Advertisment

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଲେ ବିଜେପି-କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ପୀଡ଼ିତା ଡାକ୍ତର ଓ ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ । ଆଜି ଡକ୍ଟର୍ସ ଡେ’ରେ ପୀଡ଼ିତା ଡାକ୍ତରଙ୍କୁ ଭେଟି ବିଜେପି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଲେ ବିଜେପି-କଂଗ୍ରେସ

Capture 10

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ପୀଡ଼ିତା ଡାକ୍ତର ଓ ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ । ଆଜି ଡକ୍ଟର୍ସ ଡେ’ରେ ପୀଡ଼ିତା ଡାକ୍ତରଙ୍କୁ ଭେଟି ବିଜେପି ସମବେଦନା ଜଣାଇଛି । ଏହାସହ ବିଜେପି ପ୍ରତିନିଧି ଦଳ ସ୍ଥାନୀୟ ଡିଏସ୍‌ପିଙ୍କୁ ଭେଟି ଦୋଷୀ ବିରୋଧରେ ଯେମିତି କଠୋର ଦଣ୍ଡ ବିଧାନ ହେବ ସେନେଇ ପଦକ୍ଷେପ ନେବାକୁ କହିଛି । ଏହାସହ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ । କଂଗ୍ରେସ ମଧ୍ୟ ପୀଡ଼ିତାଙ୍କୁ ସମବେଦନା ଜଣାଇବା ସହ ସୁରକ୍ଷା ଦେବାକୁ ଦାବି କରିଛି ।

Advertisment

ଛେଣ୍ଡିପଦା ଅଞ୍ଚଳର ଜଣେ ହୋଟେଲ ମାଲିକଙ୍କ ପୁଅ ସୁକାନ୍ତ କୁମାର ବେହେରା ଗତ ୨୯ ତାରିଖରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିସାରିଛି । ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ସୋମବାର ରାତିରେ ସମ୍ପୃକ୍ତ ଯୁବକ ମହିଳା ଡାକ୍ତରଙ୍କ ବାସଭବନକୁ ଖାଇବା ପାର୍ସଲ ନେଇ ଯାଇଥିଲେ । ସେଠାରେ ଯୁବକ ଜଣକ ମହିଳା ଡାକ୍ତରଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ହଠାତ୍‌ ଡାକ୍ତରରାଣୀଙ୍କ ୨ ଭାଇ ଘରେ ପହଞ୍ଚିବାରୁ ଉକ୍ତ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

Advertisment
Odisha Angul Chendipada
Advertisment
Advertisment