/odishatv-khabar/media/media_files/2025/10/31/subhadra-yojana-2025-10-31-21-23-51.jpg)
Subhadra Yojana Photograph: (OTV)
ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର । ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । କାଲିଠୁ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଆବେଦନ । ୨୧ ବର୍ଷ ବୟସ ହୋଇଥିଲେ ଯୁବତୀ ଓ ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ। ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବା ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ପୋର୍ଟାଲ ବ୍ୟବହାର କରିହେବ । ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ପ୍ରଥମ କିସ୍ତି ପାଇଥିବାବେଳେ କୋଟିଏ ୯୬ ହଜାର ୩୦୭ ଜଣ ଦ୍ବିତୀୟ କିସ୍ତି ପାଇଛନ୍ତି । ପରେ ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି ।
ତେବେ ଚତୁର୍ଥ କିସ୍ତି ଦେବା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିଥିବା କିଛି ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ ।
ସୁଭଦ୍ରା' ଆଶାୟୀଙ୍କ ପାଇଁ ଖୁସି ଖବର
ପୁଣି ଖୋଲିବ `ସୁଭଦ୍ରା' ପୋର୍ଟାଲ
କାଲିଠୁ ଦ୍ବିତୀୟ ପର୍ଯ୍ୟାୟ `ସୁଭଦ୍ରା' ଆବେଦନ
୨୧ ବର୍ଷ ବୟସ ହୋଇଥିଲେ ଆବେଦନ କରିପାରିବେ
ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ପ୍ରଥମ କିସ୍ତି ପାଇଥିଲେ
୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି
ଚତୁର୍ଥ କିସ୍ତି ଦେବା ପୂର୍ବରୁ ନୂଆ ହିତାଧିକାରୀଙ୍କୁ ସାମିଲ ଲକ୍ଷ୍ୟ
ମାର୍ଚ୍ଚ ୮ରେ ମିଳିବ ପରବର୍ତ୍ତୀ `ସୁଭଦ୍ରା' କିସ୍ତି
New Rules From November: ନଭେମ୍ବର ୧ରୁ ନୂଆ ନିୟମ... ଅନେକ କ୍ଷେତ୍ରରେ ହେବ ପରିବର୍ତ୍ତନ

Modi Says Sardar Patel: କଂଗ୍ରେସର ଭୁଲ୍ ଭୋଗିବାକୁ ପଡୁଛି, କଡା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

Indian Tigresses Roar: ମାଟି କାମୁଡ଼ି ପଡ଼ିଲା ୭ଥରର ବିଶ୍ବ ବିଜେତା ଟିମ , ସ୍ବପ୍ନ ହେବ ସତ...ଏଥର ବିଶ୍ବକପ୍ ନିଶ୍ଚିତ

Political Heat Rises: ପୁଣିଥରେ ନୂଆପଡ଼ା ଯିବେ ସିଏମ ମୋହନ ମାଝୀ, ୩ରେ ନୂଆପଡ଼ାରେ ପ୍ରଚାର କରିବେ ନବୀନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)