/odishatv-khabar/media/media_files/2025/12/05/keonjhar-lover-drama-2025-12-05-10-16-23.jpg)
Keonjhar-Lover-Drama Photograph: (OTV)
ଟାୱାରକୁ ଚଢ଼ି ପ୍ରେମିକର କାରନାମା । ମୋ ପ୍ରେମିକାକୁ ଡାକ, ନହେଲେ ଡେଇଁବି । ମୋ ପ୍ରେମିକା ସହ ମତେ କଥା କରାଅ । ୮୦ ଦଶକର ଧର୍ମେନ୍ଦ୍ର ଓ ଅମିତାଭଙ୍କ ସେହି ଶୋଲେ ସିନେମାର କଥା ଏ ପ୍ରେମିକର ମନେପଡ଼ିଛି । ଆଉ ସକାଳୁ ସକାଳୁ ଟାୱାର ଉପରକୁ ଚଢ଼ି ପ୍ରେମିକା ସହ ଦୁଇ ପଦ କଥା କରାଇଦେବାକୁ ସମସ୍ତଙ୍କୁ କହୁଛି । ପ୍ଲିଜ୍ ମୋ ପ୍ରେମିକାକୁ ଏଠିକି ଆଣ ନହେଲେ ମୁଁ ମରିଯିବି । ଶେଷରେ ଯୁବତୀଙ୍କ ସହ ପୋଲିସ ଏ ପ୍ରେମିକଙ୍କୁ କଥା କରାଇବା ପରେ ପ୍ରେମିକ ତଳକୁ ଓହ୍ଲାଇଛି । ୮୦ ଦଶକ ସିନେମାର କାହାଣୀ ଏଠି ସତ ହୋଇଛି । ଆଉ ପ୍ରେମିକା ପାଇଁ ଏଠି ନାଟ ଲଗାଇଛି ପ୍ରେମିକ ।
କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟିର ଏହି ଘଟଣା । ନିର୍ମାଣାଧିନ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଛି ପ୍ରେମିକ । ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ, ପ୍ରେମିକା ବାଂଶପାଳ ବ୍ଳକର ଯାତ୍ରା ଅଞ୍ଚଳର ବୋଲି କୁହାଯାଇଛି । ପ୍ରେମିକା କଥା ହୋଇନଥିବାରୁ ଏମିତି କାଣ୍ଡ କରିଥିଲା ପ୍ରେମିକ । ଏନେଇ ଖବର ପାଇ ପୋଲିସ ଓ ଆଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ଯୁବକ ଜଣଙ୍କୁ ମୋବାଇଲରେ କଥା କରାଇବା ପରେ ଏଇ ହାଇଡ୍ରାମା ଶେଷ ହୋଇଛି I
Tragic Mystery: ରହସ୍ୟରେ ସମ୍ବଲପୁରର ଆଞ୍ଜେଲ୍ ମୃତ୍ୟୁ, ଡ୍ରେନରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

Birupa River Tragedy Triggers Frenzy: ହଇଚଇ ଖେଳାଇଦେଲା ବିରୂପା ଟ୍ରାଜେଡି, ଅଧରାତି ଯାଏଁ ଚାଲିଲା ରେସ୍କ୍ୟୁ ଅପରେସନ

Shock in Drama Department:ନାଟକ ବିଭାଗର ନଟି ସାର୍, ଛାତ୍ରୀଙ୍କୁ ଫେଭର୍ ମାଗୁଥିଲେ

Drunk Son Sets His Mother On Fire: ମାଆ ଦେଲାନି ଟଙ୍କା, ଜାଳିଦେଲା ପୁଅ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)