Advertisment

ପରୀ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ଗିରଫଦାରୀକୁ ନେଇ ପରୀର […]

author-image
Chandan Shishu
ପରୀ ହତ୍ୟା ମାମଲାରେ ଜଣେ ଗିରଫ

pari-6-30

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ଗିରଫଦାରୀକୁ ନେଇ ପରୀର ବାପା ମା କିଛି ଜାଣିନାହାନ୍ତି। ସେ କହିଛନ୍ତି ଯେ, ଅନ୍ଧାରରେ ବାଡ଼ି ନ ବୁଲାଇ ପ୍ରକୃତ ଦୋଷୀକୁ ଗିରଫ କରାଯାଉ।  କିନ୍ତୁ ଅପରପକ୍ଷେ କାଲି ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ SIT ଉଠାଇ ନେଇଥିଲା। ୧୨ ଘଣ୍ଟାର ପଚରାଉଚରା ଓ ଲାଏ ଡିଟେକ୍ସନ ପରେ ଛାଡ଼ିଥିଲା। ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ନେଇ ସରୋଜଙ୍କ ଭଉଣୀ ସୂଚନା ଦେଇଥିଲେ। ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଛି ବୋଲି ସରୋଜଙ୍କ ଭଉଣୀ କହିଥିଲେ। ମାଆ, ଭଉଣୀଙ୍କୁ SIT ଛାଡ଼ି ଦେଇଥିଲେ ବି ସରୋଜକୁ ଅଟକ ରଖିଥିଲା ପୋଲିସ୍।

Advertisment

ଆଗରୁ ସରୋଜ ସେଠୀ କହିଥିଲେ ଯେ  ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିଲେ ଅରୁଣ ବୋଥ୍ରା। ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍‌ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଥିଲେ ।

ହତ୍ୟାର ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି। ସେଥିପାଇଁ କେନ୍ଦ୍ରୀୟ ତଦନ୍ତ କରାଯାଉ। ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି NCPCR ପରାମର୍ଶ ଦେଇଥିଲେ । NCPCR କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦନ୍ତରେ ତ୍ରୁଟି ପାଇଁ ରାଜ୍ୟ ସରକାର ଦୃଢ଼ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାଇଛନ୍ତି। SIT ତଦନ୍ତରେ ମଧ୍ୟ NCPCR ଅସନ୍ତୋଷ ପ୍ରକାଶ କରିଛନ୍ତି।  SIT ତଦନ୍ତର ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି; କେନ୍ଦ୍ରୀୟ ତଦନ୍ତ କରାଯାଉ ବୋଲି NCPCR ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Advertisment
Nayagarh Minor Girl Missing Case Saroj Sethy In Pari Case Nayagarh Pari Case Saroj Sethy Statement In Pari Murder Case
Advertisment
Advertisment