Advertisment

Dedication Beyond Duty: ୫ ମାସର ଛୁଆକୁ ଧରି ଟ୍ରାଫିକ୍ ଡ୍ୟୁଟି, ସୁନ୍ଦରଗଡ଼ର ଆଶା ତିଗଥାଙ୍କୁ ନେଇ ଚର୍ଚ୍ଚା

ଡବଲ ଡ୍ୟୁଟିରେ ଆଶା ତିଗ୍ଗା। ଦେହରେ ପୋଷାକ ପିନ୍ଧି, ଗୃହରକ୍ଷୀର ଡ୍ୟୁଟି... ଆଉ କୋଳରେ ଛୁଆକୁ କାଖେଇ ମାଆର ଦାୟିତ୍ୱ। ରାସ୍ତାରେ ଟ୍ରାଫିକ୍ କଣ୍ଟ୍ରୋଲ୍, ଆଉ କାନ୍ଧର ଝୁଲା ବ୍ୟାଗ୍ ଭିତରେ ସନ୍ତାନର ପରଶ।...

author-image
Tapan Swain
Home Guard

Home Guard Photograph: (OTV)

ଆମ ସମାଜରେ ଝିଅଟିଏ ଆଗକୁ ବଢ଼ିବାକୁ ଅନ୍ୟର ସହଯୋଗ ଦରକାର ପଡ଼ିଥାଏ। କିନ୍ତୁ ଆସନ୍ତୁ ଭେଟିବା ଏମିତି ଜଣେ ଝିଅକୁ, ଯିଏ ସବୁ ସମସ୍ୟା ସତ୍ତ୍ୱେ, କୋଳରେ ୫ ମାସର ପିଲାକୁ ଧରି ରାସ୍ତାକୁ ଓହ୍ଲାଇ ଆସେ ଡ୍ୟୁଟି କରିବାକୁ।...

Advertisment

ଡବଲ ଡ୍ୟୁଟିରେ ଆଶା ତିଗ୍ଗା। ଦେହରେ ପୋଷାକ ପିନ୍ଧି, ଗୃହରକ୍ଷୀର ଡ୍ୟୁଟି... ଆଉ କୋଳରେ ଛୁଆକୁ କାଖେଇ ମାଆର ଦାୟିତ୍ୱ। ରାସ୍ତାରେ ଟ୍ରାଫିକ୍ କଣ୍ଟ୍ରୋଲ୍, ଆଉ କାନ୍ଧର ଝୁଲା ବ୍ୟାଗ୍ ଭିତରେ ସନ୍ତାନର ପରଶ।... ରାଉରକେଲା ଗୃହରକ୍ଷୀ ବାହିନୀରେ ହୋମଗାର୍ଡ ଚାକିରି କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ଯୁବତୀ ଆଶା ତିଗ୍ଗାଙ୍କ କର୍ତ୍ତବ୍ୟନିଷ୍ଠା କୌଣସି ପ୍ରଶଂସାକୁ ଅପେକ୍ଷା କରେନାହିଁ।

ଆମ ଦୁନିଆରେ ଯେତେବେଳେ ଝିଅଟିଏ ଅନ୍ୟର ସହାୟତା ବିନା ଆଗକୁ ବଢ଼ିବା ଅସମ୍ଭବ ହୋଇପଡୁଛି, ସୁନ୍ଦରଗଡ଼ ଏହି ଆଦିବାସୀ ଝିଅ ଆଶା ତିଗ୍ଗା କିନ୍ତୁ କାହା ଦୟାର ପାତ୍ର ହେବାକୁ ପସନ୍ଦ କରିନାହାଁନ୍ତି।

Advertisment

ରାଉରକେଲା ଛେଣ୍ଡ ଥାନା ଅଧୀନରେ ଥିବା ସ୍ପେସ୍ ଛକରେ ଡ୍ୟୁଟି । ଗୃହରକ୍ଷୀ ବାହିନୀରେ ହୋମଗାର୍ଡ ଚାକିରି କରୁଥିବା ଆଶା, ପିଲାକୁ କୋଳରେ ଧରି ଟ୍ରାଫିକ ଡ୍ୟୁଟି ଭଳି କାମକୁ ସୁରୁଖୁରୁରେ କରୁଥିବାର ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ନିଶ୍ଚୟ। ଗଲା ଆଇଲା ବେଳେ କିଏ କିଏ ଆଶାଙ୍କୁ ଅନାନ୍ତି, ଆଉ କିଏ କିଏ ମନେ ମନେ ଆଶାଙ୍କୁ ସାଲ୍ୟୁଟ୍ ମାରି ପଳେଇ ଯାଆନ୍ତି।

ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଏମିତି କୋଳରେ ଛୁଆକୁ ଧରି ଡ୍ୟୁଟି କରନ୍ତି ଆଶା l ପିଲାଟିକୁ ସମ୍ଭାଳିବାକୁ ପରିବାରରେ କେହି ନାହାନ୍ତି। ସ୍ୱାମୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଶଯ୍ୟାଶାୟୀ l ତେଣୁ ଉପାୟଶୂନ୍ୟ ହୋଇ ୫ ମାସର ଛୁଆକୁ କୋଳରେ ଧରି ଆଶା ଓହ୍ଲାଇ ଆସନ୍ତି ଡ୍ୟୁଟିକୁl ସମସ୍ୟା ସତ୍ତ୍ୱେ ଆଶାଙ୍କ କର୍ତ୍ତବ୍ୟନିଷ୍ଠାକୁ ତାଙ୍କ ବିଭାଗରେ ସମସ୍ତେ ପ୍ରଶଂସା କରନ୍ତି, ଦରକାର ବେଳେ ସହଯୋଗ ମଧ୍ୟ। 

Duty Home Guard
Advertisment
Related Articles
Advertisment