/odishatv-khabar/media/media_files/2025/10/16/online-mahaprasad-2025-10-16-19-04-06.jpg)
Online-Mahaprasad Photograph: (OTV)
ମହାପ୍ରଭୁଙ୍କୁ ଅପମାନ... କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ । କାର୍ତ୍ତିକ ମାସରେ ଅନଲାଇନରେ ମିଳିବ ଶ୍ରୀମନ୍ଦିର ଅନ୍ନପ୍ରସାଦ ! ମହାପ୍ରଭୁଙ୍କ ମହାପ୍ରସାଦକୁ ଅନଲାଇନ ଡେଲିଭରି କରିବ ଫୁଡ୍ ଡେଲିଭରି କମ୍ପାନି । ଏଭଳି କିଛି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଆକ୍ସନ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଦେଶର ଏକ ବଡ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ବିଜ୍ଞାପନ ଦେଇଥିଲା । ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢା ଅନଲାଇନରେ ଯୋଗାଇ ଦେବାକୁ ବିଜ୍ଞାପନ ଦେଇଥିଲା ଏହି ସଂସ୍ଥା । କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା।
କାର୍ତ୍ତିକ ମାସ ପାଇଁ ଏହି ଅଫର ରଖିଛି ଅନଲାଇନ ଖାଦ୍ୟ ଡେଲିଭରୀ ଆପ୍ । ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବା ପରେ ସବୁଠି ଦେଖିବାକୁ ମିଳିଥିଲା ଅସନ୍ତୋଷ । ଯାହା ଉପରେ ଆକ୍ସନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । କମ୍ପାନୀ ବିରୋଧରେ ରୁଜୁ ହୋଇଥିଲା ଏତଲା । ଉକ୍ତ ଫୁଡ୍ ଡେଲିଭରି ସଂସ୍ଥା ବିରୋଧରେ ପୁରୀ ସାଇବର ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଅନଲାଇନରେ ପ୍ରସାଦ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି । ଏଭଳି ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନି। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସଂସ୍ଥା ଶ୍ରୀମନ୍ଦିରର ଫଟୋ ଲଗାଇ ଏମିତି ବିଜ୍ଞାପନ ଦେଇଛି । ତୁରନ୍ତ ଏ ବିଜ୍ଞାପନକୁ ଅପସାରଣ ପାଇଁ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ । ତେବେ ଏନେଇ ସଂପୃକ୍ତ ଖାଦ୍ୟ ଡେଲିଭରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ମହାପ୍ରସାଦକୁ ଅସମ୍ମାନ କରାଯିବାର ଏହା ପ୍ରଥମ ଘଟଣା ନୁହେଁ । କେତେବେଳେ ହୋଟେଲ୍ରେ ଅବଢା ପହଞ୍ଚିଲାଣି ତ କିଏ ଚପଲ ପିନ୍ଧି ଖାଇବାର ଚିତ୍ର ପୂର୍ବରୁ ଆସିଛି ସାମ୍ନାକୁ । ବର୍ତ୍ତମାନ ସମ୍ପୃକ୍ତ ଫୁଡ୍ ଡେଲିଭରି କମ୍ପାନୀ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି, ଦେଖିବା ବାକି ରହିଲା...
Rupu Singhs Remand Ends: ରୁପୁ ସିଂର ରିମାଣ୍ଡ ଶେଷ, ଜଣାପଡ଼ିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

Odisha Govt Hikes DA: ନଭେମ୍ବରରୁ ଅଧିକ ଦରମା , ରାଜ୍ୟ ସରକାର ଦେଲେ ଦୀପାବଳି ଭେଟି

CM Mohan Majhi: ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀ କହିଲେ ନୂଆପଡ଼ା ବିକାଶ ଦାୟିତ୍ୱ ମୋର

Snehangini Chhuria: ମୁଁ ବାହାରିଆ ନୁହେଁ କହିଲେ ସ୍ନେହାଙ୍ଗିନୀ ଛୁରିଆ, ଜୟ ଢୋଲକିଆଙ୍କୁ କଲେ ଟାର୍ଗେଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)