Advertisment

Floral Tribute to Netaji: କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି, ନେତାଜୀ ସ୍ମାରକୀ ମ୍ୟୁଜିୟମ୍ ବୁଲି ଦେଖିଲେ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

author-image
Tapan Swain
Netajee Birth Place

Netajee Birth Place Photograph: (OTV)

କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ କଟକ ଯାଇଛନ୍ତି । ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।

Advertisment

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ନେତାଜୀ ମ୍ୟୁଜିୟମ ବି ପରିଦର୍ଶନ କରିଛନ୍ତି ଉପରାଷ୍ଟ୍ରପତି।

ସାଧାରଣ ଲୋକଙ୍କ ପାଇଁ ୮ଟାରୁ ୨ଟା ଯାଏ ବନ୍ଦ ରହିବ ନେତାଜୀ ସ୍ମାରକୀ ମ୍ୟୁଜିୟମ। ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ ମଧ୍ୟ ଉଦଘାଟନ କରିଛନ୍ତି ଉପରାଷ୍ଟ୍ରପତି। ସେଠାରୁ ଲୋକ ଭବନ ଆସି ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।...

Advertisment

 କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ

ଭୁବନେଶ୍ବରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କ କଟକ ଗସ୍ତ
କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି
ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ ପହଞ୍ଚିଲେ ଉପରାଷ୍ଟ୍ରପତି
ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ କଲେ ରାଜ୍ୟପାଳ
ସ୍ବାଗତ କଲେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ
ସାଧାରଣ ଲୋକଙ୍କ ପାଇଁ ୮ଟାରୁ ୨ଟା ଯାଏ ବନ୍ଦ ରହିବ ନେତାଜୀ ସ୍ମାରକୀ ମ୍ୟୁଜିୟମ୍
ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

Vice-President Of India Netaji Birthplace Museum
Advertisment
Related Articles
Advertisment