Advertisment

Mohan’s Sharp Reply to ‘Traitor’ Jibe: ମୋହନଙ୍କ ପାଲଟା `ବେଇମାନ' ନିଶାନା, କହିଲେ ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରିନଥିବେ

ନୂଆପଡାରେ ବିଜେପିର ବିଗ୍ ଶୋ। ଗୋଟିଏ ଦିନରେ ପ୍ରଚାର ମୈଦାନରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ। ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କୋମନାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ।

author-image
Tapan Swain
CAMPAIGN-WITH-TARGET

CAMPAIGN-WITH-TARGET Photograph: (OTV)

ହୁଲସ୍ତୁଲ ନୂଆପଡା ପ୍ରଚାର ମୈଦାନ। ଆଜି ବିଜେପି କରିଛି ବଡ ଶୋ। ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ମୈଦାନକୁ ଓହ୍ଲାଇ ବିଜେପି ପ୍ରାର୍ଥୀ ପାଇଁ କରିଛନ୍ତି ପ୍ରଚାର। କୋମନାରେ ମୁଖ୍ୟମନ୍ତ୍ରୀ ବଡ ରୋଡ ଶୋ କରିବା ସହ ସାଧାରଣ ସଭାକୁ କରିଛନ୍ତି ଉଦବୋଧନ। ନୂଆପଡା ପଞ୍ଚମପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ସାଧାରଣ ସଭା କରି ବିଜେଡି ଆଉ କଂଗ୍ରେସକୁ କରିଛନ୍ତି ଟାର୍ଗେଟ।...

Advertisment

ନୂଆପଡାରେ ବିଜେପିର ବିଗ୍ ଶୋ। ଗୋଟିଏ ଦିନରେ ପ୍ରଚାର ମୈଦାନରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ। ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କୋମନାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। କୋମନାର ଉଦ୍ୟାନବନ୍ଧ ଠାରେ ପହଞ୍ଚି ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରେ ଉଦ୍ୟାନବନ୍ଧ ଠାରୁ କୋମନା ଯାଏଁ କରିଥିଲେ ବିଶାଳ ରୋଡ ଶୋ। ସାଙ୍ଗରେ ଥିଲେ ପ୍ରାର୍ଥୀ ଜୟ ଢୋଲକିଆ ଆଉ ବସନ୍ତ ପଣ୍ଡା । ଆଉ କୋମନାରେ ସାଧାରଣ ସଭା ମଞ୍ଚରେ ସିଧା ବିଜେଡି ଆଉ ନବୀନଙ୍କୁ ନିଶାନା କରିଥିଲେ ମୋହନ। 

ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ୍ ମାଗିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ସାଧାରଣ ସଭାକୁ ଛତିଶଗଡିରେ ଉଦବୋଧନ ଦେଇ ବିଜେଡି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ସାଏ। କହିଛନ୍ତି, ‘କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି। ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ।୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି। କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ବିଜେପିରେ ଏହି ପରମ୍ପରା ନାହିଁ। ଯାହାର ଜବାବ ରଖିଛି ବିଜେଡି। 

Advertisment

ଆଜି ମୋହନଙ୍କ ପରେ ଆସନ୍ତା କାଲି ଆଉ ଥରେ ନୂଆପଡା ଗସ୍ତରେ ଯାଇ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। 

BJP Chief Minister Mohan Majhi nuapada bypoll
Advertisment
Related Articles
Advertisment