Advertisment

YouTuber Murder: ସସପେନ୍ସରେ ୟୁଟୁବର ମର୍ଡର, ଯୋଜନା କରି କରାଯାଇଛି କି ହତ୍ୟା ?

ମୃତକ ରାହୁଲ ମହାରଣା ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରନ୍ତି । ଗତକାଲି ରାତି ୧୦ଟା ସମୟରେ ମଦ୍ୟପାନ କରୁଥିବା ୩-୪ ଜଣ ଯୁବକ ରାହୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

author-image
Tanmay Kumar Mahalik
BBSR Youtuber Murder

BBSR Youtuber Murder Photograph: (OTV)

ସସପେନ୍ସରେ ୟୁଟୁବର ମର୍ଡର ! ୩ ଜଣଙ୍କ ଗିରଫ ପରେ ବି ଫୁଲ୍ ଖୋଲିନି କ୍ରାଇମ୍ ଫାଇଲ୍ ! ରାହୁଲଙ୍କୁ ମର୍ଡର ପାଇଁ ଆସିଥିଲା କି ଛୁରୀ ? ପୂର୍ବ ଯୋଜନା ମୁତାବକ ହୋଇନିତ ହତ୍ୟା ? ୟୁଟୁବର ରାହୁଲ ମହାରଣାଙ୍କ ମୃତ୍ୟୁ ଘଟଣାରେ ସସପେନ୍ସ ହଟୁନି ।

Advertisment

ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ପୋଲିସ ଗିରଫ କରିଛି ସତ, ହେଲେ ସବୁ ତଥ୍ୟ ପଦାକୁ ଆସିନି । ଜଣେ ଯବାନ ଓ ତାଙ୍କର ୨ ପୁତୁରାକୁ କମିଶନରେଟ୍‌ ପୋଲିସ ବାନ୍ଧିଛି । ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ହୋଇଥିବାବେଳେ ମଦ୍ୟପାନ ଓ ପରେ ଯୁକ୍ତିତର୍କକୁ ନେଇ ରାହୁଲଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ପୋଲିସ କହିଛି ।

ହେଲେ ସାମାନ୍ୟ ଯୁକ୍ତି ତର୍କରୁ ଏମିତି ମର୍ଡର ହୋଇଥିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର । ସେପଟେ ଯେମିତି ପୋଲିସ ହାତରେ ସବୁ ପ୍ରମାଣ ଲାଗିନାହିଁ । ସେପଟେ ମାତ୍ର ତିନିମାସ ତଳେ ହାଲୁଙ୍କ ହାତ ଧରି ନବବଧୂ ସାଜିଥିବା ସ୍ତ୍ରୀ ସ୍ବାମୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି । 

Advertisment

ମୃତକ ରାହୁଲ ମହାରଣା ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରନ୍ତି । ଗତକାଲି ରାତି ୧୦ଟା ସମୟରେ ମଦ୍ୟପାନ କରୁଥିବା ୩-୪ ଜଣ ଯୁବକ ରାହୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ରାହୁଲଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋବ ପରେ ପୋଲିସ ଜୋରଦାର ତଦନ୍ତ କରିଥିଲା ।

ଅଭିଯୁକ୍ତକୁ ଧରିବା ପାଇଁ ୩ ଟିମ ଗଠନ କରି ଅପରାଧୀମାନଙ୍କୁ ଖୋଜାଖୋଜି କରିଥିଲା । ହେଲେ ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି କି ଓ ମର୍ଡ ପଛରେ ଆଉ କିଛି ରହସ୍ୟ ରହିଛି କି ସେ ନେଇ ତଦନ୍ତ ଜାରି ରଖିଛି । 

ତେବେ ପୋଲିସର କହିବା କଥା ଯୁକ୍ତିତର୍କରୁ ଏହି ହତ୍ୟାକାଣ୍ଡ ଘଟିଛି । ହେଲେ ପ୍ରଶ୍ନ ଉଠୁଛି ଯୁକ୍ତିତର୍କରୁ ସତରେ କ’ଣ ହତ୍ୟାକଣ୍ଡ ହୋଇଛି ? ନାଁ ଏ ହତ୍ୟା ପଛରେ ରହିଛି ଆଉ କିଛି ଗୁମର ? ପୋଲିସ ସବୁ ଦିଗକୁ ନେଇ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପରିବାର ଲୋକେ କହିଛନ୍ତି । 

bhubaneswar youtuber murder youtuber murder Bhubaneswar Murder rahul maharana Odisha Youtuber
Advertisment
Related Articles
Advertisment