Advertisment

Sold Infant Girl Rescued : ବିକି ଦେଇଥିଲେ ବାପାମାଆ, ଖୋଜି ଆଣିଲା ପୋଲିସ

ବୟାଁବନାପୁର ଗାଁର ମାସକର ଶିଶୁକନ୍ୟାକୁ କଟକରୁ ଉଦ୍ଧାର କରି ଭଦ୍ରକ ହସପିଟାଲରେ ଭର୍ତ୍ତି କରିଛି ଭଣ୍ଡାରିପୋଖରୀ ପୋଲିସ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁକନ୍ୟାକୁ CWCକୁ ହସ୍ତାନ୍ତର କରାଯିବ ।

author-image
Madhupriya Mistry
BDK CHILD RESQUE

BDK CHILD RESQUE Photograph: (OTV)

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ବିକ୍ରି ଶିଶୁ କନ୍ୟା ଉଦ୍ଧାର । ବୟାଁବନାପୁର ଗାଁର ମାସକର ଶିଶୁକନ୍ୟାକୁ କଟକରୁ ଉଦ୍ଧାର କରି ଭଦ୍ରକ ହସପିଟାଲରେ ଭର୍ତ୍ତି କରିଛି ଭଣ୍ଡାରିପୋଖରୀ ପୋଲିସ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁକନ୍ୟାକୁ CWCକୁ ହସ୍ତାନ୍ତର କରାଯିବ ।

Advertisment

ଶିଶୁଟିର ବାପାମାଆ ନାତୁଣିକୁ ୨୦ ହଜାର ଟଙ୍କାରେ ବିକି ଦେଇଥିବା ନେଇ ଗତକାଲି ଅଭିଯୋଗ କରିଥିଲେ ଜେଜେମା। ନାତୁଣୀକୁ ତାଙ୍କ ପୁଅ ସିପୁ ଦାସ ଓ ବୋହୂ ମିଶି ଗତ ସୋମବାର ସକାଳେ ଡାକ୍ତରଖାନା ନାଁରେ କେଉଁଆଡେ ଚାଲି ଯାଇଥିଲେ।

ରାତିରେ ନାତୁଣୀକୁ ନ ନେଇ ଘରକୁ ଫେରିବାରୁ ଜେଜେମାନଙ୍କର ସନ୍ଦେହ ହେଲା । ନାତୁଣୀ କୁଆଡେ ଗଲା ବୋଲି ପଚାରି ବାରୁ ସେମାନେ ଓଲଟି ପାଟିତୁଣ୍ଡ କରିଥିଲେ ଏବଂ ମାରିବାକୁ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରି । ପୋଲିସ ଘଟଣାର ତଦନ୍ତ କରି ଶିଶୁକନ୍ୟାକୁ ଉଦ୍ଧାର କରିଛି।

Advertisment

ବାପାମାଆ ବିକ୍ରି କରି ଦେଇଥିବା ଶିଶୁ କନ୍ୟା ଉଦ୍ଧାର
ଭଣ୍ଡାରିପୋଖରୀ ଅଞ୍ଚଳରେ ହୋଇଥିଲା ଶିଶୁବିକ୍ରି
ମାସକର ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ପୋଲିସ
ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କଲା ଭଣ୍ଡାରିପୋଖରୀ ପୋଲିସ
ସ୍ବାସ୍ଥ୍ୟ ପରୀକ୍ଷା ପରେ CWCକୁ ହସ୍ତାନ୍ତର କରାଯିବ ଶିଶୁକନ୍ୟା
ଶିଶୁକନ୍ୟା ବିକ୍ରି ନେଇ ଗତକାଲି ଅଭିଯୋଗ କରିଥିଲେ ଜେଜେମାଆ 

Crime News Cuttack Police Bhadrak Child Sold
Advertisment
Related Articles
Advertisment