Advertisment

President Raises Questions on Mamata Banerjee: ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ଏମିତି କଣ କରନ୍ତି

ପ୍ରଶାସନ ମନରେ କଣ ଅଛି ବୋଲି ପ୍ରଶ୍ନ କରିଥିଲେ ରାଷ୍ଟ୍ରପତି। ମୁଁ ବହୁତ ଦୁଃଖିତ ଯେ ସମ୍ମିଳନୀ ବହୁ ଦୂରରେ ଅନୁଷ୍ଠିତ ହୋଇଥିବାରୁ ବହୁ ଲୋକ ପହଞ୍ଚି ପାରିଲେ ନାହିଁ। ଏମିତିକି ମମତା ବାନାର୍ଜୀ ଓ ତାଙ୍କ ମନ୍ତ୍ରୀ କେହି ବି କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ।

author-image
Tapan Swain
President

President Photograph: (OTV)

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ଜାହିର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ଯୋଗଦେବାକୁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ରାଷ୍ଟ୍ରପତି। ହେଲେ ଛୋଟ ସ୍ଥାନ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଫାନ୍ସିଦେୱାରେ ସ୍ଥିର କରାଯାଇଥିବା ସ୍ଥାନ ବହୁତ ଛୋଟ। ଯେଉଁଥିପାଇଁ ବହୁ ସାନ୍ତାଳ ଲୋକ ଯୋଗଦେଇପାରି ନଥିଲେ। ପରେ ବିଧାନନଗରର ବିଶାଳ ଭୂମିକୁ ଦେଖି ରାଷ୍ଟ୍ରପତି କହିଥିଲେ କାର୍ଯ୍ୟକ୍ରମଟି ଏଠାରେ ଅନୁଷ୍ଠିତ ହୋଇଥିଲେ ଭଲ ହୋଇଥାନ୍ତା। ଲକ୍ଷ ଲକ୍ଷ ଲୋକ ଯୋଗ ଦେଇପାରିଥାନ୍ତେ।

ରାଷ୍ଟ୍ରପତି ବହୁତ ଦୁଃଖିତ

ତେବେ ପ୍ରଶାସନ ମନରେ କଣ ଅଛି ବୋଲି ପ୍ରଶ୍ନ କରିଥିଲେ ରାଷ୍ଟ୍ରପତି। ମୁଁ ବହୁତ ଦୁଃଖିତ ଯେ ସମ୍ମିଳନୀ ବହୁ ଦୂରରେ ଅନୁଷ୍ଠିତ ହୋଇଥିବାରୁ ବହୁ ଲୋକ ପହଞ୍ଚି ପାରିଲେ ନାହିଁ। ଏମିତିକି ମମତା ବାନାର୍ଜୀ ଓ ତାଙ୍କ ମନ୍ତ୍ରୀ କେହି ବି କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ। ମମତା ଦିଦି ମୋର ସାନ ଭଉଣୀ। ମୁଁ ଜାଣିନାହିଁ ସେ ମୋ ଉପରେ ରାଗିଥିଲେ କି ନାହିଁ, ସେଥିପାଇଁ ଏହା ଘଟିଲା ବୋଲି କହିଛନ୍ତି ରାଷ୍ଟ୍ରପତି । 

Advertisment

  ସାନ୍ତାଳୀ କାର୍ଯ୍ୟକ୍ରମ ପାଇଁ ସ୍ଥାନ ପରିବର୍ତ୍ତନ ଯୋଗୁଁ ଅସନ୍ତୁଷ୍ଟ
ସାନ୍ତାଳୀ ସମ୍ମିଳନୀରେ ଯୋଗଦେବାକୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି
କାର୍ଯ୍ୟକ୍ରମ ପାଇଁ ଛୋଟ ସ୍ଥାନ ଦେଇଥିବାରୁ ଅସନ୍ତୋଷ ପ୍ରକାଶ 
କାର୍ଯ୍ୟକ୍ରମରେ ଯୋଗଦେଲେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ମମତା ଦିଦି ମୋର ସାନ ଭଉଣୀ, ସେ ଏମିତି କାହିଁକି କଲେ: ରାଷ୍ଟ୍ରପତି 

CM Mamata Banerjee President Droupadi Murmu
Advertisment
Related Articles
Advertisment