Advertisment

Tears At Singhadwara: ଶ୍ରୀମନ୍ଦିରରେ ବଡ଼ ଭକ୍ତ , ରତ୍ନସିଂହାସନରୁ ଓହ୍ଲାଇବେ ଜଗନ୍ନାଥ ! ‍ବାପାର ମନର କଥାକୁ ପୂରଣ କରିଦେ ଜଗା

ରେ ଜଗା ଏ ବାପାଟା ଛାତିପିଟି କାନ୍ଦୁଛି । ତା’ ପୁଅର ଜୀବନ ତତେ ଭିକ ମାଗୁଛି । ତୋ ପଣ୍ଡା କାନ୍ଦିଲେଣି । ତୋ ବଡ଼ଦାଣ୍ଡରେ ତୋ ଭକ୍ତମାନଙ୍କ ହୃଦୟ ବି କାନ୍ଦିଲାଣି । ରତ୍ନ ସିଂହାସନରୁ ଓହ୍ଲାଇ ପଡ଼ରେ ଜଗା ।

author-image
Manas Ranjan Mohanty
Puri-Mahaprabhu-Darshan

Puri-Mahaprabhu-Darshan Photograph: (OTV)

ରେ ଜଗା ଏ ବାପାଟା ଛାତିପିଟି କାନ୍ଦୁଛି । ତା’ ପୁଅର ଜୀବନ ତତେ ଭିକ ମାଗୁଛି । ତୋ ପଣ୍ଡା କାନ୍ଦିଲେଣି । ତୋ ବଡ଼ଦାଣ୍ଡରେ ତୋ ଭକ୍ତମାନଙ୍କ ହୃଦୟ ବି କାନ୍ଦିଲାଣି । ରତ୍ନ ସିଂହାସନରୁ ଓହ୍ଲାଇ ପଡ଼ରେ ଜଗା ।  ସବୁ କିଛି ଠିକ୍ କରିଦେ, ବାପାର କୋଳରେ ତା’ ପିଲାକୁ ଥରେ ହସେଇ ଦେ । ପିଲାଟିର ଜୀବନ ଦୀପକୁ ତୋ ବଡ଼ଦାଣ୍ଡରେ ଜଳୁଥିବା ଏ ଦୀପ ପରି କଥା କୁହାଇଦେ । ଆଉ ଥରେ ତୋ ଭକ୍ତର ଲମ୍ବା ତାଲିକାରେ ଏ ବାପାଟାର ନାଁ ଚଢେଇଦେ । 

Advertisment

ଏ ଦୁଃଖି ବାପା ଆଖିର ଲହରେ ତୋ ସିଂହଦ୍ବାର ଭିଜୁଛି । ଜୟ ଜଗନ୍ନାଥ ବଦଳରେ ତତେ ଏ ବାପା ମଣିମା ମଣିମା ଡାକୁଛି । ଏଠି ତା’ ସବୁ ଭୁଲ ଆଉ ସବୁ ଦୋଷକୁ ତୁ କ୍ଷମା କରଦେ । କୁନି ପାଲାଟା ମୁହଁରେ ଚମକ ଦେଇଦେ । ହାତ ଧରି ତୋ ଏ ଭକ୍ତକୁ ଆଶ୍ବସନା ଦେ । ଶ୍ରୀମନ୍ଦିର ନେଇ ତା’ ସବୁ କଷ୍ଟକୁ ଛଡ଼ାଇ ହସ ଦେଇ ତା’କୁ ଫେରାଇ ଦେ । 

ଏ କଥା ସମସ୍ତଙ୍କୁ ଭାବବିହ୍ବଳ କରିବ । କିଛି ଆଖିରେ ନିଶ୍ଚୟ ଲୁହ ଆଣି ଦେବ । କାରଣ ଜଣେ ବାପା ଅନନ୍ତ କୋଟି ବିଶ୍ବ ବ୍ରହ୍ମାଣ୍ଡର ଅଧିନାୟକଙ୍କୁ ତା’ ଜୀବନର ବଡ଼ ମୂଲ୍ୟବାନ ଜିନିଷଟାକୁ ମାଗୁଛନ୍ତି । ହୃଦୟ ଭିତରୁ ଭକ୍ତି ରଖି ଆଖିରୁ ଧାର ଧାର ଲୁହ ଝରାଇ ସବୁ କିଛି କହିଛାଲିଛନ୍ତି । ଆଉ ମନ ଭିତରେ ତାଙ୍କର ରହିଛି ଅଗାଢ଼ ବିଶ୍ବାସ । ମହାପ୍ରଭୁଙ୍କ ଉପରେ ବିଶ୍ବାସ ଅଛି, ତାଙ୍କ ପୁଅ ଉପରେ ଚକାଡୋଳାର ନଜର ପଡ଼ିଗଲେ ସେ ସୁସ୍ଥ ହେବ । ଆଗପରି ହସିବ, ଆଗପରି କଥା କହିବ । ସେଇ ଆଶା ଟିକେ ନେଇ ଏ ବାପା ଶ୍ରୀମନ୍ଦିରକୁ ଦୌଡି ଆସିଛି । ପିଲାକୁ ସିଂହଦ୍ବାରରେ ଶୁଆଇଦେଇ ସବୁ କିଛି କହିଯାଉଛି । ଆଉ ପଣ୍ଡାମାନେ ବି ତାଙ୍କୁ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଯାଇ ମହାପଭୁଙ୍କୁ ଦର୍ଶନ କରି ଗୁହାରୀ ଜଣାବାକୁ କହୁଛନ୍ତି । 

Advertisment

ଖୁବଶୀଘ୍ର ପିଲାଟି ସୁସ୍ଥ ହେଉ ଆମେ ବି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ 

Advertisment
Related Articles
Advertisment