଙ୍କୁ ମାଙ୍କଡ଼ କାମୁଡ଼ି କ୍ଷତାକ୍ତ କରିଥିବାବେଳେ ଆଜି ସୋମବାରରେ ପୁଣି ଦୁଇ ଜଣଙ୍କୁ କାମୁଡ଼ି ଆହତ କଲାଣି । ଲଗାତାର ଦୁଇ ଦିନ ହେଲା ମାଙ୍କଡ ଆତଙ୍କ ଜାରି ରଖିଥିବାରୁ ଲୋକମାନେ ଭୟରେ ରହୁଛନ୍ତି । ଖାଲି ସେତିକି ନୁହେଁ, ହଠାତ୍ ମାଙ୍କଡ଼ଟି ଘରେ ପଶି ଯାହାକୁ ପାଉଛି ଆଉ କାମୁଡ଼ି ଦେଉଛି । ଫଳରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କଲେଣି । 

କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଦେଖିବାକୁ ମିଳିଛି ମାଙ୍କଡ଼ଙ୍କ ଉପଦ୍ରବ । ମାଙ୍କଡ କାମୁଡ଼ାରେ ଏଯାଏଁ ମୋଟ୍ ୭ ଜଣ ଆହତ ହେଲେଣି । ଘରେ ପଶି ଗୋଡ଼ାଇ ଗୋଡ଼ାଇ କାମୁଡୁଛି ମାଙ୍କଡ । ସନ୍ଧ୍ୟା ସମୟରେ ଦଲକ ହାଟି୍ଙ୍ଗରେ ମାଙ୍କଡଟି ହଠାତ୍ ପାଞ୍ଚ ଜଣକୁ କାମୁଡ଼ି ଆହତ କରିଥିଲା । ପୁଣି ଆଜି ସକାଳୁ ସକାଳୁ ଆଉ ୨ ଜଣକୁ କାମୁଡ଼ି ଆହତ କରିସାରିଛି । ଫଳରେ ଗାଁରେ ଅସନ୍ତୋଷ ଦେଖାଦେଇଛି । ମାଙ୍କଡକୁ ଧରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । 

Advertisment



ମାଙ୍କଡ଼ ପାଇଁ ଗାଁରେ ଅସନ୍ତୋଷ ବଢ଼ୁଛି । ଲୋକମାନେ ଭୟରେ ରହୁଛନ୍ତି । ତେବେ ପ୍ରଶାସନ ଓ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ମାଙ୍କଡ଼ଟିକୁ ଗାଁରୁ ନେଇ ଜଙ୍ଗଲରେ ଛାଡ଼ିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । 

Advertisment
Related Articles
Advertisment