Advertisment

OPRB Under Fire in SI Exam Scandal: SI ପରୀକ୍ଷା ମହାଘୋଟାଲାକୁ ନେଇ କାଠଗଡ଼ାରେ OPRB, ଖୁଲାସାର 4 ଦିନ ପରେ ଆକ୍ସନ୍ ହେବ କହିଲେ ଅଧ୍ୟକ୍ଷ

ନିଯୁକ୍ତି ପ୍ରକ୍ରିୟା ଏବଂ ପରିଚାଳନାଗତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଟିକିନିଖି ଯାଞ୍ଚ କରିଥିଲେ। ଏହି ଲାପଟପରେ ରହିଛି କେଳେଙ୍କାରୀର ସବୁ ରହସ୍ୟ। ଶେଷରେ ୨ ଘଣ୍ଟାର ଘଣ୍ଟାଚକଟା ସାରି ବାହାରକୁ ବାହାରିଥିଲେ ଅଧ୍ୟକ୍ଷ ।

author-image
Tapan Swain
SI Recruitment Scam

SI Recruitment Scam Photograph: (OTV)

ପୋଲିସ SI ପରୀକ୍ଷା ଘୋଟାଲାର ଘଣ୍ଟାଚକଟା ଭିତରେ ଆଙ୍ଗୁଳି ଉଠିଛି, ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା OPRB ଉପରେ। ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଦୁର୍ନୀତି ସାମ୍ନାକୁ ଆସିବାର ୪ ଦିନ ପରେ ଆଜି ଜରୁରୀ ବୈଠକ ଡାକିଥିଲେ OPRB ଅଧ୍ୟକ୍ଷ। କ୍ରାଇମବ୍ରାଞ୍ଚ ଆଜି ଜଣେ ଦଲାଲଙ୍କୁ ବାନ୍ଧିଥିବାବେଳେ କେଳେଙ୍କାରୀ ପରେ ସନ୍ଦେହ ଘେରକୁ ଟାଣି ହୋଇଯାଇଛନ୍ତି କାଠଗଡ଼ାରେ ଛିଡ଼ା ହୋଇଥିବା OPRB କର୍ତ୍ତୃପକ୍ଷ। ହଜାର ହଜାର ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ମୁହଁକୁ ଠେଲି ଦେଇଥିବା OPRB କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିପାରିବ ତ କ୍ରାଇମବ୍ରାଞ୍ଚ ? ଖୋଲିବ ତ ସିଣ୍ଡିକେଟ ପଛର ଅସଲ ମୁଖା ? ଏବେ ଏଭଳି ନାନା ପ୍ରଶ୍ନ ଭିତରେ ଆଜି ପୁଣି ଗର୍ଜିଛନ୍ତି ଚାକିରୀ ଆଶାୟୀ।..

Advertisment

ପୋଲିସ SI ମହାଘୋଟାଲା ପରେ ଚାକିରି ଆଶାୟୀଙ୍କ ମହାଗର୍ଜନ...ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବ ଭିତରେ ବ୍ୟବସ୍ଥା ବିରୋଧରେ ଦେଇଛନ୍ତି ରଣହୁଙ୍କାର...ଏ ହେଉଛି, କଟକ ବିଶ୍ବନାଥ ପଣ୍ଡିତ ପାଠାଗାର ସାମ୍ନାର ଚିତ୍ର। ବାରମ୍ବାର ପରୀକ୍ଷା ବିଭ୍ରାଟକୁ ନେଇ ପ୍ରଶ୍ନ ତ ଉଠାଇଛନ୍ତି ତା’ ସହ ସେମାନଙ୍କ ଭବିଷ୍ୟତ କ’ଣ ହେବ, ସେନେଇ ଆଶଙ୍କା ପ୍ରକାଶ କରି ଆଜି ଧାରଣା ଦେଇଥିଲେ ଆଶାୟୀ। କାରଣ ୨୫ ଲକ୍ଷ ଟଙ୍କାର ଡିଲ୍ କରି ୧୧୪ ଜଣ ପ୍ରାର୍ଥୀ ଗିରଫ ହୋଇ ଜେଲ୍ ତ ଗଲେ, ହେଲେ ଅନ୍ୟ ପ୍ରାର୍ଥୀ ଏବେ କରିବେ କ’ଣ ? କେବେ ହେବ ସ୍ଥଗିତ ରହିଥିବା ପୋଲିସ SI ପରୀକ୍ଷା ? ସେନେଇ ସ୍ପଷ୍ଟତା ଆସୁନଥିବାରୁ OPRBର ଭୂମିକାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। 

ମିଳିଥିବା ତଥ୍ୟ କହୁଛି, ପୋଲିସ SI ପଦବୀ ପାଇଁ ପ୍ରଥମେ ଲିଖିତ, ପରେ ଶାରିରିକ ଓ ତା’ପରେ ମୌଖିକ ହୋଇଥାନ୍ତା। ଲିଖିତ ପରୀକ୍ଷା କରାଇବା ଦାୟିତ୍ବ ନେଇଥିଲା ଥାର୍ଡ ପାର୍ଟି ତଥା ସିଲିକନ ଏବଂ ପଞ୍ଚସଫ୍ଟ। ଆଉ ଶାରିରୀକ ଓ ମୌଖିକ ପରୀକ୍ଷା ଦାୟିତ୍ବ ଥିଲା OPRBର। ଯେଉଁ ପରୀକ୍ଷା ପାଇଁ ପ୍ରାର୍ଥୀ ପିଛା ୨୫ ଲକ୍ଷର ଡିଲ୍ ହୋଇଥିଲା। ଯଦି ଥାର୍ଡ ପାର୍ଟି ଏହି ଡିଲ୍ କରିଥିଲା, ତେବେ ଲିଖିତ ପରୀକ୍ଷା ପରେ OPRBର କେଉଁ ଅଫିସର ଶାରିରୀକ ଓ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବାର ଦାୟିତ୍ବ ନେଇଥିଲେ ?

Advertisment

ଏହି କେଳେଙ୍କାରୀର ଭାଗୁଆଳି ଅଫିସର ଜଣେ ନା ଏକାଧିକ ? କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୫ ଲକ୍ଷରୁ ଥାର୍ଡ ପାର୍ଟି ୧୫ ଲକ୍ଷ ଓ ବଳକା ୧୦ ଲକ୍ଷ ଦଲାଲ ନେଇଥାନ୍ତେ। ଏଭଳି ଡିଲ୍ ଭିତରେ OPRBର ବି ଥିଲା କି ଭାଗ ? ଏଭଳି ପ୍ରଶ୍ନ ଭିତରେ ମହାଦୁର୍ନୀତି ସାମ୍ନାକୁ ଆସିବାର ୪ ପରେ OPRB ଆଜି ବୈଠକ କରିଛି। ଯେଉଁଥିରେ ଅଧ୍ୟକ୍ଷ ସୁଶାନ୍ତ ନାଥ ବିଭାଗର ଟପ୍ ଅଫିସରଙ୍କ ସହ ରୁଦ୍ଧଦ୍ବାର ଆଲୋଚନା କରିଥିଲେ।

ନିଯୁକ୍ତି ପ୍ରକ୍ରିୟା ଏବଂ ପରିଚାଳନାଗତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଟିକିନିଖି ଯାଞ୍ଚ କରିଥିଲେ। ୟେ ହେଉଛି ସେହି ଲାପଟପ୍, ଯେଉଁଠି ରହିଛି କେଳେଙ୍କାରୀର ସବୁ ରହସ୍ୟ। ଶେଷରେ ୨ ଘଣ୍ଟାର ଘଣ୍ଟାଚକଟା ସାରି ବାହାରକୁ ବାହାରି ସଂକ୍ଷେପରେ ଅଧ୍ୟକ୍ଷ କହିଥିଲେ, କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। ସଠିକ୍ ସମୟରେ ସ୍ବଚ୍ଛ ଭାବେ ପରୀକ୍ଷା ହେବ।

ପଚରାଉଚରା କରିପାରିବେ କି ଡିଏସପି ?

ତେବେ କେବେ ଆସିବ ସେହି ସଠିକ୍ ସମୟ ? ବିଜ୍ଞପ୍ତି ପ୍ରକାଶ ପାଇବାର ଆଜିକୁ ୧୦ ମାସ ହୋଇଗଲା। ତାହାରି ଭିତରେ ଦୁଇ ଦୁଇ ଥର ତାରିଖ ବି ଘୁଞ୍ଚିଥିଲା। ଆଉ ଏବେ ୫ ଏବଂ ୬ ତାରିଖରେ ପରୀକ୍ଷା ହେବା ପୂର୍ବରୁ ମହାଘୋଟାଲାର ଘଳିଆ ପଡ଼ିଯାଇଛି। ଏଭଳି ସ୍ଥିତିରେ କେତେ ସ୍ବଚ୍ଛତାର ସହ ହେବ ପରୀକ୍ଷା ? ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ OPRBକୁ ତଦନ୍ତ ପରିସରଭୁକ୍ତ କରିବ ତ ? ଯଦି ହଁ, ତାହେଲେ OPRB ଅଧ୍ୟକ୍ଷ କ’ଣ ଜେରା ହେବେ ତଦନ୍ତ ଦାୟିତ୍ବରେ ଥିବା କ୍ରାଇମବ୍ରାଞ୍ଚର ଡିଏସପି ପାହ୍ୟା ଅଧିକାରୀ ରତ୍ନପ୍ରଭା ଶତପଥୀଙ୍କ ଦ୍ବାରା ? ଡିଜି ପାହ୍ୟାର ଅଧିକାରୀଙ୍କୁ କ’ଣ ତଦନ୍ତ ପରିସରଭୁକ୍ତ କରିପାରିବେ କି ଡିଏସପି ପାହ୍ୟା ଅଧିକାରୀ ? 

କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଦଲାଲ ବିଶ୍ବରଂଜନ ବେହେରାକୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୧୧୮ରେ ପହଞ୍ଚିଛି। ଅଥଚ ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଏବେ କେଉଁଠି ? ଏଯାଏଁ ମିଳିନି ପତ୍ତା। ତାହାରି ଭିତରେ ସାମ୍ନାକୁ ଆସିଛି ଶଙ୍କରର ଆଉ ଏକ ଅନଲାଇନ୍ ପରୀକ୍ଷା କେନ୍ଦ୍ର। ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ଠାରେ ତାରାତାରିଣୀ ଟେକ୍ ପାର୍କ ରହିଛି। ଯାହାର ମୂଳ ମାଲିକ ଶଙ୍କର ପୃଷ୍ଟି ବୋଲି ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି।... 

Scam Odisha Police SI Exam
Advertisment
Related Articles
Advertisment