/odishatv-khabar/media/media_files/2026/01/23/theft-2026-01-23-10-36-12.jpg)
Theft Photograph: (OTV)
ଗଞ୍ଜାମ ପାଟପୁର ଥାନା ଇଲାକାରେ ପୁଣି ଚୋରି। ଚାରି ଦିନରେ ୧୦ଟି ଘରୁ ଚୋରି। ଘର ବାରି ପଟେ ପଶି କବାଟ ତାଡି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ପାଟପୁର ଥାନାଠାରୁ ମାତ୍ର ଅଧ କିଲୋମିଟର ଦୂର ପାଟପୁର ବଢ଼େଇ ସାହିରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ରତିକାନ୍ତ ସାବତ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି । ଘର ଲୋକ ସକାଳୁ ଉଠି ଦେଖିଲା ବେଳକୁ ବାରି କବାଟ ଖୋଲା ରହିଥିଲା । ଆଲମାରୀ ଖୋଲା ହୋଇ ଜିନିଷପତ୍ର ଏଣେ ତଣେ ପଡିଛି। ଆଲମାରୀରେ ଥିବା ୧୨ ତୋଳା ସୁନା ଅଳଙ୍କାର ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।
ବାରମ୍ବାର ଏହି ଚୋରି ଘଟଣା ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ପାଟପୁର ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ ।
ଗତ ୪ ଦିନରେ ୧୦ଟି ଘରୁ ଏହି ଅଞ୍ଚଳରେ ଚୋରି ହେଲାଣି । ଲୋକମାନେ ଏଥିପାଇଁ ପୋଲିସକୁ ଦାୟୀ କରିଛନ୍ତି । କାରଣ ଥାନା ଠାରୁ ଅଳ୍ପ ଦୂରରେ ବି ଏହି ଘଟଣା ଘଟିଛି ।
ଗଞ୍ଜାମ ପାଟପୁର ଥାନା ଇଲାକାରେ ପୁଣି ଚୋରି
ଚାରି ଦିନରେ ୧୦ଟି ଘରୁ ଚୋରି
ଘର ପଶି କବାଟ ତାଡି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ
Floral Tribute to Netaji: କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି, ନେତାଜୀ ସ୍ମାରକୀ ମ୍ୟୁଜିୟମ୍ ବୁଲି ଦେଖିଲେ

Toothpaste Awareness: ବ୍ୟବହାର କରୁଛନ୍ତି କି ଏହି ଟୁଥ୍ପେଷ୍ଟ୍… ସାବଧାନ… ଦାନ୍ତକୁ କରିପାରେ କ୍ଷତି

Daily Horoscope 23rd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)