/odishatv-khabar/media/media_files/2025/09/27/oas-2025-09-27-20-46-33.jpg)
OAS Photograph: (OTV)
ସଫଳତା ପାଇବାର ଝୁଙ୍କ୍ ଆଗରେ କେବେ ପ୍ରତିବନ୍ଧକ ସାଜି ପାରେନା ସମସ୍ୟା। ନିଷ୍ଠା ଓ ଅଧ୍ୟବସାୟ ଆଗରେ ହାର ମାନିଯାଏ ଯାବତୀୟ ଅଭାବ, ଅସୁବିଧା। ଅକ୍ଷମତା ପରେ ସ୍ବପ୍ନ ବି ଦେଖିବାରୁ ବିରତ ନହେବା ଉଚିତ। ଏସବୁ କେବଳ ଉକ୍ତି ନୁହେଁ, ବରଂ ଏହାକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି କାଲି ଓଏଏସ୍ ପରୀକ୍ଷାରେ ସଫଳତା ପାଇଥିବା ସାଧାରଣ ପରିବାରର ପୁଅ-ଝିଅ।
ସ୍ମୃତିଶିଖା, ନିଳୀମା, ସଂଗ୍ରାମ ଆଉ ଟୁକୁ। ସଂଘର୍ଷର ରାସ୍ତାରେ ଯାଇ ସଫଳତାର ଠିକଣା ପାଇଥିବା ଇଏ ଜଣେ ଜଣେ କୃତୀ। ସାଧାରଣ ପରିବାର ଓ ପରିବେଶରୁ ଆସି କଠିନ ପରୀକ୍ଷାରେ ସଫଳତାର ସ୍ବାଦ ଚାଖିଥିବା ଜଣେ ଜଣେ ଯୋଦ୍ଧା। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୋନପୁରର ସୁନା ଝିଅ ସ୍ମୃତିଶିକ୍ଷା ଭୋଇ। ପିଲାଟି ବେଳରୁ ଦୃଷ୍ଟିବାଧିତ।
ଏହା ସତ୍ତ୍ବେ ସବୁ ପ୍ରତିବନ୍ଧକର ପାଚେରୀ ଡେଇଁ ସେ ଛୁଇଁଛନ୍ତି ସଫଳତାର ଶିଖର। ପ୍ରଥମ ଚେଷ୍ଟାରେ ୩୩୫ ରାଙ୍କ୍ ସହ OCS ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ। ଜନ୍ମ ବେଳେ ଯେଉଁ ବାପାମାଆ ଦିନେ ତାଙ୍କୁ ବୋଝ ବୋଲି ଭାବୁଥିଲେ, ସେଇ ବାପାମାଙ୍କ ପାଇଁ ଆଜି ସ୍ମୃତିଶିଖା ଆଣିଛନ୍ତି ଗର୍ବ ଓ ଗୌରବ।
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ନୂଆଗାଁର ନକ୍ଷତ୍ର ନିଳୀମା କୁମାରୀ ନାୟକ। ଉପାନ୍ତ ଅଞ୍ଚଳର ହୋଇ ବି ଉଚ୍ଚଶିକ୍ଷା ପରେ ପ୍ରଶାସନିକ ସେବାରେ ଆସିବାକୁ ମନ ବଳାଇଥିଲେ। ସେଥିପାଇଁ ତେଲକୋଇ ଗାର୍ଲସ ହାଇସ୍କୁଲରେ ଜୁନିଅର ଆସିଷ୍ଟାଷ୍ଟ ଚାକିରୀରେ ସନ୍ତୁଷ୍ଟ ନହୋଇ ନିଜକୁ OCS ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଆଉ ତାଙ୍କର ପ୍ରଥମ ପ୍ରଚେଷ୍ଟା ହିଁ ଆଣିଦେଇଥିଲା ସଫଳତା। ତାଙ୍କର ଏ ସଫଳତାରେ କେବଳ ପରିବାର କି ସମ୍ପର୍କୀୟ ନୁହଁନ୍ତି, ବରଂ ଶତମୁଖ ହୋଇଛି ତେଲକୋଇ ବାଳିକ ଉଚ୍ଚ ବିଦ୍ୟାଳୟ।
ସେମିତି ଜଣେ ସାଧାରଣ ଚାଷୀ ପରିବାରରୁ ଆସି ସାରା ଅଞ୍ଚଳକୁ ଚମକାଇ ଦେଇଥିବା ଇଏ ନୂଆପଡ଼ା କୋମନାର ଟୁକୁ ତାଣ୍ଡି। ବାପା ଓ ମାଆ ଅଭାବି ଚାଷୀ ପରିବାରର ହୋଇଥିଲେ ବି ପୁଅର ସ୍ବପ୍ନ ପୂରଣରେ କେବେ ବାଧକ ସାଜିନଥିଲେ। ସେଥିପାଇଁ ପ୍ରଥମ ଉଦ୍ୟମରେ ହିଁ ୨୮୭ ରାଙ୍କ୍ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଟୁକୁ ତାଣ୍ଡି।...
ଜଣେ ଛାତ୍ର ଭାବେ ନିଜକୁ ପଠାପଢାରେ ହଜାଇ, ସେପଟେ କଠୋର ଅଧ୍ୟବସାୟ କରି ସଫଳତାକୁ ହାତମୁଠାରେ ଧରିଥିବା ଇଏ, କୋରାପୁଟ ଜୟପରୁର ସଂଗ୍ରାମ ହିକୋକା। ବାପାଙ୍କୁ ହରାଇଥିବା ସଂଗ୍ରାମଙ୍କ ମାଆ ଜୟପୁର ବ୍ଲକରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଆଉ ସଂଗ୍ରାମ ନିଜେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଇଂରାଜୀ ଦ୍ବିତୀୟ ବର୍ଷର ପିଜି ଛାତ୍ର। ତାରି ଭିତରେ ଓପିଏସ୍ଏସି ସଫଳତା ପରେ ଏବେ ୟୁପିଏସ୍ସି ପାଇଁ ଲକ୍ଷ୍ୟ ରଖିଛନ୍ତି ସଂଗ୍ରାମ।...
India to Be Atmanirbhar From Chip to Ship: ଝାରସୁଗୁଡ଼ା ମଞ୍ଚରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା, ଚିପ୍ ରୁ ସିପ୍ ଯାଏଁ ଭାରତ ହେବ ଆତ୍ମନିର୍ଭର

Country Liquor Trade Thrives in Salia Sahi: ସାଲିଆ ସାହିରେ ପୁଣି ଦେଶୀ ମଦ ସିକ୍ରେଟ୍ ଚାମ୍ୱର, ବର୍ଷକ ଭିତରେ ସାଲିଆ ସାହିରେ ୫ ଥର ରେଡ୍

Low-Pressure Threatens to Wash Away Dussehra Fun: ଦଶହରା ମଜାକୁ ପାଣିଚିଆ କରିବ ଲଘୁଚାପ ବର୍ଷା ! ଆସନ୍ତା ୧ ବେଳକୁ ପୁଣି ଲଘୁଚାପ ସମ୍ଭାବନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)