Advertisment

Centre Issues New Guidelines on ‘Vande Mataram’: ‘ବନ୍ଦେ ମାତରମ୍’ ପାଇଁ ଗାଇଡ୍‌ଲାଇନ୍‌, ‘ଜନ ଗଣ ମନ’ ପୂର୍ବରୁ ବୋଲାଯିବ ଜାତୀୟ ଗୀତ

କେନ୍ଦ୍ର ସରକାରଙ୍କ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ। ଜାତୀୟ ଗୀତ ‘ବନ୍ଦେ ମାତରମ୍’କୁ ନେଇ ନୂଆ ନିୟମାବଳୀ। ଜାତୀୟ ସଙ୍ଗୀତ ପୂର୍ବରୁ ହେବ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ।

author-image
Chinmayee Sahoo
Vande Mataram

Vande Mataram Photograph: (OTV)

ଏଣିକି ‘ଜନ ଗଣ ମନ’ ପୂର୍ବରୁ ହେବ ‘ବନ୍ଦେ ମାତରମ୍’। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନୂଆ ନିର୍ଦ୍ଦେଶାନାମା। ଏଣିକି ଜାତୀୟ ଗୀତ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ ହୋଇଛି। ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟକ୍ରମ, ସରକାରୀ ବିଦ୍ୟାଳୟରେ ଗାନ ହେବ ବାଧ୍ୟତାମୂଳକ। 

Advertisment

ବିଶେଷ ଭାବେ ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ। ଯେଉଁଭଳି ଭାବେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରିବେଷଣ ହୁଏ, ସେହିପରି ଭାବେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ ହେବ। ପ୍ରଥମ ୬ଟି ଷ୍ଟାଞ୍ଚାକୁ ଗାଇବା ସହ ସାବଧାନ ଭଙ୍ଗୀରେ ଛିଡ଼ା ହେବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

Vande Mataram
Advertisment