Advertisment

Country Liquor Trade Thrives in Salia Sahi: ସାଲିଆ ସାହିରେ ପୁଣି ଦେଶୀ ମଦ ସିକ୍ରେଟ୍ ଚାମ୍ୱର, ବର୍ଷକ ଭିତରେ ସାଲିଆ ସାହିରେ ୫ ଥର ରେଡ୍

ପୁଣି ସିକ୍ରେଟ୍ ଚାମ୍ବର, ରାଜଧାନୀରେ ପୁଣି ଦେଶୀ ମଦ କାରବାରର ପର୍ଦ୍ଦାଫାସ୍। ସାଲିଆସାହିରେ ଚୋରାରେ ଚାଲିଥିବା ଦେଶୀମଦ ଭାଟିରେ ଆଜି ଅଚାନକ୍ ରେଡ୍ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ।

author-image
Tapan Swain
Country Liquor

Country Liquor Photograph: (OTV)

ବର୍ଷକ ଭିତରେ ୫ ଥର ରେଡ୍ ସହ ୨ ଥର ବଡ ଆକ୍ସନ ପରେ ବି କାହିଁକି ବେଆଇନ୍ ମଦ କାରବାର ବନ୍ଦ ହେଇପାରୁନି ତାକୁ ନେଇ ପ୍ରଶ୍ନ ଉଠିଛି। ହେଲେ ଅବକାରୀ ଅଧୀକ୍ଷକଙ୍କ କହିବା କଥା ମୂଳ ଉପାଡ଼ିବା ଯାଏଁ ଆଗକୁ ବି ଜାରି ରହିବ ଅପରେସନ୍।...

Advertisment

ଏମିତି ଏକ ପରିବେଶ। ମଦ ତିଆରି ହେବା ପାଇଁ ବ୍ୟାରେଲ ବ୍ୟାରେଲ ପୋଚ । ଗୁଡ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ପୋଚରେ ପୋକ ସାଲୁବାଲୁ ହେଉଛନ୍ତି । ଆଉ ପୂରା ସଂକ୍ରମିତ ଘରେ ପ୍ରସ୍ତୁତ ହେଉଛି ଦେଶୀ ମଦ । ଚୁଲି ଉପରେ ବସିଛି ହାଣ୍ଡି । ଗ୍ୟାସ ଜଳୁଛି । ଆଉ ସେଥିରେ ପୋଚ ଫୁଟି ପାଇପ ମାଧ୍ୟମରେ ଏଥିରୁ ଏହିଭଳି ସଂଗୃହିତ ହେଉଛି ଦେଶୀ ମଦ । ଏ ସବୁ ପୂଜା ବଜାରକୁ ଛାଡିବା ପାଇଁ ହେଉଥିଲା ପ୍ରସ୍ତୁତ। ହାଇଡ୍ରୋମିଟର ମାଧ୍ୟମରେ ଆଲକହଲ ପ୍ରତିଶତ ମାପି ବଜାରକୁ ଛଡା ଯାଉଛି । 

ଆଉ ଏଇଥିରୁ ଢୋକେ ଢୋକେ ମାରି ଏହିଭଳି ରାସ୍ତାରେ ଗଡୁଛନ୍ତି ଲୋକେ। ଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ରାଜଧାନୀ ଭୁବନେଶ୍ବର ଛାତି ଉପରେ ଥିବା ସାଲିଆସାହି।...ଚାରିଆଡ଼େ ଘର ଆଉ ତାରି ଭିତରେ ସିକ୍ରେଟ୍ ଚାମ୍ବରରେ ଦିନରାତି ଭାଟି ଚାଲିଛି। ପ୍ରତ୍ୟେହ ଏଇଠୁ ବଜାରକୁ ଯାଉଛି ଶହ ଶହ ଲିଟର ଦେଶୀ ମଦ।...

Advertisment

ବଡ଼ କଥା ହେଉଛି ବାରମ୍ବାର ରେଡ ପରେ ବି ସ୍ଥିତି ଯାହାକୁ ତାହା। ଯେତେ ଭାଟି ଭଙ୍ଗା ହେଉଛି ସେତେ ଗଢ଼ା ହେଇ ଚାଲିଛି ବେଧଡକ ବେପାର। ଆପଣ ଦେଖୁଥିବା ଏହି ମଦଭାଟି ମାଲିକକୁ ପୂର୍ବରୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଜେଲରୁ ଫେରିବା ପରେ ନୂଆ ଢଙ୍ଗରେ ଚାଲିଲା ଭାଟି।...

ପୂର୍ବରୁ ୨୦୨୪ ଅଗଷ୍ଟ ୨୪ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ରେଡ୍ ବେଳେ ସାମ୍ନାକୁ ଆସିଥିଲା ଦେଶୀ ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର । ପାଖାପାଖି ୪ ଟି ଦେଶୀ ମଦଭାଟି ଉପରେ ଚଢ଼ାଉ ସହ ସେତେବେଳେ ହଜାର ହଜାର ଲିଟର ମଦ ଜବତ କରି ନଷ୍ଟ କରିଥିଲା, ମଦ ମାଫିଆଙ୍କ ଘରକୁ ଡୋଜର ଲଗାଇ ଭାଙ୍ଗିଥିଲା ପୋଲିସ। 

ସେହିଭଳି ୨୦୨୫ ମାର୍ଚ୍ଚ ୧୪ ତାରିଖରେ ମଧ୍ୟ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ସେଇ ସାଲିଆସାହିରେ ରେଡରୁ ୬ଟି ଦେଶୀ ମଦ ଭାଟି ଠାବ କରାଯିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରାଯାଇଥିଲା। ଏପରିକି ବର୍ଷକ ମଧ୍ୟରେ ପାଖାପାଖି ୫ ଥର ରେଡ ପରେ ବି କେମିତି ପୁଣି କାରାବର ଚାଲିଛି ତାହା ସମସ୍ତଙ୍କୁ ତାଜୁବ କରୁଛି । ହେଲେ ଅବକାରୀ ଅଧୀକ୍ଷକଙ୍କ କହିବା କଥା ଏଥର ଚେର ନ ଉପୁଡ଼ିବା ଯାଏଁ ହେବ ଅପରେସନ୍।...

ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ , ଚୋରାମଦ କାରବାର ସହ ଅପମିଶ୍ରିତ ମଦ ବନ୍ଦ କର । ହେଲେ ଖୋଦ ରାଜଧାନୀ ସାଲିଆସାହିର ଏଭଳି ଅବସ୍ଥା ଦେଖିଲେ ସାରା ରାଜ୍ୟର ଚୋରା ମଦ କାରବାର ସ୍ଥିତି ଯେମିତି ଜଳ ଜଳ ଦିଶୁଛି। 

Country Liquor Illegal Liquor
Advertisment
Related Articles
Advertisment