/odishatv-khabar/media/media_files/2026/03/01/how-powerful-bombs-targeted-khamenei-2026-03-01-17-25-19.jpg)
କେମିତି ନିପାତ ହେଲେ ଖାମେନେଇ ? ଆସିଲା ସ୍ପଷ୍ଟ ଚିତ୍ର Photograph: (OTV)
କେମିତି ନିପାତ ହେଲେ ଖାମେନେଇ ? ଖାମେନେଇଙ୍କ କଂପ୍ଲେକ୍ସରେ ଏକାବେଳେ ବର୍ଷିଥିଲା ୩୦ ଶକ୍ତିଶାଳୀ ବୋମା। ନିମିଷକରେ ପୂରା ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଥିଲା ଖାମେନେଇଙ୍କ ଘର। ଇସ୍ରାଏଲୀ ଫାଇଟର୍ ଜେଟ୍ ଗୁଡ଼ିକରୁ ଖାମେନେଇଙ୍କ କମ୍ପ୍ଲେକ୍ସ୍ ଉପରେ ପଡ଼ିଥିଲା ୩୦ ଶକ୍ତିଶାଳୀ ବୋମା।
- ୨୨୬୮ କିଲୋଗ୍ରାମ ବିଶିଷ୍ଟ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମାରେ ଧ୍ବଂସଲୀଳା
- ଖାମେନେଇଙ୍କ କମ୍ପ୍ଲେକ୍ସ୍ ଅତ୍ୟନ୍ତ ସୁରକ୍ଷିତ ଓ ମଜବୁତ୍ ଥିବାରୁ GBU-28 ପରି ପେନେଟ୍ରେଟିଙ୍ଗ୍ ବୋମାର ବ୍ୟବହାର
- ଖାମନେଇଙ୍କୁ ସେତିକିବେଳେ ହମଲା କରାଗଲା ଯେତେବେଳେ ସମସ୍ତ ବଡ଼ ନେତା ଗୋଟିଏ ସ୍ଥାନରେ ଏକାଠି ଥିଲେ
ବଙ୍କର ବଷ୍ଟର ଭାବେ ଖ୍ୟାତ GBU-28 ଏତେ ଭାରୀ ବା ଓଜନିଆ ଯେ ଯାହାକୁ ଗୋଟିଏ ବିମାନରେ ନିଆଯାଇ ହେବନି। ତେଣୁ ଖାମେନେଇଙ୍କୁ ଖତମ କରିବା ଅଭିଯାନରେ ଏଜ୍ରାଏଲର F-15 ଓ ଅନ୍ୟ ବୋମାବର୍ଷୀ ବିମାନ ସାମିଲ ଥିଲେI ପ୍ରତି ବିମାନରେ ଗୋଟିଏ କିମ୍ବା ୨ଟି GBU-28 ବୋମା କ୍ୟାରୀ କରୁଥିବା କୁହାଯାଉଛି।
GBU-28 ବୋମା ବା ବଙ୍କର ବଷ୍ଟରର ବିଶେଷତ୍ବ ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲେଜର୍ ଗାଇଡେଡ୍ ବଙ୍କର୍ ବଷ୍ଟର୍ ବୋମ୍ ମାନଙ୍କ ମଧ୍ୟରୁ ଗୋଟିଏ। ଏହାର ଓଜନ ପ୍ରାୟ ୨୨୬୮ କିଲୋଗ୍ରାମ୍, ଲମ୍ବା ପ୍ରାୟ ୧୯ ଫୁଟ୍ (୫.୮ ମିଟର୍)। ଏଥିରେ ୨୮୬ କିଲୋଗ୍ରାମ୍ ଉଚ୍ଚ ବିସ୍ଫୋରକ ପଦାର୍ଥ ଭରା ଯାଏ।
ଏହି ବୋମ୍ ଲେଜର୍ ଗାଇଡେନ୍ସ୍ ଦ୍ୱାରା ଚାଳିତ ହୁଏ, ଯାହାଦ୍ୱାରା ପାଇଲଟ୍ ଜମିରେ ଲେଜର୍ ପଏଣ୍ଟ୍ କରି ବହୁତ ସଠିକ୍ ନିଶାନା ଲଗାଇପାରନ୍ତି। ଏହାର ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ୨୦-୩୦ ଫୁଟ୍ ମଜବୁତ୍ କଂକ୍ରିଟ୍ ଭେଦ କରିପାରେ। ଗଭୀର ବଙ୍କର୍ କିମ୍ବା ଭୂଗର୍ଭସ୍ଥ କକ୍ଷଗୁଡ଼ିକୁ ନଷ୍ଟ କରିପାରେ। ଏହି ବୋମ୍ ବିଶେଷକରି ଶତ୍ରୁର ମଜବୁତ୍ କମାଣ୍ଡ୍ ସେଣ୍ଟର୍ ଓ ନେତୃତ୍ୱ ବଙ୍କର୍ କୁ ଧ୍ୱଂସ କରିବା ପାଇଁ ତିଆରି ହୋଇଛି। ଏହି ବୋମାର ବ୍ୟବହାର ପ୍ରଥମ ଥର ପାଇଁ ୧୯୯୧ ଗଲ୍ଫ୍ ଯୁଦ୍ଧରେ ହୋଇଥିଲା।
ଆମେରିକା ଇରାକ୍ ର ସଦ୍ଦାମ୍ ହୁସେନ୍ଙ୍କ ବଙ୍କର୍ ଗୁଡ଼ିକ ଉପରେ ଏହାକୁ ଫୋପାଡ଼ିଥିଲା। ପରେ ୧୯୯୯ କୋସୋଭୋ ଓ ୨୦୦୩ ଇରାକ୍ ଯୁଦ୍ଧରେ ମଧ୍ୟ ବ୍ୟବହାର ହୋଇଥିଲା। ଇସ୍ରାଏଲ ପାଖରେ ମଧ୍ୟ ଏହି ବୋମା ରହିଛି। ଗାଜା ଓ ଲେବାନନର ବଙ୍କର୍ ଗୁଡ଼ିକ ଉପରେ ଇସ୍ରାଏଲ ଏହାର ବ୍ୟବହାର କରିଛି। କାହିଁକି GBU-28 ବ୍ୟବହାର ହେଲା? କାରଣ ହେଉଛି ଖାମେନେଇଙ୍କ କମ୍ପ୍ଲେକ୍ସ୍ କେବଳ ଉପରେ ଦିଶୁଥିବା ବିଶାଳ କୋଠା ନଥିଲା। ସେଠାରେ ଭୂଗର୍ଭସ୍ଥ ସୁରକ୍ଷିତ କକ୍ଷ ମଧ୍ୟ ଥିଲା ଯେଉଁଠାରେ ଟିମ୍ ଖାମେନେଇ ସୁରକ୍ଷିତ ଭାବେ ରହି ପାରନ୍ତି। ତେଣୁ ସାଧାରଣ ବୋମାରେ କାମ ଚଳିବ ନାହିଁ। GBU-28 ପରି ପେନେଟ୍ରେଟର୍ ବୋମାର ଆବଶ୍ୟକତା ଥିଲା ଯାହା ଶକ୍ତିଶାଳୀ ପ୍ରାଚୀର ଭେଦକରି ଭିତରେ ବିସ୍ଫୋରଣ କରିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)