Advertisment

Newborn Baby Boy Thrown on Road: ଅଲୋଡ଼ା ନବଜାତ ଶିଶୁ, ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଗଲା ଜନ୍ମକଲା ମାଆ

ଅଲୋଡ଼ା ହେଲା ନବଜାତ ଶିଶୁ ପୁତ୍ର। ରାସ୍ତାକଡ଼ାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ରାୟଗଡା ସହରର ଗୋଦାବରୀଶ ନଗରରେ ଅମାନବୀୟ ଘଟଣା। ନବଜାତ ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ।

author-image
Chinmayee Sahoo
Newborn Baby Boy Thrown on Road

Newborn Baby Boy Thrown on Road Photograph: (OTV)

ଅଲୋଡ଼ା ହେଲା ନବଜାତ ଶିଶୁ ପୁତ୍ର। ନବଜାତକୁ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଗଲା ଜନ୍ମକଲା ମାଆ। ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡା ସହରର ଗୋଦାବରୀଶ ନଗର ଅଞ୍ଚଳରୁ। ସକାଳୁ ସ୍ଥାନୀୟ ଲୋକେ ରାସ୍ତା କଡରେ ନବଜାତକର ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। 

Advertisment

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ଶିଶୁପୁତ୍ର ମୃତ ଜନ୍ମ ହୋଇଥିଲା ନା ତାକୁ ମାରିଦିଆଯାଇଛି ତାହା ସ୍ପଷ୍ଟ ହୋଇନି। ତେବେ ଏଭଳି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି।

Newborn Baby Abandoned
Advertisment