/odishatv-khabar/media/media_files/2025/11/17/human-sagar-jagannath-vajana-2025-11-17-17-18-06.jpg)
Human-Sagar-Jagannath-Vajana Photograph: (OTV)
ମନ ଯଦି ତୋର ଥା’ନ୍ତା ସତେରେ ମୋ ମନ ପାରନ୍ତୁ ବୁଝି । ଇଏ ମହାପ୍ରଭୁଙ୍କ ପ୍ରତି ଅଭିମାନର ଗୀତ । କାଳିଆ ପ୍ରତି ସମର୍ପଣର ଭାବ । ତା’କୁ ଦୁଃଖରେ ଯିଏ ଥରେ ଡାକିଛି, ସେ ହାତ ଧରି ଉଦ୍ଧାର କରିଛି । ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଏହି ଭଜନ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ମାତ୍ର ୧୦ରୁ ୧୨ ବର୍ଷ ହେବ ହ୍ୟୁମାନଙ୍କ ସଂଗୀତ କ୍ୟାରିୟର । ମାତ୍ର ଏଇ କେଇଟା ବର୍ଷରେ ଶହଶହ ଆଲବମ୍, ଫିଲ୍ମ ଓ ମେଲୋଡିୟସ୍ ଗୀତ ଗାଇଛନ୍ତି । ଆଉ ହାତ ଗଣତି ରହିଛି ତାଙ୍କର କିଛି ଭଜନ । ହ୍ୟୁମାନ୍ ଶହଶହ ଭଜନ ଗାଇ ନଥିଲେ ବି ସେହି କେତୋଟି ଭଜନ ଲୋକଙ୍କ ହୃଦୟକୁ ଛୁଇଁଛି । ଆଉ ଏବେ ତାଙ୍କର ଏମ୍ସରେ ଚିକିତ୍ସା ଚାଲୁଥିବାରୁ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ସୁସ୍ଥତା କାମନା କରି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।
୨୦୧୫ରେ ହ୍ୟୁମାନ୍ ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ । ତରଙ୍ଗର ରିଆଲିଟି ସୋ’ ଭଏସ୍-ଅଫ-ଓଡ଼ିଶା ତାଙ୍କୁ ଓଲିଉଡରେ ସିଙ୍ଗର ଭାବେ ଏଣ୍ଟ୍ରି କରିବାର ସୁଯୋଗ ଦେଇଥିଲା । ‘ଇସ୍କ ତୁ ହି ତୁ’ର ଟାଇଟଲ ସଂଗ ପାଇଁ ଖୁବ୍ ଲୋକପ୍ରିୟତା ପାଇଥିଲା ହ୍ୟୁମାନ୍ । ଆଉ ତା’ ପରେ ପରେ ଶହେରୁ ଅଧିକ ସିନେମାରେ ପାଇଥିଲେ ଗାଇବାର ସୁଯୋଗ । ଖାଲି ସିନେମା ନୁହେଁ, ଆଲବମରେ ବି ଛକା ମାରି ହୁଲୁସ୍ତୁଲ କରିଥିଲେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ସଂଗୀତ ଜଗତ । କିନ୍ତୁ ଏବେ ହ୍ୟୁମାନଙ୍କ ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଛି । ଆଉ ଖୁସିର କଥା ହେଉଛି, ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ଆସୁଥିବା ଖବର ଆସିଛି ।
ହ୍ୟୁମାନଙ୍କୁ ଝୁରୁଛି ଓଡ଼ିଆ ସଂଗୀତ ଜଗତ । ତାଙ୍କ ସହ କାମ କରିଥିବା କଳାକାର ମାନେ ତାଙ୍କ କଥାକୁ ମନେପକାଇ ତାଙ୍କର ସୁସ୍ଥତା କାମନା କରିଛନ୍ତି । ଓଟିଭି ବି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଖୁବ୍ ଶୀଘ୍ର ହ୍ୟୁମାନଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।
Paneer Recipe: ସୋମବାର ରୋଷେଇରେ ବନାନ୍ତୁ କଦଳୀପତ୍ର ସୋରିଷ ପନିର , ପାଟିରୁ ଛାଡ଼ିବନି

Smart School, Big Struggle: ସ୍କୁଲ ଚକାଚକ୍, କିନ୍ତୁ ଏହି କାମ ପାଇଁ ଯିବାକୁ ପଡୁଛି ୧୦ କିଲୋମିଟର

Is This Our Ramayana: ଛି ଛି…ବଦମାସ ରାବଣ, ଅଭିନୟ ନାଁରେ ମଞ୍ଚରେ ଚାଲିଛି ଫାର୍ସ ?

Humane Sagar: କଷ୍ଟ ଦେଇଛି ଦୁଷ୍ଟ ପୁଅ , କଇଁ କଇଁ କାନ୍ଦୁଛି ମା’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)