Advertisment

Suspicious Death: ପ୍ରେମ ପାଇଁ ଜୀବନ ଗଲା! ହୋଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପ୍ରେମ ବ୍ୟାପାରରୁ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ। ୬ ମାସ ଧରି ଜଣେ ଯୁବତୀଙ୍କ ସହିତ ଲିଭ୍ ଇନରେ ରହୁଥିଲେ।

author-image
Chinmayee Sahoo
Suspicious Death:

Suspicious Death: Photograph: (OTV)

ଭୁବନେଶ୍ବରର ଏକ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପ୍ରେମ ବ୍ୟାପାରରୁ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ। ମୃତ ଯୁବକ ହେଲେ ବୁବୁନା ପ୍ରଧାନ। ଗତ ୬ ମାସ ଧରି ସେ ଜଣେ ଯୁବତୀଙ୍କ ସହିତ ଲିଭ୍ ଇନରେ ରହୁଥିଲେ। 

Advertisment

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲି ପୁଅର ଦେହ ଖରାପ ଥିବା ନେଇ ସଂପୃକ୍ତ ଯୁବତୀ ସେମାନଙ୍କୁ ସୂଚନା ଦେଇଥିଲେ। ତେବେ ବିଳମ୍ବିତ ରାତିରେ ପୋଖରୀପୁଟ ଅଞ୍ଚଳର ଏକ ହୋଟେଲରୁ ବୁବୁନାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।

ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ସଂପୃକ୍ତ ଯୁବତୀ ଜଣଙ୍କ ଫେରାର ଥିବା ସୂଚନା ମିଳିଛି।

Advertisment

Bhubaneswar Suspicious Death
Advertisment
Related Articles
Advertisment