Advertisment

India to Be Atmanirbhar From Chip to Ship: ଝାରସୁଗୁଡ଼ା ମଞ୍ଚରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା, ଚିପ୍ ରୁ ସିପ୍ ଯାଏଁ ଭାରତ ହେବ ଆତ୍ମନିର୍ଭର

ହୃଦୟରେ ଭାରତ, ଆତ୍ମାରେ ସ୍ବଦେଶୀ। ବିଶ୍ବର ୫ମ ଦେଶ ଭାବେ ଭାରତ ସ୍ବଦେଶୀ 4G ନେଟୱର୍କ ଲଞ୍ଚ କରିବା ଅବସରରେ ବିଏସଏନଏଲ୍ ନୂଆ ଇତିହାସ ରଚିଥିବା ଝାରସୁଗୁଡ଼ା ମଞ୍ଚରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

author-image
Tapan Swain
PM Modi

PM Modi Photograph: (OTV)

ହୃଦୟରେ ଭାରତ, ଆତ୍ମାରେ ସ୍ବଦେଶୀ। ବିଶ୍ବର ୫ମ ଦେଶ ଭାବେ ଭାରତ ସ୍ବଦେଶୀ 4G ନେଟୱର୍କ ଲଞ୍ଚ କରିବା ଅବସରରେ ବିଏସଏନଏଲ୍ ନୂଆ ଇତିହାସ ରଚିଥିବା ଝାରସୁଗୁଡ଼ା ମଞ୍ଚରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଜରୁରୀ ତାହା ବିକଶିତ ହେବ, ଆଗକୁ ୫ଜି ସେବା ବି ମିଳିବ। ତେବେ ଭାଷଣ ଛଳରେ କଂଗ୍ରେସକୁ ନିଶାନା କରି ମୋଦି କହିଥିଲେ ଏଯାଏଁ ସେ ଦଳର ଲୁଟ୍ ଅଭ୍ୟାସ ଯାଇନି।

Advertisment

ଚିପ୍ ରୁ ସିପ୍ ଯାଏଁ ଭାରତ ହେବ ଆତ୍ମନିର୍ଭର । ଡିଜିଟାଲ ଇଣ୍ଡିଆ ପାଇଁ ବଡ଼ ମାଇଲଷ୍ଟୋନ୍ ।
ନୂଆ ଇତିହାସ ରଚି BSNLରେ ସାମିଲ ହେଲା ସ୍ବଦେଶୀ 4G ନେଟୱର୍କ, ଆଗକୁ ଯୋଡ଼ି ହେବ 5G । ଆଜି ଝାରସୁଗୁଡ଼ା ମଞ୍ଚରୁ ଏହି ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ବିଶ୍ବର ୫ମ ଦେଶ ଭାବେ ଭାରତ ସ୍ବଦେଶୀ 4G ନେଟୱର୍କ ସୃଷ୍ଟି କରିଛି। ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଦରକାର ତାହା ବିକଶିତ ହେବ। 

ସାରା ଦେଶରେ ୯୭,୫୦୦ରୁ ଅଧିକ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହେବ, ଯାହା ଫଳରେ ସହରରୁ ନେଇ ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ସମ୍ଭବ ହେବ। ଯାହାର ସୁଫଳ କେବଳ ଗ୍ରାମୀଣ, ପାହାଡ଼ି କି ଉପାନ୍ତ ଇଲାକାର ଲୋକେ ନୁହଁନ୍ତି ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ। ବିଏସଏନ୍ଏଲ 4Gରେ ଆହୁରି ୨୦ଲକ୍ଷ ନୂଆ ସବସ୍କ୍ରାଇବର ଯୋଡ଼ି ହେବେ। 
ଏହି ପ୍ରକଳ୍ପରେ ଯୋଡ଼ି ହେବାକୁ ଥିବା ୨୬ ହଜାର ୭ଶହରୁ ଅଧିକ ଗାଁ ଭିତରୁ ଓଡ଼ିଶାର ସଂଖ୍ୟା ରହିଛି ୨୪୭୨। ସେହିପରି ସ୍ବଦେଶୀ ଜ୍ଞାନକୌଶଳରେ ଜାହାଜ ନିର୍ମାଣ ପାଇଁ ୭୦ ହଜାର କୋଟି ମଞ୍ଜୁର ହୋଇଥିବା କହିଥିଲେ ମୋଦି।...

Advertisment

ଝାରସୁଗୁଡ଼ା ସଭା ମଞ୍ଚରୁ କଂଗ୍ରେସ ବି ନିଶାନା କରିଥିଲେ ମୋଦି। କହିଥିଲେ ୨୦୧୪ ପର୍ଯ୍ୟନ୍ତ ଏଦଳ ଦେଶକୁ ଲୁଟ୍ କରୁଥିଲା, କ୍ଷମତାକୁ ଆସିବା ପରେ ଲୁଟତନ୍ତ୍ରରୁ ଦେଶବାସୀଙ୍କୁ ରକ୍ଷା କଲି। କଂଗ୍ରେସ ଅମଳରେ ବର୍ଷିକ ୨ଲକ୍ଷ ଟଙ୍କା ରୋଜଗାର ଉପରେ ଆୟକର ଲାଗୁଥିଲା, ଏବେ ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଇନକମ ଟାକ୍ସ ମୁକ୍ତ କରିଛନ୍ତି। ଯେଉଁ କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା, ଏବେ ତାହା ମାତ୍ର ୪ରୁ ୫ହଜାର ପଡୁଛି। 

କୃଷକଟିଏ ଟ୍ରାକ୍ଟର କିଣିଲେ ତାକୁ ଏବେ ୪୦ ହଜାର ଟଙ୍କା ଫାଇଦା ହେଉଛି। ସିମେଣ୍ଟ ଦାମ୍ ରେ ବଡ଼ ଜିଏସଟି ହ୍ରାସ କରି ଲୋକଙ୍କୁ ସ୍ବପ୍ନର ଘର ତୋଳିବାର ସୁଯୋଗ ଦେଇଛି ଭାଜପା ସରକାର। ଯେହେତୁ କଂଗ୍ରେସର ଲୁଟ୍ ଅଭ୍ୟାସ ଯାଇନି ତେଣୁ GST କମ୍ ହେବା ସତ୍ତ୍ବେ ହିମାଚଳରେ କଂଗ୍ରେସ ସରକାର ଟିକସ ଲୁଟ୍ ଜାରି ରଖିଛି କହିଥିଲେ ମୋଦି।...

ଝାରସୁଗୁଡ଼ାରୁ ଦେଶବାସୀ ଉଦ୍ଦେଶ୍ୟରେ ପିଏମ୍ ମୋଦିଙ୍କ ସ୍ବଦେଶୀ 4G ନେଟୱର୍କ ସର୍ଭିସ୍ ଭେଟି ଅବସରରେ ଭିଡିଓ କନଫରେନସିଂରେ ମହାରାଷ୍ଟ୍ର, ଆନ୍ଧ୍ର, ଆସାମ, ୟୁପି ଓ ରାଜସ୍ଥାନ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଲକ୍ଷରୁ ଅଧିକ ଗାଁ ସାମିଲ ହୋଇଥିଲେ।... 

Prime Minister Narendar Modi
Advertisment
Related Articles
Advertisment