Advertisment

Fishermen Saved in Odisha: ସମୁଦ୍ରରେ ଫସିଥିଲେ ଆନ୍ଧ୍ରର ଟ୍ରଲର ଓ ମତ୍ସ୍ୟଜୀବୀ, ଓଡ଼ିଶାରେ ହେଲେ ଉଦ୍ଧାର

କାଲି ରାତିରୁ ମଝି ସମୁଦ୍ରରେ ଟ୍ରଲର ସହ ଫସି ରହିଥିଲେ ୧୦ ମତ୍ସ୍ୟଜୀବୀ । ଲଙ୍ଗର ଛିଣ୍ଡିଯିବାରୁ ଭାସି ଭାସି ସୁରକ୍ଷିତ କୂଳରେ ଆସି  ଲାଗିଥିଲେ । ସମସ୍ତ ୧୦ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି ।

author-image
Tapan Swain
Trawler

Trawler Photograph: (OTV)

ବାତ୍ୟା ପ୍ରଭାବରେ ଅଶାନ୍ତ ସମୁଦ୍ର। ଗତକାଲି ଗୋପାଳପୁରରେ ଫସିଥିଲେ ଆନ୍ଧ୍ରର ପ୍ରାୟ ୬୦ ଟ୍ରଲର। ଗତ ରାତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ସେହି ଫସିଥିବା କର୍ମଚାରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବରେ କୂଳକୁ ଆଣିଥିଲେ। ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ... 

Advertisment

ମୋନ୍ଥା ପ୍ରଭାବରେ ଫସିଲା ମାଛଧରା ଟ୍ରଲର । ବ୍ରହ୍ମଗିରି ବାଲିହରଚଣ୍ଡି ନିକଟରେ ସମୁଦ୍ରରେ ଫସିଲା ବିଶାଖାପାଟଣାର ଗୋଟିଏ ଟ୍ରଲର । କାଲି ରାତିରୁ ମଝି ସମୁଦ୍ରରେ ଟ୍ରଲର ସହ ଫସି ରହିଥିଲେ ୧୦ ମତ୍ସ୍ୟଜୀବୀ । ଲଙ୍ଗର ଛିଣ୍ଡିଯିବାରୁ ଭାସି ଭାସି ସୁରକ୍ଷିତ କୂଳରେ ଆସି  ଲାଗିଥିଲେ । ସମସ୍ତ ୧୦ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି । 

ଦକ୍ଷିଣ ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ତୁହାକୁ ତୁହା ବର୍ଷୁଛି। ପବନ ବି ହେଉଛି। କେଉଁଠି ଝିପିଝିପି ତ କେଉଁଠି କେତେବେଳେ ପ୍ରବଳ ବର୍ଷୁଛି। ଗଜପତି ଜିଲ୍ଲାରେ ମୋହନାରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା। ମହେନ୍ଦ୍ରଗଡ଼-ଖମାରସାହି, ରାମଗିରି-ଦବାରସିଂହ ରାସ୍ତା ଅବରୋଧ। ପାରଳାଖେମୁଣ୍ଡିରେ ଲଗାଣ ବର୍ଷାରେ ଧସିଲା ପାହାଡ଼। 

Advertisment

କାଶୀନଗର ପାର୍ତ୍ତଡ଼ା ପଞ୍ଚାୟତ ଲିଙ୍ଗା-ବାରଭା ରାସ୍ତାରେ ବଡ଼ ବଡ଼ ପଥର ଧସିଛି। ସେହିପରି ଆଡାସିଂରେ ଧସିଲା ରାସ୍ତା, ୪ ଚକିଆ ଯାତାୟାତ ବନ୍ଦ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଡ଼ମପେଟା ଗାଁରେ କୂଳ ଲଂଘିଲା ସମୁଦ୍ର। ସମୁଦ୍ର ପାଣି ମାଡ଼ିଆସିବାରୁ ୩ଟି ଘର ଭୁଶୁଡ଼ିଛି। ଲଗାଣ ବର୍ଷାରେ ଜଳଭଣ୍ଡାର ଫୁଲୁଥିବାରୁ ଗଜପତି ଜିଲ୍ଲା ଅଡ଼ବା ହରଭଙ୍ଗୀ ଡ୍ୟାମର ୨ ଗେଟ୍ ଖୋଲିଛି। ...

ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ଯୋଗୁ ଯେମିତି କାହାର ବି ଜୀବନ ହାନି ହେବ ନାହିଁ ଏହା ସରକାରଙ୍କ ଲକ୍ଷ୍ୟ । ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ ମଝିରେ କାକିନାଡ଼ା ଠାରେ ଲ୍ୟାଣ୍ଡ ଫଲ କରିବ ଭୀଷଣ ବାତ୍ୟା ମୋନ୍ଥା । ଓଡ଼ିଶାରେ ଲ୍ୟାଣ୍ଡଫଲ ନକଲେ ବି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ପବନ ରହିବ । କିଛି ଜିଲ୍ଲାରେ ବର୍ଷା ହେଉଛି । ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳରେ ପ୍ରଭାବ ରହିବ ।

ସରକାର ଗତ ୩ ଦିନ ଧରି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ୨୦୪୮ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ୮ ଜିଲ୍ଲାରେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ୧୮୭୧ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ୩୦ ଓଡ୍ରାଫ, ୧୨୩ ଅଗ୍ନିଶମ, ୫ NDRF ଟିମ ମୁତୟନ ହୋଇଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ନ ଯିବାକୁ ସତର୍କ କରାଯାଇଛି। ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ରଖାଯାଇଛି। ଅଭିଜ୍ଞ ଡାକ୍ତରୀ ଟିମ ମୁତୟନ ହୋଇଛନ୍ତି। ପରିସ୍ଥିତିର  ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Cyclone cyclone montha
Advertisment
Related Articles
Advertisment